Posted inଖେଳ

ସିନ୍ଧୁଙ୍କ ଅନୁରୋଧ ରକ୍ଷା କଲା ସାଇ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ତଥା ବିଶ୍ୱ ଚାମ୍ପିୟନ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କ ଅନୁରୋଧକୁ ଶେଷରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ରକ୍ଷା କରିଛି। ଆସନ୍ତାବର୍ଷ ଜାନୁୟାରୀରେ ଆୟୋଜନ ହେବାକୁ ଥିବା ୩ଟି ଟୁର୍ନାମେଣ୍ଟ ଖେଳିବା ଅବସରରେ ଫିଜିଓ ଓ ଫିଟ୍‌ନେସ ଟ୍ରେନରଙ୍କୁ ନିଜ ସାଥିରେ ଯାତ୍ରା କରିବା ନେଇ ସିନ୍ଧୁ ସାଇକୁ ଅନୁରୋଧ ଜଣାଇଥିଲେ। ଏବେ ସିନ୍ଧୁଙ୍କ ଏହି ଅନୁରୋଧକୁ ରକ୍ଷା କରିଛନ୍ତି ସରକାର। ଅବଶ୍ୟ ଏ ବାବଦରେ ସରକାରଙ୍କୁ ୮ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
୨୬ ବର୍ଷୀୟା ସିନ୍ଧୁ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ରେ ସାମିଲ ରହିଛନ୍ତି। ସେ ଜାନୁୟାରୀରେ ପ୍ରତିଯୋଗିତାମୂଳକ ବ୍ୟାଡ୍‌ମିଣ୍ଟନକୁ ଫେରିବେ। କରୋନ ସଂକ୍ରମଣ କାରଣରୁ ସେ ବ୍ରେକ୍‌ ନେଇଥିଲେ। ଜାନୁୟାରୀ ୧୨ରୁ ୧୭ ମଧ୍ୟରେ ୟୋନେକ୍ସ ଥାଇଲାଣ୍ଡ ଓପନ, ୧୯ରୁ ୨୪ ମଧ୍ୟରେ ଟୟୋଟା ଥାଇଲାଣ୍ଡ ଓପନ ଓ ୨୭ରୁ ୩୧ ତାରିଖ ମଧ୍ୟରେ ବ୍ୟାଙ୍କକରେ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ସିନ୍ଧୁ ଏବେ ଲଣ୍ଡନରେ ରହି ଟ୍ରେନିଂ ଜାରି ରଖିଛନ୍ତି। ସିନ୍ଧୁ ଗତ ଅକ୍ଟୋବରରେ ଡେନ୍‌ମାର୍କ ଓପନ୍‌ରୁ ଓହରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?