ବେବୋଙ୍କୁ ଡରି ଏଭଳି ଉତ୍ତର ଦେଲେ ସୈଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାଁ ଓ ଅଭିନେତ୍ରୀ କରୀନା କପୁର ଖାଁ ବି-ଟାଉନର ସୁନ୍ଦର ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ପ୍ରାୟ ସମୟରେ ଦୁହେଁ ବେଶ୍‌ ଚର୍ଚ୍ଚାରେ ରହୁଥିବା ବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରାୟ ସମୟରେ କରୀନା ଓ ସୈଫଙ୍କ ସହ ୨ପୁଅଙ୍କ ଫଟୋ ଓ ଭିଡିଓମାନ ଦେଖିବାକୁ ମିଳେ। ନିକଟରେ ସୈଫ କରୀନାଙ୍କୁ ନେଇ ଏକ ମଜାଳିଆ କଥା ସାମ୍ନାକୁ ଆଣିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି। ଗତ ବର୍ଷ କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ସେଲୁନ, ପାର୍ଲର ଓ ଜିମ୍‌ ଆଦି ମାନ ବନ୍ଦ ରହିଥିଲା। ଲୋକମାନେ ୟୁଟ୍ୟୁବ ଦେଖି ନିଜର ହେୟାରକଟ୍‌ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଏଥିରୁ ସେଲିବ୍ରିଟି ମଧ୍ୟ ବାଦ୍‌ ପଡ଼ି ନ ଥିଲେ। ଅନେକ ସେଲିବ୍ରିଟି ଘରେ ନିଜ ପାର୍ଟନରଙ୍କଠାରୁ ପରସ୍ପରର ହେୟାରକଟ୍‌ କରିଥିଲେ। ଆଉ ଏହାକୁ ନିଜର ନୂଆ ହେୟାରକଟ୍‌ ଦର୍ଶାଇ ଅନେକ ଭିଡିଓମାନ ଶେୟାର କରିଥିଲେ। ତେବେ ଏହି ଟ୍ରେଡିଂରେ ସୈଫ ଓ କରୀନାଙ୍କ ନାମ ରହି ନ ଥିଲା। ଏକ ସାକ୍ଷାତକାରରେ ଏନେଇ ସୈଫଙ୍କୁ ପଶ୍ନ କରାଯାଇଥିଲା। ଫିଟ୍‌ ଅପ୍‌ ଦ ଷ୍ଟାର ଶୋ’ରେ କରୀନା ତାଙ୍କର ହେୟାରକଟ୍‌ କରିଛନ୍ତି କି ନାହିଁ ପ୍ରଶ୍ନ କରିବାରୁ ସୈଫ ଏକ ମଜାଳିଆ ଭାବେ ଉତ୍ତର ରଖିଥିଲେ। ସେ କହିଛନ୍ତି, ଯଦି ସେ ଏଭଳି କରିଥାନ୍ତେ ତେବେ କରୀନା ତାଙ୍କୁ ଜୀବନରୁ ମାରିଦେଇଥାନ୍ତେ। ତାଙ୍କ କେଶ କାଟିବା ଏହା ଏକ ଅନ୍‌ପ୍ରୋଫେସନାଲ। କାରଣ ସେ ହେଉଛନ୍ତି ଜାତୀୟ ସମ୍ପତ୍ତି। ଆମେ ଏବେ ବି କାମ କରୁଛୁ। ତେଣୁ ଆମେ ପରସ୍ପରର କେଶ ସହ ଖେଳିପାରିବୁ ନାହିଁ। କରୀନା ମୋ କେଶ କାଟି ପାରିଥାନ୍ତେ, କିନ୍ତୁ ସୋଭାଗ୍ୟବଶତଃ ସେ ଏଭଳି କରି ନ ଥିଲେ ବୋଲି ସୈଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri