ଏହି ନବାଗତା ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଅଭିନେତା ସୁନୀଲ ସେଟ୍ଟୀଙ୍କ ପରିବାର ସହିତ ତାଙ୍କର ବହୁତ ଭଲ ସମ୍ପର୍କ ରହିଛି। ସଲ୍ଲୁ ତାଙ୍କର ପ୍ରଥମ ପ୍ରଡକ୍ସନ ଫିଲ୍ମ ‘ହିରୋ’ ନିର୍ମାଣ କରିଥିଲେ। ଏହି ଫିଲ୍ମରେ ସେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବଂ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ମୁଖ୍ୟ ଭୂମିକାରେ ଥିଲେ। ଏହା ଉଭୟଙ୍କ ଡେବ୍ୟୁ ଫିଲ୍ମ ଥିଲା। ନିକଟରେ ସଲମାନ ଖାନ ଆଥିଆଙ୍କୁ କ୍ଷମା ମାଗିଛନ୍ତି। ସଲମାନ ଖାନ କିଛି ଦିନ ପୂର୍ବରୁ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ ଶୋ’ ପିଞ୍ଚ୍‌ ସିଜନ ୨’ରେ ଅଭିନୟ କରିଥିଲେ। କଥାବାର୍ତ୍ତା ସମୟରେ, ଅରବାଜ ସଲମାନଙ୍କୁ କହିଥିଲେ ଯେ କ୍ୟାଟ୍ରିନା କୈଫ, ଆଥିଆ ସେଟ୍ଟୀ ଏବଂ ସଙ୍ଗୀତା ବିଜଲାନିଙ୍କ ମଧ୍ୟରେ ସେ କେଉଁ ଅଭିନେତ୍ରୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରନ୍ତି ନାହିଁ?
ଅରବାଜ ଖାନଙ୍କ ଏହି ପ୍ରଶ୍ନ ଉପରେ ସଲମାନ ଉତ୍ତର ଦେଇଥିଲେ ଯେ ସେ ଇନଷ୍ଟାଗ୍ରାମରେ ସଙ୍ଗୀତା ବିଜଲାନିଙ୍କୁ ଫଲୋ କରୁନାହାଁନ୍ତି, କିନ୍ତୁ ଏହାର ସଠିକ ଉତ୍ତର ଥିଲା ଆଥିଆ ସେଟ୍ଟୀ। ଏହା ଜାଣିବା ପରେ ସଲମାନ ଇନଷ୍ଟାଗ୍ରାମରେ ଆଥିଆଙ୍କୁ କ୍ଷମା ମାଗିଥିଲେ। ଆଗକୁ ସେ ଆଥିଆଙ୍କୁ ଫଲୋ କରିବାକୁ ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି। ଆଥିଆଙ୍କ ପିତା ସୁନୀଲ ଶେଟ୍ଟୀ ସଲମାନଙ୍କ କଥା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆଥିଆଙ୍କୁ କ୍ଷମା ମାଗିଥିବାରୁ ସୁନୀଲ ସଲମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସେ (ସଲମାନ ଖାନ) ଯାହା କରନ୍ତି, ସେ ନିଜ ହୃଦୟରୁ କରନ୍ତି। ଆଥିଆଙ୍କୁ ପରଦାରେ କ୍ଷମା ମାଗିବା ଭଲ କଥା। ସେମାନଙ୍କର ଏକ ସୁନ୍ଦର ସମ୍ପର୍କ ଅଛି। କ୍ଷମା ମାଗିବା ଲୋକ ସବୁଠାରୁ ଭଲ ହୋଇଥାଏ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri