‘କିସି କା ଭାଇ, କିସି କା ଜାନ’; ଆଗାମୀ ଫିଲ୍ମରେ ଭାଇଜାନଙ୍କ ଦମ୍‌ଦାର ଲୁକ୍‌

ବମ୍ବେ: ବଲିଉଡ୍‌ ସିନେମାଜଗତରେ ନିଜର ୩୪ ବର୍ଷ ପୂରଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ଡେବ୍ୟୁ କରିଥିଲେ ସେ। ଏହାପରେ ଅନେକ ସୁପରହିଟ୍‌ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏବେ ସେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଢ଼ଙ୍ଗରେ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆରେ ସେ ନିଜର ଅପକମିଂ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ଘୋଷଣା କରି ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ଏଥିସହ ସେ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସଲମାନ ଫିଲ୍ମର ଘୋଷଣା ସହ ଭିଡିଓ ଶେୟାର କରି ଲେଖିଛନ୍ତି, ୩୪ ବର୍ଷ ପୂର୍ବେ ମଧ୍ୟ ଏହି ସମୟ ଥିଲା। ୩୪ ବର୍ଷ ପରେ ବି ସେହି ସମୟ ଅଛି। ମୋ ଜୀବନଯାତ୍ରା କାହାଠାରୁ ଆରମ୍ଭ ହୋଇ ନ ଥିଲା। ଏବେ ଏହି ଯାତ୍ରା ଦୁଇଟି ଶବ୍ଦକୁ ଆସିଯାଇଛି। ଆଜି ଆଉ ଏବେ। ମୋ ସହ ସେହି ସମୟରେ ରହିବା ଲାଗି ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏହାକୁ ସମ୍ମାନ କରେ।

ତେବେ ଫିଲ୍ମରେ ସଲମାନ ଲମ୍ବା ଚୁଟିରେ ନଜର ଆସୁଛନ୍ତି। ସେ ଲମ୍ବା ଦାଢ଼ି ମଧ୍ୟ ରଖିଛନ୍ତି। ଚଷମା ଲୁକ୍‌କୁ କମ୍ପ୍ଲିମେଣ୍ଟ ଦେଉଛି। ଫିଲ୍ମରେ ତାଙ୍କ ବିପକ୍ଷରେ ପୂଜା ହେଗଡେ ରହିଛନ୍ତି। ନିକଟରେ ଉଭୟ ଲଦାଖରେ ଏହାର ଶୁଟିଂ କରି ଫେରିଛନ୍ତି।

ପୂର୍ବରୁ ଫିଲ୍ମର ଟାଇଟଲ ‘କଭି ଇଦ କଭି ଦିଓ୍ବାଲି’ ଥିଲା। ଏହାକୁ ୨୦୧୯ରେ ଘୋଷଣା କରାଯାଇଥିଲା। କରୋନା କାରଣରୁ ଏହାର ଶୁଟିଂ ଅଟକା ଯାଇଥିଲା। ଏବେ ଏହାକୁ ନୂଆ ନାମ ମିଳିଛି। ଫରହାଦ ଶାମଜୀ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?