ଏଥର କିଛି କହିବା ପୂର୍ବରୁ ଦୁଇଥର ଭାବିବି: ସାଇ ପଲ୍ଲବୀ

ହାଇଦ୍ରାବାଦ: ବିବାଦ ପରେ ସ୍ପଷ୍ଟୀକରଣ। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ। ସେ ତାଙ୍କ ଆଗାମୀ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନ ବେଳେ କହିଥିବା କଥାକୁ ନେଇ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେ ପଲ୍ଲବୀ କଶ୍ମୀର ପଣ୍ଡିତକୁ ନେଇ ବୟାନ ଦେଇଥିଲେ। ସେ ଭିଡ ହିଂସା ଓ କଶ୍ମୀର ଗଣହତ୍ୟା ଘଟଣାକୁ ସମାନ କହିଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏହି ବୟାନ ଲାଗି ତାଙ୍କୁ ବିରୋଧ କରାଯାଉଛି। ଅଭିନେତ୍ରୀଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜୁ ହୋଇଛି। ଶେଷରେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସେ।

ପଲ୍ଲବୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସେ ଯାହା କହିବାକୁ ଚାହୁଁଥିଲେ ତାହା ଲୋକଙ୍କ ଆଖରେ ରଖା ନ ଯାଇ, ଉକ୍ତ ବୟାନକୁ ଭୁଲ ରୂପେ ସମସ୍ତଙ୍କ ଆଖରେ ରଖାଯାଇଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ପାପ ବୋଲି ମୁଁ କହିବାକୁ ଚାହୁଁଥିଲି। ମୋର ଉଦ୍ଦେଶ୍ୟ ଏହା ହିଁ ଥିଲା। ହେଲେ ମୋ ସାକ୍ଷାତକାରର ଗୋଟିଏ ଛୋଟ କ୍ଲିପ୍‌କୁ ନେଇ ଭୁଲ ତଥ୍ୟ ଦିଆଯାଇଛି। ଭାଇରାଲ ହେଉଥିବା ଭିଡିଓରେ ମୂଳ ପ୍ରସଙ୍ଗକୁ ହଟାଇ ଦିଆଯାଇଛି।

ଏହାଛଡ଼ା କଶ୍ମୀର ଫାଇଲ୍ସ ଫିଲ୍ମକୁ ଦେଖିବା ପରେ ମୁଁ ନିର୍ଦ୍ଦେଶକଙ୍କ ସହ କଥା ହେବାର ସୁଯୋଗ ପାଇଲି। ବର୍ଷ ବର୍ଷ ଧରି ଲୋକମାନେ ସମାନ ପରିସ୍ଥିତି ଭୋଗୁଥିବା ନେଇ ଚିନ୍ତା ପ୍ରକଟ କରିଥିଲି। ତେବେ ଗଣହତ୍ୟା ଭଳି ଘଟଣାକୁ ମୁଁ ସାମାନ୍ୟ ଘଟଣା କହିନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥାକୁ ଭୁଲ ପରିବେଷଣ କରାଯାଇଛି। ମୁଁ ନା ବାମପନ୍ଥୀ ନା ଦକ୍ଷିଣପନ୍ଥୀ, କାହାକୁ ବି ସମର୍ଥନ ଦେଇନାହିଁ। ସବୁବେଳେ ନିରପେକ୍ଷ ରହିଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ଅପରାଧ ବୋଲି କହିବା ମୋର ଉଦ୍ଦେଶ୍ୟ ଥିଲା। ତେବେ ଏହାକୁ ଭୁଲ ଭାବରେ ନେବା ପରେ ମୋତେ ଗଭୀର ଦୁଃଖ ଲାଗିଛି। ଏଥର ହୃଦୟରୁ କହିବା ପୂର୍ବରୁ ଦୁଇ ଥର ଭାବିବି। ନଚେତ ତାକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 

 

View this post on Instagram

 

A post shared by Sai Pallavi (@saipallavi.senthamarai)


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?