ସୁରକ୍ଷିତ ରଙ୍ଗଖେଳ

ଆସୁଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ବୋଳି ଏହି ଖେଳର ମଜା ନେବାକୁ ବେଶ୍‌ ଉତ୍କଣ୍ଠିତ ସଭିଏ । କିଏ ଭଳିକି ଭଳି ରଙ୍ଗ ସାଙ୍ଗକୁ ପିଚକାରି କିଣିବା ଆରମ୍ଭ କରିସାରିଲେଣି ତ ଆଉ କିଏ ଏହି ପର୍ବର ମଜାକୁ ଦ୍ୱିଗୁଣିତ କରିବା ଲାଗି ଭଳିକି ଭଳି ଡ୍ରେସ୍‌, ଷ୍ଟାଇଲିସ୍‌ କ୍ୟାପ୍‌, ମାସ୍କ ଆଦି କିଣି ରଖିଲେଣି । ତେବେ ରଙ୍ଗ ଖେଳର ମଜା ଯେପରି କାହା ପାଇଁ ସଜା ନ ପାଲଟିଯାଉ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସଭିଙ୍କୁ କେତେକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ…

ଆଉ ମାତ୍ର ଦୁଇଦିନ ପରେ ରଙ୍ଗର ପର୍ବ ହୋଲି। ଯାହାକୁ ନେଇ ସଭିଙ୍କ ବିଶେଷ କରି ଯୁବପିଢ଼ିଙ୍କ ମନରେ ଉତ୍ସାହ କହିଲେ ନ ସରେ। ଆରମ୍ଭ ହୋଇଗଲାଣି ସେମାନଙ୍କର ରଙ୍ଗ, ପିଚକାରିଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ କିଣା। ତେବେ ଏହି ରଙ୍ଗଖେଳ ବି କେବେ କେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ରଙ୍ଗଖେଳ ସମୟରେ କେଉଁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ, ଜାଣିରଖନ୍ତୁ ସେ ସମ୍ପର୍କରେ…
ତ୍ୱଚାକୁ ଦିଅନ୍ତୁ ସୁରକ୍ଷା: ରଙ୍ଗ ଖେଳିବାକୁ କିଏ ବା ଭଲ ନ ପାଏ। ବିଶେଷ କରି ଯୁବପିଢ଼ିଙ୍କର ଏହାକୁ ନେଇ କ୍ରେଜ୍‌ ଅଧିକ। ତେଣୁ ସେମାନେ ରଙ୍ଗ ଖେଳିବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ବ୍ୟବହାର କରନ୍ତି। ଯାହା ମଧ୍ୟରୁ ଅନେକ ରଙ୍ଗରେ ହାନିକାରକ କେମିକାଲ ମିଶିଥାଏ, ଯାହାକି ଚର୍ମ, କେଶ, ଚକ୍ଷୁ ପାଇଁ ବିଶେଷ କ୍ଷତିକାରକ। ତେଣୁ ରଙ୍ଗ ଖେଳିବା ଲାଗି ପ୍ରାକୃତିକ ରଙ୍ଗ, ଅର୍ଗାନିକ୍‌ ଅବିର, ଫଗୁ ଆଦି ବ୍ୟବହାର କରନ୍ତୁ। ରଙ୍ଗ ଖେଳିବା ପୂର୍ବରୁ ଦେହ, ହାତ, ମୁହଁ, କେଶ ଆଦିରେ ଭଲଭାବେ ତେଲ ଲଗାଇ ଦିଅନ୍ତୁ।
ଚକ୍ଷୁ ପାଇଁ ରୁହନ୍ତୁ ସତର୍କ:
ମାର୍କେଟ୍‌ରେ ମିଳୁଥିବା ଅଧିକାଂଶ ହୋଲି ରଙ୍ଗରେ ମାଲାକାଇଟ୍‌ ଗ୍ରୀନ୍‌, ରୋଢାମିନ୍‌, ଜେନ୍‌ସିଆନ୍‌ ଭାଓଲେଟ୍‌, ଲେଡ୍‌ ଅକ୍ସାଇଡ୍‌ (କଳାରଙ୍ଗ), କପର ସଲ୍‌ଫେଟ୍‌ (ଶାଗୁଆ ରଙ୍ଗ), ଆଲୁମିନିୟମ୍‌ (ସିଲ୍‌ଭର ରଙ୍ଗ), ମର୍କ୍ୟୁରି ସଲ୍‌ଫେଟ୍‌ (ଲାଲ ରଙ୍ଗ) ଆଦି ା ଏହା ଆଖିରେ ପଡ଼ିଲେ ଆଖି ଲାଲ ହେବା ସହ କୁଣ୍ଡାଇ ହୋଇ ଲୁହ ବହିଥାଏ ଏବଂ ଝାପ୍‌ସା ଦେଖାଯାଏ ା ଆଖିର ସୁରକ୍ଷା ଲାଗି ସନ୍‌ଗ୍ଲାସ୍‌ ପିନ୍ଧନ୍ତୁ। କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିଲେ ରଙ୍ଗ ଖେଳିବା ବେଳେ ଏହାକୁ କାଢ଼ି ରଖିଦିଅନ୍ତୁ। ବେଳେବେଳେ ଏଭଳି ରଙ୍ଗ ତ୍ୱଚାରେ ବିଶେଷକରି ଆଖି ସଂସ୍ପର୍ଶରେ ଆସିବା ଦ୍ୱାରା କେମିକାଲ ଇଞ୍ଜୁରି ହୋଇଥାଏ। ଫଳରେ ଆଲର୍ଜି ହୋଇ କୁଣ୍ଡେଇ ହୁଏ ା ଘା’ ହେବା ସହ ଲେଞ୍ଜରା ବାହାରିଥାଏ ା ଖରାକୁ ଅନାଇଲେ କଷ୍ଟ ହୁଏ ଏବଂ ଆଖି ଫୁଲିଯାଏ।
– ହୋଲି ରଙ୍ଗରୁ ଆଖିକୁ ରକ୍ଷା କରିବାକୁ ହେଲେ ମୁହଁରେ ମାସ୍କ ଓ ଚଷମା ପିନ୍ଧିବା ଆବଶ୍ୟକ ା କେବେକେବେ ରଙ୍ଗ ଖେଳ ପରେ ଯଦି ଆଖିରେ ଯନ୍ତ୍ରଣା ହୁଏ, ତେବେ ସର୍ବପ୍ରଥମେ ବିଶୁଦ୍ଧ ପାଣିରେ ଆଖିକୁ ଭଲଭାବେ ଧୋଇ ଦିଅନ୍ତୁ। ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆଖିରେ ଡ୍ରପ୍‌ ପକାନ୍ତୁ।
କେଶର ନିଅନ୍ତୁ ଯତ୍ନ: ହୋଲିବେଳେ ମୁଣ୍ଡରେ କେମିକାଲ ରଙ୍ଗ ଲାଗିବା ଦ୍ୱାରା ସ୍କିନ୍‌ ଆଲର୍ଜି ହୋଇ କେଶ ଝଡ଼ିଥାଏ ଏବଂ ଏହି ରଙ୍ଗ କେବେକେବେ ମୁଣ୍ଡରୁ ଆଖିକୁ ବୋହି ଆସେ ଏବଂ ବେଶ୍‌ କ୍ଷତି ପହଞ୍ଚାଇଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ଭଲ ଭାବେ ତେଲ ଲଗାନ୍ତୁ। କେଶକୁ ରଙ୍ଗ ସଂସ୍ପର୍ଶରେ ନ ଆସିବା ଲାଗି କ୍ୟାପ୍‌ ବ୍ୟବହାର କଲେ ଭଲ। ତଥାପି କେଶରେ ରଙ୍ଗ ଲାଗି ଗଲେ ମାଇଲ୍ଡ ଶାମ୍ପୁ ବ୍ୟବହାର କରି ଧୀରେ ଧୀରେ ଧୁଅନ୍ତୁ, ଏହାକୁ ଆଦୌ ରଗଡନ୍ତୁ ନାହିଁ। ପରେ ହେୟାର ମାସ୍କ ଲଗାନ୍ତୁ।
ଆସେସରିଜ୍‌ ଦେବ ଷ୍ଟାଇଲିସ୍‌ ଲୁକ୍‌ ସହ ସୁରକ୍ଷା: ମାସ୍କ ପିନ୍ଧନ୍ତୁ ଯେପରି କେମିକାଲ୍‌ଯୁକ୍ତ ରଙ୍ଗ ପାଟି କିମ୍ବା ନାକ ଭିତରକୁ ନ ଯାଏ। ତେବେ ମାର୍କେଟରେ ଭଳିକି ଭଳି ପଶୁ, ପକ୍ଷୀ, ଭୂତ, ଠାକୁର ଠାକୁରାଣୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ଆକୃତିର ମାସ୍କ ମଧ୍ୟ ମିଳୁଛି। ଯାହାକି ଆପଣଙ୍କୁ ରଙ୍ଗରୁ ବଞ୍ଚାଇବା ସହ ଡିଫରେଣ୍ଟ ଲୁକ୍‌ ବି ଦେଇପାରିବ। ସେହିପରି କେଶର ସୁରକ୍ଷା ପାଇଁ ହୋଲି ପାଇଁ ସ୍ପେଶାଲ୍‌ ମିଳୁଥିବା ଭଳିକି ଭଳି କ୍ୟାପ୍‌ ବ୍ୟବହାର କରି ଷ୍ଟାଇଲିଶ୍‌ ଓ ଫଙ୍କି ଲୁକ୍‌ ପାଇପାରିବେ। ଆଖିର ସୁରକ୍ଷା ପାଇଁ ସନ୍‌ଗ୍ଲାସ୍‌ କିମ୍ବା ଫୁଲ୍‌ ଆଇ କଭର କଲରଫୁଲ୍‌ ଗ୍ଲାସ୍‌ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?