ନିର୍ମାଣ ହେବ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲ’

ମୁମ୍ବାଇ: ଦୀର୍ଘ ୬ ବର୍ଷ ତଳେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ବଜରଙ୍ଗି ଭାଇଜାନ’ ସଲମାନ ଖାଁଙ୍କ କ୍ୟାରିୟରରେ ଆଣିଥିଲା ଏକ ନୂଆ ମୋଡ । ଏଥିରେ ସଲମାନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପ୍ରଶଂସା କରିଥିଲେ । ଏବେ ଏହି ଫିଲ୍ମର ସିକ୍ୱିଏଲ ନିର୍ମାଣ ହେବାକୁ ଯାଉଥିବା ଜଣାପଡିଛି । ସୂଚନାଯୋଗ୍ୟ, ଜାନୁୟାରୀ ୭ରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଏକ ବିଶେଷ କାର୍ଯ୍ୟକ୍ରମରେ ସଲମାନ ଖାଁ ସାମିଲ ହୋଇଥିବା ବେଳେ ସେହିଠାରେ ହିଁ ସେ କନଫର୍ମ କରିଛନ୍ତି କି ‘ବଜରଙ୍ଗି’ ଭାଇଜାନର ସିକ୍ୱିଏଲ ନିର୍ମାଣ କରାଯାଉଛି । ମୁମ୍ବାଇରେ ଅନୁଷ୍ଠିତ ‘ଆର୍‌ଆର୍‌ଆର୍‌’ର ଏହି ବିଶେଷ କାର୍ଯ୍ୟକ୍ରମରେ ସଲମାନ ଖାଁ, କରଣ ଜୋହର, ଆଲିଆ ଭଟ୍ଟ, ଜୁନିୟର ଏନଟିଆର, ରାମଚରଣ ଓ ‘ଆର୍‌ଆର୍‌ଆର୍‌’ ଫିଲ୍ମର ନିର୍ଦ୍ଦେଶକ ଏସ୍‌. ଏସ୍ ରାଜାମୌଳି ଉପସ୍ଥିତ ଥିଲେ । ଏହି ଇଭେଣ୍ଟ ସମୟରେ ସଲମାନ କହିଥିଲେ ଏସ୍‌. ଏସ୍ ରାଜାମୌଳିଙ୍କ ଲେଖକ ପିତା କେ.ବି. ବିଜେନ୍ଦ୍ର ପ୍ରସାଦ ‘ବଜରଙ୍ଗି ଭାଇଜାନ’ ଲେଖିଥିଲେ ଯାହା ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆଣିଥିଲା । ଆଉ ଏବେ ବିଜେନ୍ଦ୍ର ପ୍ରସାଦ ‘ବଜରଙ୍ଗି ଭାଇଜା’ର ସିକ୍ୱିଏଲ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ କରି ସାରିଲେଣି । ଏହି ସମୟରେ ନିର୍ଦ୍ଦଶକ କରନ ଜୋହର ସଲମାନଙ୍କୁ ପ୍ରଶ୍ନ କରିଥିଲେ କ’ଣ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲକୁ ନେଇ ଏହା ଆନାଉନ୍ସମେଣ୍ଟ ବୋଲି ଧରିନେବା । ଉତ୍ତରରେ ସଲମାନ ହଁ ଭରିଥିଲେ । ତେଣୁ ଦର୍ଶକେ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲକୁ ଅପେକ୍ଷା ରଖିବେ ନିଶ୍ଚୟ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri