ଢେଙ୍କାନାଳ ଅଫିସ,୨୧।୬, ୨ ବର୍ଷ ତଳୁ ମା’ ବାପାଙ୍କ ମୃତ୍ୟୁ ହୋଇଯାଇଛି। ଜେଜେମା ଓ ଜେଜେ ମଧ୍ୟ ନାହାନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦାଦା ସେମାନଙ୍କ ଲାଳନପାଳନ ନିମନ୍ତେ ସକ୍ଷମ ହୋଇପାରୁ ନାହାନ୍ତି। ତେଣୁ ଜିଲା ପ୍ରଶାସନ ସହାୟ ହେଲେ ସେମାନେ ସାହାରା ପାଇପାରନ୍ତେ ବୋଲି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ମୋଟଙ୍ଗା ଥାନା ଗୁଡିଆକାଟେଣୀ ନାଣ୍ଡିପୋଲିଆ ଅଞ୍ଚଳର ୨ ଅନାଥ ଭଉଣୀ ଭାଇ ଜିଲା ପ୍ରଶାସନ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ଜିଲାପାଳ ହିନ୍ଦୋଳଠାରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେବାକୁ ଯାଇଥିବାରୁ ଦୁଇ ଶିଶୁ ନିଜର ଦାଦା ରାଜେନ୍ଦ୍ର ନାଏକ ଏବଂ ଓଡ଼ିଶା ଦଳିତ ଅଧିକାର ମଞ୍ଚ ଜିଲା ସଭାପତି କାମାକ୍ଷା ପ୍ରସାଦ ନାଏକଙ୍କ ସହ ଆସି ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି, ନାଣ୍ଡିପୋଲିଆ ଗ୍ରାମର ଶ୍ରମିକ ଭାବେ କାମ କରୁଥିବା ଅନୁସୂଜିତ ଜାତି ସମ୍ପ୍ରଦାୟର ମିଟିକା ନାଏକ(୪୦) ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ନାଏକ(୩୦)ଙ୍କ ଗତ ଦୁଇବର୍ଷ ଭିତରେ କିଡ୍ନୀ ରୋଗରେ ମୃତ୍ୟୁ ହୋଇଯାଇଥିଲା। ସମ୍ପୃକ୍ତ ଦମ୍ପତିଙ୍କ ଦୁଇ ସନ୍ତାନ ମଧ୍ୟରୁ ପୁଅ ଲକ୍ଷ୍ମୀଧର ନାଏକ ତୃତୀୟ ଓ ଝିଅ ଅନ୍ନପୂର୍ଣ୍ଣା ନାଏକ ପ୍ରଥମ ଶ୍ରେଣୀରେ ପଢୁଛନ୍ତି ା ଦୁଇ ଶିଶୁଙ୍କ ଜେଜେମା ଓ ଜେଜେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଫଳରେ ସେମାନେ ହିନ୍ଦୋଳ ବ୍ଲକ ବାବନ୍ଧଠାରେ ରହି ଶ୍ରମିକ ଭାବେ କାମ କରୁଥିବା ଦାଦା ରାଜେନ୍ଦ୍ର ନାଏକଙ୍କ ପାଖରେ ରହୁଛନ୍ତି। ରାଜେନ୍ଦ୍ର ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ମଧ୍ୟ ଦୁଇଟି ଶିଶୁ ରହିଛନ୍ତି। ଫଳରେ ରାଜେନ୍ଦ୍ର ଲକ୍ଷ୍ମୀଧର ଓ ଅନ୍ନପୂର୍ଣ୍ଣାଙ୍କୁ ପାଠ ପଢାଇବା ଓ ପାଳିବାରେ ସକ୍ଷମ ହୋଇପାରୁନାହାନ୍ତି। ପାଠ ପଢିବାରେ ଆଗ୍ରହ ଥିଲେ ମଧ୍ୟ ମା, ବାପାଙ୍କୁ ହରାଇଥିବା ଦୁଇ ଶିଶୁଙ୍କ ପାଇଁ ଥଇଥାନ ଏବଂ ଆର୍ଥିକ ସଙ୍କଟ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ସହାୟତାର ହାତ ବଢାଇବା ପାଇଁ ଏବଂ ସାହାରା ପ୍ରଦାନ ପାଇଁ ଉଭୟେ ଶିଶୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…
ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…
ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର
ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…
୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ
ଟେନ୍ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…
ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ
କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…
ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା
ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

