Posted inଜାତୀୟ

ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ

ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିବା ସେ କହିଛନ୍ତି। ନେତାଜୀ ମହାତ୍ମା ଗାନ୍ଧୀ ଏବଂ ଜବାହର ଲାଲ ନେହେରୁଙ୍କଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ସେ କହିଛନ୍ତି। ସାକ୍ଷୀ ମହାରାଜଙ୍କ ଭାଷଣର ୫୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାରତକୁ ସ୍ବାଧୀନତା ଦେବାରେ ନେତାଜୀଙ୍କ ଭୂମିକା ଅତୁଳନୀୟ। ସେ ତାଙ୍କ ସମଗ୍ର ଜୀବନ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ସ୍ଲୋଗାନରେ ସେ ବୀରତ୍ୱପୂର୍ଣ୍ଣ ବିପ୍ଳବ ଆରମ୍ଭ କରିଥିଲେ। ଦେଶକୁ ଶାସନ କରୁଥିବା ବ୍ରିଟିଶ୍‌ମାନେ ସେତେ ସହଜରେ ଭାରତ ଛାଡ଼ି ଯାଇ ନ ଥିଲେ। ରକ୍ତର ମୂଲ୍ୟ ବଦଳରେ ଭାରତୀୟ ସ୍ବାଧୀନତା କିଣିଥିଲେ। ଦେଶ କେବେ ବି ନେତାଜୀଙ୍କ ବଳିଦାନକୁ ଭୁଲିପାରିବ ନାହିଁ। କିନ୍ତୁ ଇତିହାସରେ ତାଙ୍କ ବୀରତ୍ୱ ଓ ସାହସର ଗାଥାକୁ ଚାପି ଦିଆଯାଇଛି। ନେହେରୁ ଓ ଗାନ୍ଧିଜୀ ନେତାଜୀଙ୍କ ଲୋକପ୍ରିୟତାଠାରୁ କାହିଁ କେତେ ପଛରେ ରହିଥିଲେ। ଏହା ଦେଖି କଂଗ୍ରେସ ହାତରୁ ଶାସନ ଗାଦି ଚାଲିଯିବାର ଭୟ ସୃଷ୍ଟି ହୋଇଥିଲା। କ୍ଷମତା ଲୋଭରେ କଂଗ୍ରେସ ନେତାଜୀଙ୍କୁ ସମୟ ପୂର୍ବରୁ ମୃତ୍ୟୁର ଖାଲକୁ ଠେଲିଦେଇଥିଲା ବୋଲି ସାକ୍ଷୀ ମହାରାଜ କହିଛନ୍ତି। ଏହା ନ କରିଥିଲେ ନେତାଜୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ଏବଂ ନେହେରୁଙ୍କୁ ଏହି ପଦ ମିଳିପାରି ନ ଥାନ୍ତା। ଏଥିପାଇଁ କଂଗ୍ରେସ ନେତାଜୀଙ୍କ ବୀରତ୍ୱକୁ ଚାପି ଦେବାକୁ ଉଦ୍ୟମ କରିଥିଲା। କାହିଁକି ଆଜି ପର୍ଯ୍ୟନ୍ତ ନେତାଜୀଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ୧୯୪୫ ଅଗଷ୍ଟ ୧୮ରେ ତାଇପେଇରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲେ ହେଁ ତାଙ୍କ ସମର୍ଥକ ଏବଂ ସଙ୍ଗଠନ ଆଜାଦ ହିନ୍ଦ ଫୌଜର ସଦସ୍ୟମାନେ ମଧ୍ୟ ଏହାକୁ ବିଶ୍ୱାସ କରି ନ ଥିଲେ। ନେହେରୁ କାହିଁକି ଏହାର କାରଣ ଜାଣିବାକୁ ତଦନ୍ତ କରାଇ ନ ଥିଲେ ବୋଲି ସାକ୍ଷୀ ମହାରାଜ ପ୍ରଶ୍ନ କହିଛନ୍ତି। ଏପରିକି ନେହେରୁ ସୁଭାଷ ବୋଷଙ୍କ ପଛରେ ଗୁପ୍ତଚର ଲଗାଇଥିଲେ ବୋଲି ସେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ହେଲେ ଭାଜପା ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ଗୌରବର କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri