ସହଲା ଗ୍ରାମ ପଞ୍ଚାୟତ: କାର୍ଯ୍ୟରେ ଯୋଗଦେଲେ ନିଲମ୍ବିତ ସରପଞ୍ଚ

ଡୁଙ୍ଗୁରିପାଲି, ୨୨।୪: (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନିଲମ୍ବିତ ସରପଞ୍ଚ ପଟୁଆରୀ ପଧାନ । ସୂଚନା ଅନୁସାରେ, ସହଳା ଗ୍ରାମ ପଞ୍ଚାୟତର ସରପଞ୍ଚ ପଧାନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ଏହି ଘଟଣାରେ ସୁବର୍ଣ୍ଣପୁର ଜିଲାପାଳ ପଞ୍ଚାୟତିରାଜ ବିଭାଗକୁ ଚିଠି ନମ୍ବର ୮୯/ଜିପି ତା ୦୬/୦୨/୨୦୨୩ ରିଖରେ ଜଣାଇବା ପରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଚିଠି ନମ୍ବର ୫୩ ୭୧ ତା ୧୦/୦୩/୨୦୨୩ ରିଖରେ ସରପଞ୍ଚ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡୁଙ୍ଗୁରିପାଲି ବିଡିଓ ତ୍ରିପୁର ମହାନନ୍ଦ ସହଲା ପଞ୍ଚାୟତର ନାଏବ ସରପଞ୍ଚ ହେମଲତା ସାହୁଙ୍କୁ ସରପଞ୍ଚ ଦାୟିତ୍ୱ ଦେବା ପାଇଁ ଆଦେଶ ଦେଇଥିଲେ । ଜିଲାପାଳଙ୍କ ପତ୍ର ସଂଖ୍ୟା ୨୦୫ ତାରିଖ ୧୬/୩/୨୦୨୩ ଅନୁଯାୟୀ ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୧୯୧ ୧୭/୩/୨୦୨୩ରେ ନାଏବ ସରପଞ୍ଚ ସାହୁ ସହଳା ପଞ୍ଚାୟତର ସଂପୂର୍ଣ୍ଣ ଦାୟିତ୍ୱ ତଥା କାର୍ଯ୍ୟ ନିର୍ବାହ କରିବା ସହ ପଟୁଆରୀ ପ୍ରଧାନଙ୍କ ଠାରୁ ଯଥାଶ୍ରୀଘ୍ର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିବା ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ପଧାନ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ଚାଲେଞ୍ଜ କରି ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୮୧୨୧ ତା ୧୫/୪/୨୦୨୩ରିଖରେ ଗ୍ରାମ ପଞ୍ଚାୟତ ଧାରା ୧୧୫ (୧) ୧୯୬୪ ଆଇନ ଅନୁସାରେ ତାଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁଁ ନିର୍ଦ୍ଦେଶ ଦିଆଯାଇଛି ଓ ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଛି । ସରପଞ୍ଚଙ୍କ ନିଲମ୍ବିତ ଆଦେଶ ଉଠିବା ପରେ ଶୁକ୍ରବାର ନିଜର ସମର୍ଥକମାନଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନିଜ କାର୍ଯ୍ୟରେ ଯୋଗ ଦେଇଥିବା ସରପଞ୍ଚ ପ୍ରଧାନ ପ୍ରକାଶ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘଦିନ ହେଲା ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଣିକି ଜନସାଧାରଣଙ୍କ ଉନ୍ନତିମୂଳକ କାମ କରିବା ସହ ପଞ୍ଚାୟତକୁ ଠିକ ଭାବରେ ଚଳାଇବା ଦିଗରେ ବିଶେଷ ଧ୍ୟାନ ଦେବି । ଏନେଇ ଡୁଙ୍ଗୁରିପାଲି ବିଡିଓ ତ୍ରିପୁର ମହାନନ୍ଦଙ୍କୁ ପଚାରିବାରେ ସରକାର ନିଲମ୍ବିତ କରିଥିଲେ ା ପୁଣି ସରକାର ପ୍ରତ୍ୟାହାର କରି ଦାୟିତ୍ୱ ଦେଇଛନ୍ତି । ପୂର୍ବପରି ସରପଞ୍ଚ ଦାୟିତ୍ୱ ପଟୁଆରୀ ପଧାନ ତୁଲାଇବେ ବୋଲି ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri