‘କିସି କା ଭାଇ, କିସି କା ଜାନ’; ଆଗାମୀ ଫିଲ୍ମରେ ଭାଇଜାନଙ୍କ ଦମ୍‌ଦାର ଲୁକ୍‌

ବମ୍ବେ: ବଲିଉଡ୍‌ ସିନେମାଜଗତରେ ନିଜର ୩୪ ବର୍ଷ ପୂରଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ଡେବ୍ୟୁ କରିଥିଲେ ସେ। ଏହାପରେ ଅନେକ ସୁପରହିଟ୍‌ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏବେ ସେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଢ଼ଙ୍ଗରେ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆରେ ସେ ନିଜର ଅପକମିଂ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ଘୋଷଣା କରି ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ଏଥିସହ ସେ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସଲମାନ ଫିଲ୍ମର ଘୋଷଣା ସହ ଭିଡିଓ ଶେୟାର କରି ଲେଖିଛନ୍ତି, ୩୪ ବର୍ଷ ପୂର୍ବେ ମଧ୍ୟ ଏହି ସମୟ ଥିଲା। ୩୪ ବର୍ଷ ପରେ ବି ସେହି ସମୟ ଅଛି। ମୋ ଜୀବନଯାତ୍ରା କାହାଠାରୁ ଆରମ୍ଭ ହୋଇ ନ ଥିଲା। ଏବେ ଏହି ଯାତ୍ରା ଦୁଇଟି ଶବ୍ଦକୁ ଆସିଯାଇଛି। ଆଜି ଆଉ ଏବେ। ମୋ ସହ ସେହି ସମୟରେ ରହିବା ଲାଗି ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏହାକୁ ସମ୍ମାନ କରେ।

ତେବେ ଫିଲ୍ମରେ ସଲମାନ ଲମ୍ବା ଚୁଟିରେ ନଜର ଆସୁଛନ୍ତି। ସେ ଲମ୍ବା ଦାଢ଼ି ମଧ୍ୟ ରଖିଛନ୍ତି। ଚଷମା ଲୁକ୍‌କୁ କମ୍ପ୍ଲିମେଣ୍ଟ ଦେଉଛି। ଫିଲ୍ମରେ ତାଙ୍କ ବିପକ୍ଷରେ ପୂଜା ହେଗଡେ ରହିଛନ୍ତି। ନିକଟରେ ଉଭୟ ଲଦାଖରେ ଏହାର ଶୁଟିଂ କରି ଫେରିଛନ୍ତି।

ପୂର୍ବରୁ ଫିଲ୍ମର ଟାଇଟଲ ‘କଭି ଇଦ କଭି ଦିଓ୍ବାଲି’ ଥିଲା। ଏହାକୁ ୨୦୧୯ରେ ଘୋଷଣା କରାଯାଇଥିଲା। କରୋନା କାରଣରୁ ଏହାର ଶୁଟିଂ ଅଟକା ଯାଇଥିଲା। ଏବେ ଏହାକୁ ନୂଆ ନାମ ମିଳିଛି। ଫରହାଦ ଶାମଜୀ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri