ଭାଲେଣ୍ଟାଇନ୍‌ ଡେ’ରେ ଛାଡ଼ପତ୍ର ପ୍ରାପ୍ତ ଅଭିନେତାଙ୍କ ସହ ନଜର ଆସିଲେ ସାଇ ପଲ୍ଲବୀ, ଭିଡିଓ ଭାଇରାଲ…

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ସାଇ ପଲ୍ଲବୀ ଜଣେ। ସେ ନିଜର ସୁନ୍ଦରତା ସହ ଜୀବନ୍ତ ଅଭିନୟକୁ ନେଇ ଜଣାଶୁଣା। ଏବେ ସେ ଏକାଧିକ ପ୍ରୋଜେକ୍ଟରେ କାମ କରୁଥିବା ବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଭ୍ୟାଲେଣ୍ଟାଇନ୍‌ ଡେ’ ଅବସରରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ତାଙ୍କ ସହ ସୁପରଷ୍ଟାର ନାଗା ଚୈତନ୍ୟ ନଜର ଆସୁଛନ୍ତି। ଛାଡ଼ପତ୍ର ପାଇଥିବା ଅଭିନେତାଙ୍କ ସହ ସାଇ ପଲ୍ଲବୀଙ୍କ ରୋମାଣ୍ଟିକ ଭିଡିଓ ଦେଖି ପ୍ରଶଂସକ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷେ ସାଇ ପଲ୍ଲବୀ ନାଗା ଚୈତନ୍ୟଙ୍କ ସହ ଫିଲ୍ମ ‘ଥଣ୍ଡେଲ’ରେ ନଜର ଆସିବେ ବୋଲି କୁହାଯାଉଛି। ପୁର୍ବରୁ ଦୁହେଁ ୨୦୨୧ରେ ଫିଲ୍ମ ‘ଲଭ୍‌ଷ୍ଟୋରୀ’ରେ ନଜର ଆସିଥିଲେ। ଏଣୁ ସାଇ ପଲ୍ଲବୀଙ୍କ ଭିଡିଓଟି କୌଣସି ଚଳଚ୍ଚିତ୍ର ଲାଗି ପ୍ରମୋ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଭିଡିଓଟି ଏବେ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧା ଭୟଙ୍କର ଅବତାର ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ବକ୍ସ ଅଫିସରେ ଫିଲ୍ମ ‘ସ୍ତ୍ରୀ’ ଜରିଆରେ ହୃଦୟ ଜିତିଥିବା ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଜବରଦସ୍ତ ଭାବେ ଏଣ୍ଟ୍ରି କରିଛନ୍ତି। ମ୍ୟାଡକ୍‌ ଫିଲ୍ମସର ବହୁ ପ୍ରତୀକ୍ଷିତ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri