Odisha Elections 2024

ସାଲିଭାରୁ ଗର୍ଭ ପରୀକ୍ଷା

ଲଣ୍ଡନ,୨୧।୬: ଏଣିକି ମହିଳାମାନେ ଅତି ସହଜରେ ଜାଣିପାରିବେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ। ସାଲିଭା (ଲାଳ) ଦ୍ୱାରା ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଜାଣିପାରିବେ। ପ୍ରେଗ୍‌ନାନ୍ସି ପରୀକ୍ଷାକୁ ସରଳ କରିବା ଲାଗି ଜେରୁଜେଲମର ଷ୍ଟାର୍ଟଅପ୍‌ କମ୍ପାନୀ ସାଲିଗ୍ନୋଷ୍ଟିକ୍‌ ସାଲିଷ୍ଟିକ୍‌ ନାମକ ଏକ ଉପକରଣ ତିଆରି କରିଛି। ଏହା ଜରିଆରେ ମହିଳାମାନେ ଯେକୌଣସି ସମୟରେ ଗର୍ଭଧାରଣ ପରୀକ୍ଷା କରିପାରିବେ। ବର୍ତ୍ତମାନ ବ୍ରିଟେନ୍‌ ଓ ଆୟରଲାଣ୍ଡ ବଜାରରେ ସାଲିଷ୍ଟିକ୍‌ ଉପଲବ୍ଧ ଅଛି।
କୋଭିଡ୍‌ ଟେଷ୍ଟ କିଟ୍‌ ତିଆରି କରିବା ପାଇଁ ବ୍ୟବହୃତ ଟେକ୍ନୋଲୋଜି ଜରିଆରେ ଏହି ପ୍ରେଗ୍‌ନାନ୍ସି ଟେଷ୍ଟ କିଟ୍‌ ପ୍ରସ୍ତୁତ କରାଯାଇଛି। ସାଲିଷ୍ଟିକ୍‌ର ବଜାର ମୂଲ୍ୟ ୯.୯୯ ପାଉଣ୍ଡ (ପାଖପାଖି ୧୦୪୪ ଟଙ୍କା) ରହିଛି । ଗର୍ଭବତୀ ଅବସ୍ଥାରେ ମହିଳାଙ୍କ ସାଲିଭାରୁ ବିଶେଷ ପ୍ରକାରର ଏଚ୍‌ସିଜି ହରମୋନ୍‌ ନିଷ୍କ୍ରିୟ ହୋଇଥାଏ। ଏହି ହରମୋନ୍‌ ସହାୟତାରେ ମହିଳା ଗର୍ଭବତୀ ଥିବା ସାଲିଷ୍ଟିକ୍‌ ଦ୍ୱାରା ସହଜରେ ଜଣାପଡ଼ିଥାଏ। ସାଲିଷ୍ଟିକ୍‌କୁ ପାଟିରେ ପୂରାଇ କିଛି ସମୟ ରଖିବା ପରେ ଏଥିରେ ଥିବା ପ୍ଲାଷ୍ଟିକ୍‌ ଟ୍ୟୁବ୍‌ରେ ସାଲିଭା ଜମା ହୋଇଥାଏ। ବାୟୋଲୋଜିକାଲ ରିଆକ୍ସନ ଦ୍ୱାରା ୫ରୁ ୧୫ ମିନିଟ୍‌ ମଧ୍ୟରେ ଗର୍ଭଧାରଣ ସମ୍ପର୍କରେ ଜଣାପଡ଼ିଯାଏ। ଅତିକମ୍‌ରେ ୩ ମିନିଟ୍‌ ଭିତରେ ସାଲିଷ୍ଟିକ୍‌ ସାହାଯ୍ୟରେ ଗର୍ଭପରୀକ୍ଷା କରାଯାଇପାରିବ। ମାସିକ ଋତୁସ୍ରାବ ଡେରି ହେବାର ପ୍ରଥମ ଦିନ ସାଲିଷ୍ଟିକ୍‌ ଦ୍ୱାରା ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜଣାପଡ଼ିଯିବ। ଅନ୍ୟପକ୍ଷେ ଖାଦ୍ୟ ଖାଇବାର ୩୦ ମିନିଟ୍‌ ପରେ ସାଲିଷ୍ଟିକ୍‌ ଦ୍ୱାରା ଗର୍ଭପରୀକ୍ଷା କରାଯାଇପାରିବ। ଜେରୁଜେଲମର ହେବ୍ରେଉ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଦ୍ୱାରା ସାଲିଗ୍ନୋଷ୍ଟିକ୍‌ ଷ୍ଟାର୍ଟଅପ୍‌ କମ୍ପାନୀ ଖୋଲାଯାଇଛି। ୨୦୧୬ରେ ସାଲିଷ୍ଟିକ୍‌ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଇସ୍ରାଏଲର ପାଖାପାଖି ୩୦୦ ମହିଳାଙ୍କୁ ନେଇ ଏହାର କ୍ଲିନିକାଲ ଟ୍ରାଏଲ୍‌ କରାଯାଇଥିଲା। ପରିସ୍ରାରୁ ଗର୍ଭ ପରୀକ୍ଷା ଜାଣିବା କୌଶଳ ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସାଲିଷ୍ଟିକ୍‌ ଜରିଆରେ ସହଳ ଏବଂ ହାଇଜିନ୍‌ ମେଥଡ୍‌ରେ ମହିଳାମାନ ଗର୍ଭଧାରଣ ପରୀକ୍ଷା କରିପାରିବେ ବୋଲି ସାଲିଷ୍ଟିକ୍‌ର ବଜାର ବିକ୍ରି କରାଉଥିବା ସୁପରଡ୍ରଗ୍‌ର ନିର୍ଦ୍ଦେଶକ କାରିସ୍‌ ନ୍ୟୁସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

୨୬ ବର୍ଷ ତଳେ ଅପହୃତ, ପଡ଼ୋଶୀଙ୍କ ଘରୁ ଉଦ୍ଧାର

ଜେଲ୍‌ଫା, ୧୭।୫:୧୯୯୮ରେ ଆଲଜେରିଆର ଜେଲ୍‌ଫା ସହର ବାସିନ୍ଦା ଓମାର ବିନ୍‌ ଓମରାନଙ୍କୁ ୧୯ ବର୍ଷ ହୋଇଥିଲା। ସେତେବେଳେ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ...

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri