ସହଲା ଗ୍ରାମ ପଞ୍ଚାୟତ: କାର୍ଯ୍ୟରେ ଯୋଗଦେଲେ ନିଲମ୍ବିତ ସରପଞ୍ଚ

ଡୁଙ୍ଗୁରିପାଲି, ୨୨।୪: (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନିଲମ୍ବିତ ସରପଞ୍ଚ ପଟୁଆରୀ ପଧାନ । ସୂଚନା ଅନୁସାରେ, ସହଳା ଗ୍ରାମ ପଞ୍ଚାୟତର ସରପଞ୍ଚ ପଧାନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ଏହି ଘଟଣାରେ ସୁବର୍ଣ୍ଣପୁର ଜିଲାପାଳ ପଞ୍ଚାୟତିରାଜ ବିଭାଗକୁ ଚିଠି ନମ୍ବର ୮୯/ଜିପି ତା ୦୬/୦୨/୨୦୨୩ ରିଖରେ ଜଣାଇବା ପରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଚିଠି ନମ୍ବର ୫୩ ୭୧ ତା ୧୦/୦୩/୨୦୨୩ ରିଖରେ ସରପଞ୍ଚ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡୁଙ୍ଗୁରିପାଲି ବିଡିଓ ତ୍ରିପୁର ମହାନନ୍ଦ ସହଲା ପଞ୍ଚାୟତର ନାଏବ ସରପଞ୍ଚ ହେମଲତା ସାହୁଙ୍କୁ ସରପଞ୍ଚ ଦାୟିତ୍ୱ ଦେବା ପାଇଁ ଆଦେଶ ଦେଇଥିଲେ । ଜିଲାପାଳଙ୍କ ପତ୍ର ସଂଖ୍ୟା ୨୦୫ ତାରିଖ ୧୬/୩/୨୦୨୩ ଅନୁଯାୟୀ ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୧୯୧ ୧୭/୩/୨୦୨୩ରେ ନାଏବ ସରପଞ୍ଚ ସାହୁ ସହଳା ପଞ୍ଚାୟତର ସଂପୂର୍ଣ୍ଣ ଦାୟିତ୍ୱ ତଥା କାର୍ଯ୍ୟ ନିର୍ବାହ କରିବା ସହ ପଟୁଆରୀ ପ୍ରଧାନଙ୍କ ଠାରୁ ଯଥାଶ୍ରୀଘ୍ର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିବା ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ପଧାନ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ଚାଲେଞ୍ଜ କରି ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୮୧୨୧ ତା ୧୫/୪/୨୦୨୩ରିଖରେ ଗ୍ରାମ ପଞ୍ଚାୟତ ଧାରା ୧୧୫ (୧) ୧୯୬୪ ଆଇନ ଅନୁସାରେ ତାଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁଁ ନିର୍ଦ୍ଦେଶ ଦିଆଯାଇଛି ଓ ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଛି । ସରପଞ୍ଚଙ୍କ ନିଲମ୍ବିତ ଆଦେଶ ଉଠିବା ପରେ ଶୁକ୍ରବାର ନିଜର ସମର୍ଥକମାନଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନିଜ କାର୍ଯ୍ୟରେ ଯୋଗ ଦେଇଥିବା ସରପଞ୍ଚ ପ୍ରଧାନ ପ୍ରକାଶ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘଦିନ ହେଲା ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଣିକି ଜନସାଧାରଣଙ୍କ ଉନ୍ନତିମୂଳକ କାମ କରିବା ସହ ପଞ୍ଚାୟତକୁ ଠିକ ଭାବରେ ଚଳାଇବା ଦିଗରେ ବିଶେଷ ଧ୍ୟାନ ଦେବି । ଏନେଇ ଡୁଙ୍ଗୁରିପାଲି ବିଡିଓ ତ୍ରିପୁର ମହାନନ୍ଦଙ୍କୁ ପଚାରିବାରେ ସରକାର ନିଲମ୍ବିତ କରିଥିଲେ ା ପୁଣି ସରକାର ପ୍ରତ୍ୟାହାର କରି ଦାୟିତ୍ୱ ଦେଇଛନ୍ତି । ପୂର୍ବପରି ସରପଞ୍ଚ ଦାୟିତ୍ୱ ପଟୁଆରୀ ପଧାନ ତୁଲାଇବେ ବୋଲି ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri