Posted inଜାତୀୟ

ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ

ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିବା ସେ କହିଛନ୍ତି। ନେତାଜୀ ମହାତ୍ମା ଗାନ୍ଧୀ ଏବଂ ଜବାହର ଲାଲ ନେହେରୁଙ୍କଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ସେ କହିଛନ୍ତି। ସାକ୍ଷୀ ମହାରାଜଙ୍କ ଭାଷଣର ୫୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାରତକୁ ସ୍ବାଧୀନତା ଦେବାରେ ନେତାଜୀଙ୍କ ଭୂମିକା ଅତୁଳନୀୟ। ସେ ତାଙ୍କ ସମଗ୍ର ଜୀବନ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ସ୍ଲୋଗାନରେ ସେ ବୀରତ୍ୱପୂର୍ଣ୍ଣ ବିପ୍ଳବ ଆରମ୍ଭ କରିଥିଲେ। ଦେଶକୁ ଶାସନ କରୁଥିବା ବ୍ରିଟିଶ୍‌ମାନେ ସେତେ ସହଜରେ ଭାରତ ଛାଡ଼ି ଯାଇ ନ ଥିଲେ। ରକ୍ତର ମୂଲ୍ୟ ବଦଳରେ ଭାରତୀୟ ସ୍ବାଧୀନତା କିଣିଥିଲେ। ଦେଶ କେବେ ବି ନେତାଜୀଙ୍କ ବଳିଦାନକୁ ଭୁଲିପାରିବ ନାହିଁ। କିନ୍ତୁ ଇତିହାସରେ ତାଙ୍କ ବୀରତ୍ୱ ଓ ସାହସର ଗାଥାକୁ ଚାପି ଦିଆଯାଇଛି। ନେହେରୁ ଓ ଗାନ୍ଧିଜୀ ନେତାଜୀଙ୍କ ଲୋକପ୍ରିୟତାଠାରୁ କାହିଁ କେତେ ପଛରେ ରହିଥିଲେ। ଏହା ଦେଖି କଂଗ୍ରେସ ହାତରୁ ଶାସନ ଗାଦି ଚାଲିଯିବାର ଭୟ ସୃଷ୍ଟି ହୋଇଥିଲା। କ୍ଷମତା ଲୋଭରେ କଂଗ୍ରେସ ନେତାଜୀଙ୍କୁ ସମୟ ପୂର୍ବରୁ ମୃତ୍ୟୁର ଖାଲକୁ ଠେଲିଦେଇଥିଲା ବୋଲି ସାକ୍ଷୀ ମହାରାଜ କହିଛନ୍ତି। ଏହା ନ କରିଥିଲେ ନେତାଜୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ଏବଂ ନେହେରୁଙ୍କୁ ଏହି ପଦ ମିଳିପାରି ନ ଥାନ୍ତା। ଏଥିପାଇଁ କଂଗ୍ରେସ ନେତାଜୀଙ୍କ ବୀରତ୍ୱକୁ ଚାପି ଦେବାକୁ ଉଦ୍ୟମ କରିଥିଲା। କାହିଁକି ଆଜି ପର୍ଯ୍ୟନ୍ତ ନେତାଜୀଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ୧୯୪୫ ଅଗଷ୍ଟ ୧୮ରେ ତାଇପେଇରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲେ ହେଁ ତାଙ୍କ ସମର୍ଥକ ଏବଂ ସଙ୍ଗଠନ ଆଜାଦ ହିନ୍ଦ ଫୌଜର ସଦସ୍ୟମାନେ ମଧ୍ୟ ଏହାକୁ ବିଶ୍ୱାସ କରି ନ ଥିଲେ। ନେହେରୁ କାହିଁକି ଏହାର କାରଣ ଜାଣିବାକୁ ତଦନ୍ତ କରାଇ ନ ଥିଲେ ବୋଲି ସାକ୍ଷୀ ମହାରାଜ ପ୍ରଶ୍ନ କହିଛନ୍ତି। ଏପରିକି ନେହେରୁ ସୁଭାଷ ବୋଷଙ୍କ ପଛରେ ଗୁପ୍ତଚର ଲଗାଇଥିଲେ ବୋଲି ସେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ହେଲେ ଭାଜପା ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ଗୌରବର କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri