କଟକର ସାହିବାସିନ୍ଦା

ଓଡ଼ିଶାର ସାଂସ୍କୃତିକ ଓ ବ୍ୟବସାୟିକ ରାଜଧାନୀ କଟକର ସାହିବାସିନ୍ଦାମାନେ ଆଜି ଅନେକ ସମସ୍ୟା ଭିତରେ ଗତିକରୁଛନ୍ତି। ଶହ ଶହ ବର୍ଷଧରି ଏହି ଏମାନେ କଟକର ଉନ୍ନତ ସାଂସ୍କୃତିକ ଓ ସାମାଜିକ ପରମ୍ପରାକୁ ବଞ୍ଚାଇ ରଖିବା ସହ କଟକରେ ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଆସିଛନ୍ତି। ତେବେ ଭେଜାଲ ଖାଦ୍ୟ, ଖୋଲା ଜାଗାର ଅଭାବ, ଖୋଲା ନାଳ, କଂକ୍ରିଟ ଜଙ୍ଗଲର ବୃଦ୍ଧି, ଯାନବାହନ ସଂଖ୍ୟାରେ ଅତ୍ୟଧିକ ବୃଦ୍ଧି, ଜଳାଶୟଗୁଡିକର ବିଲୁପ୍ତୀକରଣ, ଫୁଟ୍‌ପାଥ୍‌ଗୁଡିକର ଅବରୋଧ, ଲୋକସଂଖ୍ୟାରେ ବୃଦ୍ଧି, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଅବନତି ଇତ୍ୟାଦି କଟକର ସ୍ଥାୟୀ ବାସିନ୍ଦାମାନଙ୍କୁ ହନ୍ତସନ୍ତ କରିଦେଲାଣି। ଯଦି ଏହି ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ନ ହୁଏ କଟକ ଆଉ ମନୁଷ୍ୟ ରହିବା ଉପଯୋଗୀ ହେବନାହିଁ।
ଯଦିଓ କଟକରେ ଭେଜାଲ ଖାଦ୍ୟ ଓ ଅନ୍ୟାନ୍ୟ ଭେଜାଲ ବସ୍ତୁ ତିଆରି କରୁଥିବା କମ୍ପାନୀଗୁଡ଼ିକ ଉପରେ ସରକାର ମଝିରେ ମଝିରେ ଚଢ଼ାଉ କରୁଛନ୍ତି, କିନ୍ତୁ ଏହି ଭେଜାଲ ବସ୍ତୁଗୁଡ଼ିକର ବିକ୍ରି ଦିନକୁ ଦିନ ବଢ଼ି ଚାଲିଛି। ସାଧାରଣ ଲୋକ ଏହି ଭେଜାଲ ଖାଦ୍ୟ ଖାଇ ରୋଗରେ ପଡୁଛନ୍ତି। ଏଇସିଏମ୍‌ଆର୍‌ର ଏକ ସର୍ଭେ ଅନୁସାରେ ଭାରତର ସବୁ ସହର ମଧ୍ୟର କଟକର ଲୋକମାନେ ସର୍ବାଧିକ ଷ୍ଟ୍ରୋକ୍‌ର ଶିକାର ହୋଇଥାନ୍ତି। ଯକୃତ ଓ ବୃକ୍‌କ ରୋଗରେ କଟକର ଅନେକ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। କଟକକୁ ଭେଜାଲ ମୁକ୍ତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଉଚିତ।
କଟକର ବିଡ଼ାନାସୀ ଓ କ୍ୟାଣ୍ଟନମେଣ୍ଟ ରୋଡ୍‌ ଅଞ୍ଚଳଗୁଡିକ ଛାଡିଦେଲେ କଟକର ଅନ୍ୟ ସବୁ ସାହିରେ ଖୋଲା ଜାଗା, ଖେଳ ପଡ଼ିଆ, ଜଳାଶୟ ଓ ସବୁଜିମା ପ୍ରାୟ ଲୋପ ପାଇଗଲାଣି। ଫଳରେ ଯୁବପିଢ଼ି ଖେଳକୁଦର ସୁଯୋଗ ପାଇ ସ୍ମାର୍ଟ ଫୋନ, କମ୍ପ୍ୟୁଟର ଗେମ୍‌ ଓ ମାନସିକ ବ୍ୟାଧିର ଶିକାର ହେଉଛନ୍ତି। ଚିନ୍ତା, ମେଣ୍ଟାଲ ଷ୍ଟ୍ରେସ୍‌ ଓ ଶାରୀରିକ ବ୍ୟାୟାମର ଅଭାବ ମସ୍ତିଷ୍କ ଆଘାତର ଏକ ପ୍ରମୁଖ କାରଣ ବୋଲି କୁହାଯାଏ। କର୍ତ୍ତୃପକ୍ଷ ପୂର୍ବ ଓ ଉତ୍ତର କଟକରେ ପ୍ରତି ୨୦୦୦ ପରିବାର ପାଇଁ ଗୋଟିଏ ସାର୍ବଜନୀନ ଖେଳପଡିଆର ପ୍ରାବଧାନ କରିବା ଦରକାର।
ଦରଦାମ୍‌ ବୃଦ୍ଧି ଓ ବେରୋଜଗାର କଟକବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କଟକର ସ୍ଥାହିବାସିନ୍ଦା ଶହ ଶହ ବର୍ଷ ଧରି ନିଜ ଭିତରେ ଅନେକ କୌଶଳ ବିକାଶ କରିଛନ୍ତି। ରୁପା ତାରକସି କାମ, ମାଟି ମୂର୍ତ୍ତି କାମ, ଶିଙ୍ଗ କାମ ଓ ଅନେକ ସୁସ୍ବାଦୁ ଖାଦ୍ୟ ତିଆରି କରିବାର କୌଶଳ କଟକକୁ ସାରା ଭାରତରେ ପ୍ରସିଦ୍ଧ କରିଛି। ଏହି କୌଶଳଗୁଡ଼ିକର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଏହାର ବିକ୍ରି ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ହେଲେ ଅନେକ ରୋଜଗାର ସୃଷ୍ଟି ହେବ।
ସାହିବାସିନ୍ଦାଙ୍କ ଭିତରେ ବିଭିନ୍ନ କୌଶଳର ବିକାଶ, ଉନ୍ନତ କର୍ମ ସଂସ୍କୃତି, ଶୃଙ୍ଖଳା, ବ୍ୟବସାୟ କୌଶଳ ଓ ନିଜ ନିଜ ଭିତରେ ଭ୍ରାତୃଭାବ କଟକବାସୀଙ୍କ ପାଇଁ ଅନେକ ଆର୍ଥିକ ଗତିବିଧିର ସୁଯୋଗ ସୃଷ୍ଟି କରିବ। କଟକର ବିଭିନ୍ନ ସ୍ଥାନରେ ଥିବା ଜଳାଶୟଗୁଡିକର ସୁରକ୍ଷା କରାଯାଇ ସେଠାରେ ମାଛଚାଷ କରାଯିବା ସଙ୍ଗେ ସଙ୍ଗେ ପର୍ଯ୍ୟଟନର ବିକାଶ କରାଯାଇପାରିବ। ବାରବାଟୀ ଦୁର୍ଗର ଚାରିପାର୍ଶ୍ୱରେ ଥିବା ଗଡ଼ଖାଇ ଏକ ମନୋରମ ପର୍ଯ୍ୟଟନ ସ୍ଥଳ ହୋଇପାରିବ। ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ କଲାବେଳେ ଏହାର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ସହ ଏହି ସ୍ଥାନଗୁଡିକୁ ଅଦରକାରୀ କଂକ୍ରିଟ ଢାଞ୍ଚାରୁ ମୁକ୍ତ କରାଯିବା ଦରକାର। ସହରରେ ଥିବା ପୁରାତନ ମଠ ମନ୍ଦିରଗୁଡିର ପୁନରୁଦ୍ଧାର ହେବା ଉଚିତ ନୁହେଁ। କଟକର ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ ପରିବେଶର ବିକାଶ ପାଇଁ ସ୍ବଚ୍ଛତାର ଆବଶ୍ୟକତା ଅଛି।
ପ୍ରଥମେ କର୍ତ୍ତୃପକ୍ଷ କଟକର ସାହିଗୁଡ଼ିକରେ ଥିବା ନାଳସବୁ ଠିକ୍‌ ଭାବରେ ମରାମତି କରି ଏହା ଉପରେ ସିମେଣ୍ଟ ସ୍ଲାବ ପକାଇବା ଦରକାର। ନିଜ ସାହିଗୁଡ଼ିକରେ କିପରି ଉତ୍ତମ ରାସ୍ତା ଓ ସ୍ବଚ୍ଛ ପରିବେଶ ସୃଷ୍ଟିହେବ ସେଥିପାଇଁ ସାହିମୁରବିମାନେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ସାହିବାସିନ୍ଦାମାନଙ୍କୁ ମାର୍ଗଦର୍ଶନ ଦେବା ଉଚିତ। ସାହିଗୁଡ଼ିକରେ ଥିବା ମନ୍ଦିର, ଖୋଲା ଜାଗା ଓ ଜଳାଶୟଗୁଡିକର ଯେପରି ଅପବ୍ୟବହାର ନ ହୁଏ ସେଥିପାଇଁ କର୍ତ୍ତୃପକ୍ଷ ଓ ସାହିମୁରବିମାନେ ସଜାଗ ରହିବା ଉଚିତ। ରାସ୍ତା ତିଆରି ବେଳେ ରାସ୍ତା ଉଚ୍ଚା କରାଯିବାରୁ ଅନେକ ସାହିରେ ଲୋକଙ୍କ ଘରେ ନଳା ପାଣି ପଶୁଛି। ରାସ୍ତା କଣ୍ଟ୍ରାକ୍ଟରମାନେ ରାସ୍ତା ଉଚ୍ଚା ନ କରି ପ୍ରଥମେ ରାସ୍ତାକୁ ଖୋଳି ଏହା ଉପରେ ପିଚୁ ରାସ୍ତା କରିବା ଉଚିତ। କେବଳ ଛୋଟ ଛୋଟ ଅଣଓସାରିଆ ଗଳିଗୁଡ଼ିକରେ ଟାଇଲ୍‌ ପକାଯାଇ ରାସ୍ତା କରାଯିବା ଦରକାର। କଟକରେ ଅନେକ ଟାଇଲ୍‌ ରାସ୍ତା ବର୍ଷେ ଭିତରେ ନଷ୍ଟ ହୋଇଯାଉଥିବାର ଦେଖାଯାଉଛି। ଟିକସଦାତାଙ୍କ ଅର୍ଥକୁ ଉପଯୁକ୍ତ ବିନିଯୋଗ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। କଟକବାସୀଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଏହି ଲୋକମାନଙ୍କର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଉଚିତ। ଓଡ଼ିଶାର ବିଭିନ୍ନ ଗାଁରୁ ଲୋକମାନେ କଟକକୁ ରୋଜଗାର ପାଇଁ ଅନେକ ହଜାର ସଂଖ୍ୟାରେ ଆସୁଥିବାର ଦେଖାଯାଉଛି। ଗାଁଗୁଡିକରେ ରୋଜଗାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଗଲେ ଲୋକେ ନିଜ ଗାଁ ଛାଡି ଆଉ ସହରମୁଖା ହେବେନାହିଁ।
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?