ବିପଦରେ ବ୍ରିଟିଶ ଅମଳର ସାହେବ କେନାଲ

ଛତ୍ରପୁର,୧୮ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାରେ ସମୁଦ୍ର ଓ ଚିଲିକାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ପାଲୁର ସାହେବ କେନାଲ ଦୀର୍ଘଦିନ ହେଲା ପୁନରୁଦ୍ଧାର ହୋଇନି। ଏଥିଯୋଗୁ କେନାଲରେ ଆଉ ଠିକ ଭାବେ ପାଣି ପ୍ରବାହିତ ହେଉ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଖରାଦିନେ ଠିକ ରୂପେ ସମୁଦ୍ରରୁ ଲୁଣି ପାଣି ଆସୁନି। ଯଦ୍ୱାରା ଲୁଣ ଉତ୍ପାଦନ ପ୍ରଭାବିତ ହେଉଥିବା ବେଳେ ବର୍ଷା ଦିନେ ଅଧିକ ବର୍ଷା ହେଲେ ଚାଷଜମିରୁ ନିଷ୍କାସନ ହେଉନି। ହଜାର ହଜାର ମତ୍ସ୍ୟଜୀବୀ ମଧ୍ୟ ପ୍ରଭାବିତ ହେଉଛନ୍ତି । ଅନ୍ୟପଟେ କେତେଜଣ ମାଫିଆ କେନାଲକୁ ଅବରୋଧ କରି ରଖିଥିବା ବେଳେ ବିଷାକ୍ତ ଜଳ ଛାଡି ପ୍ରଦୂଷଣ କରୁଛନ୍ତି। ବଙ୍ଗୋପସାଗର ଏବଂ ଋଷିକୁଲ୍ୟା ମୁହାଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁର ସାହେବ କେନାଲ ପ୍ରାୟ ୧୨ କି.ମି. ପର୍ଯ୍ୟନ୍ତ ଲମ୍ବିରହିଛି। ବ୍ରିଟିଶ ଶାସନ କାଳରେ ଏହି କେନାଲ ଖନନ ହୋଇଥିବାରୁ ସାହେବ କେନାଲ ନାମକରଣ ହୋଇଥିବା କୁହାଯାଏ । ତେବେ ଏହି କେନାଲ ଆଜି ପୋତି ହେବାକୁ ବସିଲାଣି। ଦିନ ଥିଲା ଏହି କେନାଲ ମଷ୍ୟଜୀବୀ ଏବଂ ଲୁଣ ଚାଷୀଙ୍କ ଜୀବନରେଖା ଥିଲା। ଏହି କେନାଲରେ ପ୍ରାୟତଃ ୧୦୦ ପ୍ରକାରର ମାଛ ଦେଖିବାକୁ ମିଳୁଥିଲା। ମତ୍ସ୍ୟଜୀବୀମାନେ ମାଛମାରି ପରିବାର ପ୍ରତିପୋଷଣ କରୁଥିଲେ। ଖାଲି ଏତିକି ନୁହେଁ ୧୦୦୦ ହେକ୍ଟରରୁ ଅଧିକ ଲବଣ ଜମିକୁ ଜଳ ଯୋଗାଣ ମଧ୍ୟ ହେଉଥିଲା। ୪ଟି ପଞ୍ଚାୟତର ୫ ହଜାର ଲବଣ ଚାଷୀ ପ୍ରତ୍ୟେକ ଓ ପରୋକ୍ଷ ଭାବରେ ଉପକୃତ ହେଉଥିଲେ। ସରକାରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ଏହି କେନାଲ ଏବେ ବିପଦରେ ରହିଛି । କେନାଲକୁ ଜୁଆର ସମୟରେ ସମୁଦ୍ରରୁ ପାଣି ଆସିଥାଏ। ଖରାଦିନେ ସେହି ପାଣି ଲୁଣ ଜମିକୁ ନିଆଯାଇଥାଏ। ଫଳରେ ଲୁଣ ଉତ୍ପାଦନ ହୋଇଥାଏ। ଅନ୍ୟପଟେ ଠିକ ଭାବେ ପାଣିଗଲେ ଏହି କେନାଲରୁ ଛୋଟ ମାଛ, ଚିଙ୍ଗୁଡ଼ି, କଙ୍କଡା ମିଳେ। ଯାହାକି ବର୍ତ୍ତମାନ ଆଉ ସେଭଳି ମିଳୁନି। କାରଣ କେନାଲ ଭିତରେ ମାଫିଆମାନେ ବେଆଇନ ଭାବେ ଘେରି ବାନ୍ଧୁଛନ୍ତି । ଏହି କେନାଲରେ ବର୍ଷା ଦିନେ ଅଧିକ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହୋଇଥାଏ। ଏହାର ପୁନରୁଦ୍ଧାର ନ ହେବା ଫଳରେ ସମସ୍ୟା ସୃଷ୍ଟି ହେଉଛି l ସବୁଠୁ ଚିନ୍ତାଜନକ ବିଷୟ ଏହି କେନାଲ ଚର୍ତୁପାର୍ଶ୍ୱରେ ବେଆଇନ ଭାବେ ବେନାମୀ ଚିଙ୍ଗୁଡ଼ି ଚାଷ କରାଯାଇ କେନାଲକୁ ବିଷାକ୍ତ ପାଣି ଛଡ଼ାଯାଉଛି। ଯଦ୍ୱାରା ପାଣି ଦୂଷିତ ହେଉଛି ଏବଂ ଜୈବ ବିବିଧତା ନଷ୍ଟ ହେଉଛି । ୨୦୦୩ରେ ଏହି କେନାଲର କିଛି ଅଞ୍ଚଳ ଖୋଳା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଉ କିଛି ହୋଇନ ଥିବାରୁ କେନାଲ ପୋତି ହେବାକୁ ବସିଲାଣି। ତେଣୁ ଏହାର ପୁନରୁଦ୍ଧାର କରିବାକୁ ମତ୍ସ୍ୟଜୀବୀ ସୁରେନ୍ଦ୍ର ବେହେରା, ମାଗତା ବେହେରା, ଲୁଣ ଚାଷୀ କୃଷ୍ଣ ବେହେରା, ସ୍ଥାନୀୟ ବାସିନ୍ଦା ହରି ବେହେରା ପ୍ରମୁଖ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?