Posted inଜାତୀୟ

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି ତାଙ୍କ ମୃତଦେହକୁ କୂଅରେ ପକାଇଦେଇଛନ୍ତି। କରୋନା ଯୋଗୁ ଡାଏରୀ ଫାର୍ମରେ ସେତେଟା ଲାଭ ହେଉ ନ ଥିବାରୁ ମାଲିକ ଓମ ପ୍ରକାଶ ସେଠାରେ କାମ କରୁଥିବା ନସଲୀମକୁ କମ୍‌ ଦରମାରେ କାମ କରିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଓମପ୍ରକାଶ ନସଲୀମଙ୍କୁ ଏକ ଚାପୁଡା ମାରିଥିଲେ। ଏହି ରାଗରେ ନସଲୀମ ରାତିରେ ମାଲିକଙ୍କ ଉପରେ ଆକ୍ରମଣ କରିଥିଲେ। ଏକ ଛୁରିରେ ତାଙ୍କ ବେକକୁ କାଟିଦେଇଥିଲେ। ଏହାପରେ ତାଙ୍କ ମୃତଶରୀରକୁ ନେଇ ପାଖରେ ଥିବା ଏକ କୂଅ ଭିତରେ ଫୋପାଡି ଦେଇଥିଲେ। ମୃତକଙ୍କ ପରିଜନମାନେ ଓପପ୍ରକାଶ କୁଆଡେ ଯାଇଛନ୍ତି ବୋଲି ପଚାରିବାରୁ ନସଲୀମ ବଜାରକୁ ଯାଇଥିବା କହିଥିଲେ। ଏହାପରେ ଧରା ପଡିବା ଭୟରେ ମାଲିକଙ୍କ ବାଇକ୍‌ ଏବଂ ମୋବାଇଲ୍‌ ଧରି ଫେରାର ହୋଇଯାଇଥିଲେ ନସଲୀମ। ସନ୍ଦେହ ହେବାରୁ ମୃତକଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପାଖ କୂଅରୁ ଦୁର୍ଗନ୍ଧ ଆସିବାରୁ ପୋଲିସର ଏକ ଟିମ୍‌ କୂଅରୁ ଓମପ୍ରକାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ...

୨୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର...

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ...

ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୫।୯ : ଭାରତୀୟ ଯବାନମାନେ କଶ୍ମୀର ଡିଭିଜନର କୁପୱାରା ଜିଲାର ମାଛିଲ ସେକ୍ଟରରେ ଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। କୁହାଯାଉଛି ଯେ...

ସ୍ବାଧୀନତା ଦିବସରେ ଓ୍ବାଘା ବର୍ଡରରେ ମିଠା ଦିଆନିଆ ହେଲାନି

ନୂଆଦିଲ୍ଲୀ, ୧୪।୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟେଇ ଦିଆଯିବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ବର୍ଡରରେ...

ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର

ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ...

ରାଜଧାନୀରେ ଛାତ୍ରଙ୍କୁ ପିଟି ପିଟି ହତ୍ୟା : ୫ ଗିରଫ

ନୂଆଦିଲ୍ଲୀ,୧୦।୧୦-ରାଜଧାନୀ ଦିଲ୍ଲୀ ଆଦର୍ଶନଗରରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ସହ ସମ୍ପର୍କ ରଖିବା ଯୋଗୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।...

Advertisement
Archives

Model This Week