ସାଲିଭାରୁ ଗର୍ଭ ପରୀକ୍ଷା

ଲଣ୍ଡନ,୨୧।୬: ଏଣିକି ମହିଳାମାନେ ଅତି ସହଜରେ ଜାଣିପାରିବେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ। ସାଲିଭା (ଲାଳ) ଦ୍ୱାରା ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଜାଣିପାରିବେ। ପ୍ରେଗ୍‌ନାନ୍ସି ପରୀକ୍ଷାକୁ ସରଳ କରିବା ଲାଗି ଜେରୁଜେଲମର ଷ୍ଟାର୍ଟଅପ୍‌ କମ୍ପାନୀ ସାଲିଗ୍ନୋଷ୍ଟିକ୍‌ ସାଲିଷ୍ଟିକ୍‌ ନାମକ ଏକ ଉପକରଣ ତିଆରି କରିଛି। ଏହା ଜରିଆରେ ମହିଳାମାନେ ଯେକୌଣସି ସମୟରେ ଗର୍ଭଧାରଣ ପରୀକ୍ଷା କରିପାରିବେ। ବର୍ତ୍ତମାନ ବ୍ରିଟେନ୍‌ ଓ ଆୟରଲାଣ୍ଡ ବଜାରରେ ସାଲିଷ୍ଟିକ୍‌ ଉପଲବ୍ଧ ଅଛି।
କୋଭିଡ୍‌ ଟେଷ୍ଟ କିଟ୍‌ ତିଆରି କରିବା ପାଇଁ ବ୍ୟବହୃତ ଟେକ୍ନୋଲୋଜି ଜରିଆରେ ଏହି ପ୍ରେଗ୍‌ନାନ୍ସି ଟେଷ୍ଟ କିଟ୍‌ ପ୍ରସ୍ତୁତ କରାଯାଇଛି। ସାଲିଷ୍ଟିକ୍‌ର ବଜାର ମୂଲ୍ୟ ୯.୯୯ ପାଉଣ୍ଡ (ପାଖପାଖି ୧୦୪୪ ଟଙ୍କା) ରହିଛି । ଗର୍ଭବତୀ ଅବସ୍ଥାରେ ମହିଳାଙ୍କ ସାଲିଭାରୁ ବିଶେଷ ପ୍ରକାରର ଏଚ୍‌ସିଜି ହରମୋନ୍‌ ନିଷ୍କ୍ରିୟ ହୋଇଥାଏ। ଏହି ହରମୋନ୍‌ ସହାୟତାରେ ମହିଳା ଗର୍ଭବତୀ ଥିବା ସାଲିଷ୍ଟିକ୍‌ ଦ୍ୱାରା ସହଜରେ ଜଣାପଡ଼ିଥାଏ। ସାଲିଷ୍ଟିକ୍‌କୁ ପାଟିରେ ପୂରାଇ କିଛି ସମୟ ରଖିବା ପରେ ଏଥିରେ ଥିବା ପ୍ଲାଷ୍ଟିକ୍‌ ଟ୍ୟୁବ୍‌ରେ ସାଲିଭା ଜମା ହୋଇଥାଏ। ବାୟୋଲୋଜିକାଲ ରିଆକ୍ସନ ଦ୍ୱାରା ୫ରୁ ୧୫ ମିନିଟ୍‌ ମଧ୍ୟରେ ଗର୍ଭଧାରଣ ସମ୍ପର୍କରେ ଜଣାପଡ଼ିଯାଏ। ଅତିକମ୍‌ରେ ୩ ମିନିଟ୍‌ ଭିତରେ ସାଲିଷ୍ଟିକ୍‌ ସାହାଯ୍ୟରେ ଗର୍ଭପରୀକ୍ଷା କରାଯାଇପାରିବ। ମାସିକ ଋତୁସ୍ରାବ ଡେରି ହେବାର ପ୍ରଥମ ଦିନ ସାଲିଷ୍ଟିକ୍‌ ଦ୍ୱାରା ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜଣାପଡ଼ିଯିବ। ଅନ୍ୟପକ୍ଷେ ଖାଦ୍ୟ ଖାଇବାର ୩୦ ମିନିଟ୍‌ ପରେ ସାଲିଷ୍ଟିକ୍‌ ଦ୍ୱାରା ଗର୍ଭପରୀକ୍ଷା କରାଯାଇପାରିବ। ଜେରୁଜେଲମର ହେବ୍ରେଉ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଦ୍ୱାରା ସାଲିଗ୍ନୋଷ୍ଟିକ୍‌ ଷ୍ଟାର୍ଟଅପ୍‌ କମ୍ପାନୀ ଖୋଲାଯାଇଛି। ୨୦୧୬ରେ ସାଲିଷ୍ଟିକ୍‌ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଇସ୍ରାଏଲର ପାଖାପାଖି ୩୦୦ ମହିଳାଙ୍କୁ ନେଇ ଏହାର କ୍ଲିନିକାଲ ଟ୍ରାଏଲ୍‌ କରାଯାଇଥିଲା। ପରିସ୍ରାରୁ ଗର୍ଭ ପରୀକ୍ଷା ଜାଣିବା କୌଶଳ ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସାଲିଷ୍ଟିକ୍‌ ଜରିଆରେ ସହଳ ଏବଂ ହାଇଜିନ୍‌ ମେଥଡ୍‌ରେ ମହିଳାମାନ ଗର୍ଭଧାରଣ ପରୀକ୍ଷା କରିପାରିବେ ବୋଲି ସାଲିଷ୍ଟିକ୍‌ର ବଜାର ବିକ୍ରି କରାଉଥିବା ସୁପରଡ୍ରଗ୍‌ର ନିର୍ଦ୍ଦେଶକ କାରିସ୍‌ ନ୍ୟୁସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri