ଆଜି ରାଜ୍ୟରୁ ୧୫୦ ପଜିଟିଭ୍‌ ଚିହ୍ନଟ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୩୦୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ୬୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୮ ଏବଂ କଟକରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୭, ଭଦ୍ରକ ୭, ବଲାଙ୍ଗୀର ୫, ବୌଦ୍ଧ ୨, ଦେବଗଡ଼ ୧, ଗଞ୍ଜାମ ୩, ଜଗତସିଂହପୁର ୬, ଯାଜପୁର ୬, ଝାରସୁଗୁଡ଼ା ୮, କଳାହାଣ୍ଡି ୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୪, ଖୋର୍ଦ୍ଧା ୪, ମୟୂରଭଞ୍ଜ ୧, ନବରଙ୍ଗପୁର ୨, ନୂଆପଡ଼ା ୩, ପୁରୀ ୧୦, ସମ୍ବଲପୁର ୧୦ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା  ୧ ଥିବା ବେଳେ ଆଜି ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪, ୩୦୦ରେ ପହଞ୍ଚିଥିବା ବେଳେ ୩,୩୦,୯୬୨ ଜଣ ସୁସ୍ଥ ହୋଇଛନ୍ତି। ୧୩୮୦ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜଧାନୀରୁ ୧୨ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୬

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ଦୁର୍ଘଟଣାରେ ଜୀବନ ଯିବାପରେ ଚେତିଲା ପୋଲିସ: ରାଜଧାନୀ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଡେଥ୍‌ ଜୋନ୍‌। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ବହୁ ଜୀବନ ଯାଉଛି। ତେବେ...

ବୋନ୍‌ ଟ୍ୟୁମର କୁନିଙ୍କୁ ସବ୍ୟସାଚୀଙ୍କ ସହାୟତା

ପୁରୀ ଅଫିସ,୨୭।୨: ପୁରୀ ସଦର ବ୍ଲକ୍‌ ବାଲିପଡ଼ାର କୁନି ପଣ୍ଡା ବୋନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ରହୁଥିଲେ। ୨୪ ବର୍ଷ.ବୟସର କୁନିର ଏହି ଦୁଃଖର...

ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍‌ଟିଓ...

ଗଣମାଧ୍ୟମ କର୍ମଚାରୀଙ୍କୁ ସଂକ୍ରମଣ ଭୟ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜ ଜୀବନ ବିପନ୍ନ କରି ଜନସାଧାରଣଙ୍କ...

ସୁରକ୍ଷା ପ୍ରତି ଧ୍ୟାନ ନାହିଁ

ଭୁବନେଶ୍ୱର,୧୦। ୧୦(ବ୍ୟୁରୋ): ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ତଥା ଗ୍ୟାସ ଫିଲିଂ ଷ୍ଟେଶନଗୁଡ଼ିକର ସୁରକ୍ଷା ପ୍ରତି ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ଗୁରୁତ୍ୱ ଦେଉନାହିଁ।...

ଏସ୍‌ଇସିସି ତାଲିକାରେ ଭୁଲ୍‌ଭଟକା: ଆବାସ ଯୋଜନାରୁ ବଁଚିତ୍‌ ୩୪ ଆଦିବାସୀ ପରିବାର

  ଲାଠୋର, ୧୧।୨ (ଡି.ଏନ୍‌.ଏ.)- କେନ୍ଦ୍ର ସରକାର ୨୦୧୧ ସାଲେ ସାରାଦେଶରେ ଏସ୍‌ଇସିସି(ସାମାଜିକ, ଆର୍ଥତ୍କ, ଜାତି ଭିତ୍ତିକ) ଜନଗଣନା କରେଇଥିଲେ। ସେ ହିସାବେ ଆମର ରାଏଜେ...

ମାର୍ଚ୍ଚ ୧୩ରୁ ଖର୍ଚ୍ଚଦାବି ଆଲୋଚନା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ ଉପସ୍ଥାପନ କରାଯାଇଛି। ଆସନ୍ତା ମାର୍ଚ୍ଚ ୧୩ରୁ ବିଭାଗୱାରୀ ଖର୍ଚ୍ଚଦାବି ଆଲୋଚନା କରାଯିବ ବୋଲି...

BGU
Play 250+ Trending Games
Archives

Model This Week

Why Dharitri