କଟକର ସାହିବାସିନ୍ଦା

ଓଡ଼ିଶାର ସାଂସ୍କୃତିକ ଓ ବ୍ୟବସାୟିକ ରାଜଧାନୀ କଟକର ସାହିବାସିନ୍ଦାମାନେ ଆଜି ଅନେକ ସମସ୍ୟା ଭିତରେ ଗତିକରୁଛନ୍ତି। ଶହ ଶହ ବର୍ଷଧରି ଏହି ଏମାନେ କଟକର ଉନ୍ନତ ସାଂସ୍କୃତିକ ଓ ସାମାଜିକ ପରମ୍ପରାକୁ ବଞ୍ଚାଇ ରଖିବା ସହ କଟକରେ ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଆସିଛନ୍ତି। ତେବେ ଭେଜାଲ ଖାଦ୍ୟ, ଖୋଲା ଜାଗାର ଅଭାବ, ଖୋଲା ନାଳ, କଂକ୍ରିଟ ଜଙ୍ଗଲର ବୃଦ୍ଧି, ଯାନବାହନ ସଂଖ୍ୟାରେ ଅତ୍ୟଧିକ ବୃଦ୍ଧି, ଜଳାଶୟଗୁଡିକର ବିଲୁପ୍ତୀକରଣ, ଫୁଟ୍‌ପାଥ୍‌ଗୁଡିକର ଅବରୋଧ, ଲୋକସଂଖ୍ୟାରେ ବୃଦ୍ଧି, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଅବନତି ଇତ୍ୟାଦି କଟକର ସ୍ଥାୟୀ ବାସିନ୍ଦାମାନଙ୍କୁ ହନ୍ତସନ୍ତ କରିଦେଲାଣି। ଯଦି ଏହି ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ନ ହୁଏ କଟକ ଆଉ ମନୁଷ୍ୟ ରହିବା ଉପଯୋଗୀ ହେବନାହିଁ।
ଯଦିଓ କଟକରେ ଭେଜାଲ ଖାଦ୍ୟ ଓ ଅନ୍ୟାନ୍ୟ ଭେଜାଲ ବସ୍ତୁ ତିଆରି କରୁଥିବା କମ୍ପାନୀଗୁଡ଼ିକ ଉପରେ ସରକାର ମଝିରେ ମଝିରେ ଚଢ଼ାଉ କରୁଛନ୍ତି, କିନ୍ତୁ ଏହି ଭେଜାଲ ବସ୍ତୁଗୁଡ଼ିକର ବିକ୍ରି ଦିନକୁ ଦିନ ବଢ଼ି ଚାଲିଛି। ସାଧାରଣ ଲୋକ ଏହି ଭେଜାଲ ଖାଦ୍ୟ ଖାଇ ରୋଗରେ ପଡୁଛନ୍ତି। ଏଇସିଏମ୍‌ଆର୍‌ର ଏକ ସର୍ଭେ ଅନୁସାରେ ଭାରତର ସବୁ ସହର ମଧ୍ୟର କଟକର ଲୋକମାନେ ସର୍ବାଧିକ ଷ୍ଟ୍ରୋକ୍‌ର ଶିକାର ହୋଇଥାନ୍ତି। ଯକୃତ ଓ ବୃକ୍‌କ ରୋଗରେ କଟକର ଅନେକ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। କଟକକୁ ଭେଜାଲ ମୁକ୍ତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଉଚିତ।
କଟକର ବିଡ଼ାନାସୀ ଓ କ୍ୟାଣ୍ଟନମେଣ୍ଟ ରୋଡ୍‌ ଅଞ୍ଚଳଗୁଡିକ ଛାଡିଦେଲେ କଟକର ଅନ୍ୟ ସବୁ ସାହିରେ ଖୋଲା ଜାଗା, ଖେଳ ପଡ଼ିଆ, ଜଳାଶୟ ଓ ସବୁଜିମା ପ୍ରାୟ ଲୋପ ପାଇଗଲାଣି। ଫଳରେ ଯୁବପିଢ଼ି ଖେଳକୁଦର ସୁଯୋଗ ପାଇ ସ୍ମାର୍ଟ ଫୋନ, କମ୍ପ୍ୟୁଟର ଗେମ୍‌ ଓ ମାନସିକ ବ୍ୟାଧିର ଶିକାର ହେଉଛନ୍ତି। ଚିନ୍ତା, ମେଣ୍ଟାଲ ଷ୍ଟ୍ରେସ୍‌ ଓ ଶାରୀରିକ ବ୍ୟାୟାମର ଅଭାବ ମସ୍ତିଷ୍କ ଆଘାତର ଏକ ପ୍ରମୁଖ କାରଣ ବୋଲି କୁହାଯାଏ। କର୍ତ୍ତୃପକ୍ଷ ପୂର୍ବ ଓ ଉତ୍ତର କଟକରେ ପ୍ରତି ୨୦୦୦ ପରିବାର ପାଇଁ ଗୋଟିଏ ସାର୍ବଜନୀନ ଖେଳପଡିଆର ପ୍ରାବଧାନ କରିବା ଦରକାର।
ଦରଦାମ୍‌ ବୃଦ୍ଧି ଓ ବେରୋଜଗାର କଟକବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କଟକର ସ୍ଥାହିବାସିନ୍ଦା ଶହ ଶହ ବର୍ଷ ଧରି ନିଜ ଭିତରେ ଅନେକ କୌଶଳ ବିକାଶ କରିଛନ୍ତି। ରୁପା ତାରକସି କାମ, ମାଟି ମୂର୍ତ୍ତି କାମ, ଶିଙ୍ଗ କାମ ଓ ଅନେକ ସୁସ୍ବାଦୁ ଖାଦ୍ୟ ତିଆରି କରିବାର କୌଶଳ କଟକକୁ ସାରା ଭାରତରେ ପ୍ରସିଦ୍ଧ କରିଛି। ଏହି କୌଶଳଗୁଡ଼ିକର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଏହାର ବିକ୍ରି ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ହେଲେ ଅନେକ ରୋଜଗାର ସୃଷ୍ଟି ହେବ।
ସାହିବାସିନ୍ଦାଙ୍କ ଭିତରେ ବିଭିନ୍ନ କୌଶଳର ବିକାଶ, ଉନ୍ନତ କର୍ମ ସଂସ୍କୃତି, ଶୃଙ୍ଖଳା, ବ୍ୟବସାୟ କୌଶଳ ଓ ନିଜ ନିଜ ଭିତରେ ଭ୍ରାତୃଭାବ କଟକବାସୀଙ୍କ ପାଇଁ ଅନେକ ଆର୍ଥିକ ଗତିବିଧିର ସୁଯୋଗ ସୃଷ୍ଟି କରିବ। କଟକର ବିଭିନ୍ନ ସ୍ଥାନରେ ଥିବା ଜଳାଶୟଗୁଡିକର ସୁରକ୍ଷା କରାଯାଇ ସେଠାରେ ମାଛଚାଷ କରାଯିବା ସଙ୍ଗେ ସଙ୍ଗେ ପର୍ଯ୍ୟଟନର ବିକାଶ କରାଯାଇପାରିବ। ବାରବାଟୀ ଦୁର୍ଗର ଚାରିପାର୍ଶ୍ୱରେ ଥିବା ଗଡ଼ଖାଇ ଏକ ମନୋରମ ପର୍ଯ୍ୟଟନ ସ୍ଥଳ ହୋଇପାରିବ। ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ କଲାବେଳେ ଏହାର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ସହ ଏହି ସ୍ଥାନଗୁଡିକୁ ଅଦରକାରୀ କଂକ୍ରିଟ ଢାଞ୍ଚାରୁ ମୁକ୍ତ କରାଯିବା ଦରକାର। ସହରରେ ଥିବା ପୁରାତନ ମଠ ମନ୍ଦିରଗୁଡିର ପୁନରୁଦ୍ଧାର ହେବା ଉଚିତ ନୁହେଁ। କଟକର ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ ପରିବେଶର ବିକାଶ ପାଇଁ ସ୍ବଚ୍ଛତାର ଆବଶ୍ୟକତା ଅଛି।
ପ୍ରଥମେ କର୍ତ୍ତୃପକ୍ଷ କଟକର ସାହିଗୁଡ଼ିକରେ ଥିବା ନାଳସବୁ ଠିକ୍‌ ଭାବରେ ମରାମତି କରି ଏହା ଉପରେ ସିମେଣ୍ଟ ସ୍ଲାବ ପକାଇବା ଦରକାର। ନିଜ ସାହିଗୁଡ଼ିକରେ କିପରି ଉତ୍ତମ ରାସ୍ତା ଓ ସ୍ବଚ୍ଛ ପରିବେଶ ସୃଷ୍ଟିହେବ ସେଥିପାଇଁ ସାହିମୁରବିମାନେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ସାହିବାସିନ୍ଦାମାନଙ୍କୁ ମାର୍ଗଦର୍ଶନ ଦେବା ଉଚିତ। ସାହିଗୁଡ଼ିକରେ ଥିବା ମନ୍ଦିର, ଖୋଲା ଜାଗା ଓ ଜଳାଶୟଗୁଡିକର ଯେପରି ଅପବ୍ୟବହାର ନ ହୁଏ ସେଥିପାଇଁ କର୍ତ୍ତୃପକ୍ଷ ଓ ସାହିମୁରବିମାନେ ସଜାଗ ରହିବା ଉଚିତ। ରାସ୍ତା ତିଆରି ବେଳେ ରାସ୍ତା ଉଚ୍ଚା କରାଯିବାରୁ ଅନେକ ସାହିରେ ଲୋକଙ୍କ ଘରେ ନଳା ପାଣି ପଶୁଛି। ରାସ୍ତା କଣ୍ଟ୍ରାକ୍ଟରମାନେ ରାସ୍ତା ଉଚ୍ଚା ନ କରି ପ୍ରଥମେ ରାସ୍ତାକୁ ଖୋଳି ଏହା ଉପରେ ପିଚୁ ରାସ୍ତା କରିବା ଉଚିତ। କେବଳ ଛୋଟ ଛୋଟ ଅଣଓସାରିଆ ଗଳିଗୁଡ଼ିକରେ ଟାଇଲ୍‌ ପକାଯାଇ ରାସ୍ତା କରାଯିବା ଦରକାର। କଟକରେ ଅନେକ ଟାଇଲ୍‌ ରାସ୍ତା ବର୍ଷେ ଭିତରେ ନଷ୍ଟ ହୋଇଯାଉଥିବାର ଦେଖାଯାଉଛି। ଟିକସଦାତାଙ୍କ ଅର୍ଥକୁ ଉପଯୁକ୍ତ ବିନିଯୋଗ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। କଟକବାସୀଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଏହି ଲୋକମାନଙ୍କର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଉଚିତ। ଓଡ଼ିଶାର ବିଭିନ୍ନ ଗାଁରୁ ଲୋକମାନେ କଟକକୁ ରୋଜଗାର ପାଇଁ ଅନେକ ହଜାର ସଂଖ୍ୟାରେ ଆସୁଥିବାର ଦେଖାଯାଉଛି। ଗାଁଗୁଡିକରେ ରୋଜଗାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଗଲେ ଲୋକେ ନିଜ ଗାଁ ଛାଡି ଆଉ ସହରମୁଖା ହେବେନାହିଁ।
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri