ମନ୍ଦିର ବାହାରେ ସନ୍ଥ

ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମିକ ଭକ୍ତି ଈଶ୍ବରଙ୍କ ନିୟମ ପାଳନ ଉପରେ ପର୍ଯ୍ୟବସିତ। ଈଶ୍ୱରଙ୍କ ନିକଟରେ ଆମତ୍ସମର୍ପଣ ହିଁ ଏହି ଧର୍ମଗୁଡ଼ିକର ମୁଖ୍ୟ ସିଦ୍ଧାନ୍ତ। ସେହିଭଳି ଭାବ ଓ ଭକ୍ତି ହିନ୍ଦୁଧର୍ମର ମୂଳମନ୍ତ୍ର। ଏହି ଭକ୍ତି ମନ୍ଦିରର ଅନେକ ରୀତିନୀତି ଏବଂ ପର୍ବପର୍ବାଣି ସହିତ ଜଡ଼ିତ। ହିନ୍ଦୁମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଏହା ଆମକୁ ଏକ ଦିବ୍ୟଜଗତ ସହ ସମ୍ପର୍କିତ କରିଥାଏ ବୋଲି ବିଶ୍ୱାସ ରହିଛି। ସାମଗ୍ରିକ ଭାବେ ଦେଖିବାକୁ ଗଲେ ସବୁଧର୍ମ ଈଶ୍ୱରଙ୍କ ଉପସ୍ଥିତିକୁ ସ୍ବୀକାର କରେ। ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ଧର୍ମ ଅନୁଯାୟୀ ଈଶ୍ବରଙ୍କ ଉପସ୍ଥିତି କିମ୍ବା ଦୃଷ୍ଟିରେ ସମସ୍ତେ ସମାନ ଥିବାବେଳେ ହିନ୍ଦୁ ମନ୍ଦିର ରୀତିନୀତିରେ ଶୁଦ୍ଧ (ସ୍ବଚ୍ଛ)ଏବଂ ଅଶୁଦ୍ଧ (ଅସ୍ବଚ୍ଛ)ବିଚାର ରହିଛି। ଏମାନଙ୍କ ମଧ୍ୟରେ ଉଚ୍ଚନୀଚ ଜାତିଭିତ୍ତିକ ସ୍ତର ମଧ୍ୟ ଅଛି। ହିନ୍ଦୁ ଧର୍ମରେ ଶୁଦ୍ଧମାନେ ମନ୍ଦିର ଭିତର ଭାଗରେ ପ୍ରବେଶ କରିବାକୁ ଅନୁମତି ପାଇଲେ, ଅର୍ଦ୍ଧଶୁଦ୍ଧଙ୍କୁ ମନ୍ଦିରର ଏକ ସୀମା ଯାଏ ପ୍ରବେଶ କରିବାକୁ ଅନୁମତି ମିଳିଲା। କିନ୍ତୁ ଅଶୁଦ୍ଧମାନେ ସମ୍ପୂର୍ଣ୍ଣ ମନ୍ଦିର ବାହାରେ ରହିଗଲେ। ତେଣୁ ଶୁଦ୍ଧ ଏବଂ ଅଶୁଦ୍ଧ ଶ୍ରେଣୀର ସାମାଜିକ ବିଚାରଧାରାରେ ପ୍ରଭେଦ ଓ ତିକ୍ତତା ରହିଛି। ଏହା ଯୋଗୁ ଦେବତା ଓ ଭକ୍ତଙ୍କ ମଧ୍ୟରେ ପାଚେରି ଠିଆ ହୋଇଛି। ଦିଅଁ ଓ ଭକ୍ତ ମଧ୍ୟରେ ଆଧ୍ୟାତ୍ମିକ ଧାରଣାରେ ତିକ୍ତତା ରହିଛି। ଏଭଳି ପାଞ୍ଚଟି କାହାଣୀ ସମ୍ପର୍କରେ ଏଠାରେ ଦୃଷ୍ଟି ଆକର୍ଷଣ କରାଯାଉଛି।
ପ୍ରଥମରେ, ତାମିଲ ବୈଷ୍ଣବଙ୍କ କାହାଣୀ ବିଚାରକୁ ନିଆଯାଉ। ସେହି ସବୁ କାହାଣୀ ମଧ୍ୟରେ ଶ୍ରୀରଙ୍ଗମ୍‌ ମନ୍ଦିରରେ ଥିରୁପନ ଅଲଓ୍ବାରଙ୍କ କଥା ଆମେ ଶୁଣିଛୁ। ଶ୍ରୀରଙ୍ଗମ୍‌ ମନ୍ଦିରର ସେ ମହାନ୍‌ ଗାୟକ ଓ ଜଣେ ସନ୍ଥ। ସେ ସମୟରେ ବ୍ରାହ୍ମଣମାନେ କାବେରୀ ନଦୀରେ ଗାଧୋଇବା ପବିତ୍ର ବୋଲି ବିବେଚନା କରୁଥିଲେ। ଏଣୁ କାବେରୀ ନଦୀର ଏକ ନିର୍ଦ୍ଦିଷ୍ଟ ଭାଗରେ ଥିରୁପନଙ୍କୁ ପହଞ୍ଚିବାକୁ ଅନୁମତି ଦିଆଯାଏ ନାହିଁ। ଥରେ ସେ ନଦୀକୁ ଯାଇଥିବା ସମୟରେ ଜଣେ ବ୍ରାହ୍ମଣ ଏହି ଗାୟକ ସାଧୁଙ୍କ ଉପରକୁ ପଥର ଫିଙ୍ଗିଥିଲେ। କିନ୍ତୁ ସେହି ପଥର ହଠାତ୍‌ ନଦୀର ପବିତ୍ର ଭାଗରେ ଆସି ପଡ଼ିଲା। ବ୍ରାହ୍ମଣଙ୍କ ଏଭଳି କାର୍ଯ୍ୟରେ ଦେବୀ ଅସନ୍ତୁଷ୍ଟ ହେବା ସହ ତାଙ୍କୁ ସ୍ବପ୍ନରେ ତାହା ଜଣାଇଲେ। ସ୍ବପ୍ନରେ ଦେବୀଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିବା ସେହି ବ୍ରାହ୍ମଣ ଜଣକ ଦେଖିଲେ। କେବଳ ଏତିକି ନୁହେଁ, ସେହି ସାଧୁ ଗାୟକଙ୍କୁ ମନ୍ଦିର ଭିତରକୁ ନେବା ଲାଗି ଦେବୀ ମଧ୍ୟ ତାଙ୍କୁ ସ୍ବପ୍ନାଦେଶ କରିଥିଲେ।
ଏହା ପରେ ତାମିଲ ଶୈବମାନଙ୍କ ମଧ୍ୟରେ ନନ୍ଦନାର ନାୟାମନାରଙ୍କ ସମ୍ପର୍କରେ ଏକ କାହାଣୀ ଶୁଣିବାକୁ ମିଳେ। ତାଙ୍କୁ ଚିଦାମ୍ବରମ୍‌ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ। ଅଗ୍ନିରେ ଚାଲିବା ପରେ ତାଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଏ। କାରଣ ଏହି କାର୍ଯ୍ୟ ତାଙ୍କୁ ଶୁଦ୍ଧ ସାବ୍ୟସ୍ତ କରିଥାଏ। ତାଙ୍କର ଶୁଦ୍ଧ ସ୍ଥିତି ବ୍ରାହ୍ମଣଙ୍କ ଉପବୀତ ଏବଂ ଭଷ୍ମ ବୋଳାର ପବିତ୍ର ଅବସ୍ଥାକୁ ଦର୍ଶାଏ। ଏହା ଜାତିପ୍ରଥାରେ ଏକ ପରିବର୍ତ୍ତନ ସ୍ଥିତିକୁ ସୂଚାଇଥାଏ। ଏଥିରୁ ବୁଝାପଡ଼େ ଯେ, ମନ୍ଦିରକୁ ପ୍ରବେଶ କରିବା ପାଇଁ ଆବଶ୍ୟକ ହେଉଥିବା ଏକମାତ୍ର ଉପାୟ ହେଉଛି ଶୁଦ୍ଧତା। ଏଭଳି ଅଶୁଦ୍ଧତା ବିଚାର କେବେ ବି ସଦାଚାର କିମ୍ବା ନୈତିକ ସିଦ୍ଧାନ୍ତ ଆଧାରିତ ନୁହେଁ; ଏହା କେବଳ ଏକ ରୀତିନୀତି ବା ପରମ୍ପରା। ନନ୍ଦନାରଙ୍କ କାହାଣୀ ଦ୍ୱାଦଶ ଶତାବ୍ଦୀରେ ଲିଖିତ ପେରିଆ ପୁରାଣମ୍‌ରୁ ଆସିଛି। ଅନ୍ୟ ଏକ କାହାଣୀ ଆମକୁ ସୂଚିତ କରେ ଯେ ନନ୍ଦନାରଙ୍କୁ ମନ୍ଦିର ସୀମା ପାର ହେବାକୁ ଅନୁମତି ଦିଆଯାଇ ନ ଥିଲା। କେବଳ ବାହାରେ ରହି ତାଙ୍କୁ ଦେବତାଙ୍କୁ ଦେଖିବାକୁ ପଡୁଥିଲା। ପଥର ନିର୍ମିତ ନନ୍ଦୀ ତାଙ୍କ ଦିଅଁ ଦର୍ଶନରେ ବାଧା ସୃଷ୍ଟି କରୁଥିଲା। ତେଣୁ ପବିତ୍ର ଗର୍ଭଗୃହର ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ସକ୍ଷମ ହେବା ଲାଗି ଶିବ ପଥର ନନ୍ଦୀଙ୍କୁ ଘୁଞ୍ଚାଇ ଦେଇଥିଲେ।
ମହାରାଷ୍ଟ୍ରର ପ୍ରସିଦ୍ଧ ମନ୍ଦିର ପନ୍ଧାରପୁର। ସେଠାରେ ପ୍ରଭୁ ବିଠଲ ବିରାଜିତ। ସେହି ମନ୍ଦିର ସହ ଜଡ଼ିତ ସନ୍ଥ ଚୋଖାମେଲାଙ୍କ ବିଷୟରେ ଆମେ ଜାଣିଛେ। ସେ ଥିଲେ ବିଠଲଙ୍କ ଭକ୍ତ। କିନ୍ତୁ ଚାଖାମେଲାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯାଇ ନ ଥିଲା। ତାଙ୍କୁ ମନ୍ଦିର ବାହାରେ ସମାଧି ଦିଆଯାଇଛି। ପୂଜକମାନେ କହନ୍ତି ଯେ, ଦିବ୍ୟ ସ୍ପର୍ଶ ଲାଭ କରିବାକୁ ଆଶା କରୁଥିବା ବିଠଲ ଯେଭଳି ନାମ ଜପ କରନ୍ତି ଠିକ୍‌ ସେମିତି ଏବେ ବି ତାଙ୍କ ଅସ୍ଥି ଶବ୍ଦ (ନାମଜପ)କରିବା ଶୁଣିବାକୁ ମିଳେ।
ଉଦୁପି କର୍ନାଟକର କନକ ଦାସଙ୍କ ବିଷୟରେ ଆମେ ଶୁଣିବାକୁ ପାଉ। ସେ ଜଣେ ମେଷପାଳକ। ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯାଇ ନ ଥିଲା। କିନ୍ତୁ ସେ ଭକ୍ତି ପଥରୁ ବିଚ୍ୟୁତ ହୋଇ ନ ଥିଲେ। କନକ ଦାସ ମନ୍ଦିର ପଛରେ ବସି ରହନ୍ତି ଓ ବିରାଜିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଜନ ଜଣାଣ ଗାନ କରିଥାଆନ୍ତି। ବାସ୍ତବରେ ଭକ୍ତଙ୍କ ପାଇଁ ହିଁ ଭଗବାନ। କନକ ଦାସଙ୍କ ଭଳି ଭକ୍ତଙ୍କୁ ଦେଖିବାକୁ ଆଗ୍ରହୀ ହୋଇ କୃଷ୍ଣଙ୍କ ମୂର୍ତ୍ତି ବୁଲିପଡ଼ିଲେ ଓ ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲା। ଏହିପରି ଭାବେ ପୁରୋହିତମାନେ ଯେଉଁ କଟକଣା ରଖିଥିଲେ ତାହା ସ୍ବୟଂ ପ୍ରଭୁ ଭାଙ୍ଗିବାକୁ ସକ୍ଷମ ହେଲେ। ଶେଷରେ କନକ ଦାସ ପ୍ରଭୁଙ୍କୁ ଦର୍ଶନ କରିପାରିଲେ।
ଓଡ଼ିଶାର ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜିତ। ମନ୍ଦିରର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବା ସମୟରେ ଆଜି ମଧ୍ୟ ଜଣେ ପ୍ରବେଶ କରିବାବେଳେ ଦେବତାଙ୍କର ଏକ ପ୍ରତିକୃତି ଦେଖିବାକୁ ପାଇଥା’ନ୍ତି। ଏହା ପତିତପାବନ ମନ୍ଦିର ଭାବେ ଜଣାଶୁଣା। ଯେଉର୍ଁମାନଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥାଏ, ସେଠାରେ ପ୍ରଭୁଙ୍କ ଦର୍ଶନ ଲାଗି ଏହି ପ୍ରତିକୃତି ରଖାଯାଇଛି। ମନ୍ଦିର ପ୍ରବେଶ ଦ୍ୱାରରେ ପତିତପାବନଙ୍କ ଉପସ୍ଥିତି ଭାରତର ସାମାଜିକ ବାସ୍ତବତାକୁ ସ୍ମରଣ କରାଇ ଦେଇଥାଏ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri