ସୁରକ୍ଷିତ ରଙ୍ଗଖେଳ

ଆସୁଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ବୋଳି ଏହି ଖେଳର ମଜା ନେବାକୁ ବେଶ୍‌ ଉତ୍କଣ୍ଠିତ ସଭିଏ । କିଏ ଭଳିକି ଭଳି ରଙ୍ଗ ସାଙ୍ଗକୁ ପିଚକାରି କିଣିବା ଆରମ୍ଭ କରିସାରିଲେଣି ତ ଆଉ କିଏ ଏହି ପର୍ବର ମଜାକୁ ଦ୍ୱିଗୁଣିତ କରିବା ଲାଗି ଭଳିକି ଭଳି ଡ୍ରେସ୍‌, ଷ୍ଟାଇଲିସ୍‌ କ୍ୟାପ୍‌, ମାସ୍କ ଆଦି କିଣି ରଖିଲେଣି । ତେବେ ରଙ୍ଗ ଖେଳର ମଜା ଯେପରି କାହା ପାଇଁ ସଜା ନ ପାଲଟିଯାଉ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସଭିଙ୍କୁ କେତେକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ…

ଆଉ ମାତ୍ର ଦୁଇଦିନ ପରେ ରଙ୍ଗର ପର୍ବ ହୋଲି। ଯାହାକୁ ନେଇ ସଭିଙ୍କ ବିଶେଷ କରି ଯୁବପିଢ଼ିଙ୍କ ମନରେ ଉତ୍ସାହ କହିଲେ ନ ସରେ। ଆରମ୍ଭ ହୋଇଗଲାଣି ସେମାନଙ୍କର ରଙ୍ଗ, ପିଚକାରିଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ କିଣା। ତେବେ ଏହି ରଙ୍ଗଖେଳ ବି କେବେ କେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ରଙ୍ଗଖେଳ ସମୟରେ କେଉଁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ, ଜାଣିରଖନ୍ତୁ ସେ ସମ୍ପର୍କରେ…
ତ୍ୱଚାକୁ ଦିଅନ୍ତୁ ସୁରକ୍ଷା: ରଙ୍ଗ ଖେଳିବାକୁ କିଏ ବା ଭଲ ନ ପାଏ। ବିଶେଷ କରି ଯୁବପିଢ଼ିଙ୍କର ଏହାକୁ ନେଇ କ୍ରେଜ୍‌ ଅଧିକ। ତେଣୁ ସେମାନେ ରଙ୍ଗ ଖେଳିବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ବ୍ୟବହାର କରନ୍ତି। ଯାହା ମଧ୍ୟରୁ ଅନେକ ରଙ୍ଗରେ ହାନିକାରକ କେମିକାଲ ମିଶିଥାଏ, ଯାହାକି ଚର୍ମ, କେଶ, ଚକ୍ଷୁ ପାଇଁ ବିଶେଷ କ୍ଷତିକାରକ। ତେଣୁ ରଙ୍ଗ ଖେଳିବା ଲାଗି ପ୍ରାକୃତିକ ରଙ୍ଗ, ଅର୍ଗାନିକ୍‌ ଅବିର, ଫଗୁ ଆଦି ବ୍ୟବହାର କରନ୍ତୁ। ରଙ୍ଗ ଖେଳିବା ପୂର୍ବରୁ ଦେହ, ହାତ, ମୁହଁ, କେଶ ଆଦିରେ ଭଲଭାବେ ତେଲ ଲଗାଇ ଦିଅନ୍ତୁ।
ଚକ୍ଷୁ ପାଇଁ ରୁହନ୍ତୁ ସତର୍କ:
ମାର୍କେଟ୍‌ରେ ମିଳୁଥିବା ଅଧିକାଂଶ ହୋଲି ରଙ୍ଗରେ ମାଲାକାଇଟ୍‌ ଗ୍ରୀନ୍‌, ରୋଢାମିନ୍‌, ଜେନ୍‌ସିଆନ୍‌ ଭାଓଲେଟ୍‌, ଲେଡ୍‌ ଅକ୍ସାଇଡ୍‌ (କଳାରଙ୍ଗ), କପର ସଲ୍‌ଫେଟ୍‌ (ଶାଗୁଆ ରଙ୍ଗ), ଆଲୁମିନିୟମ୍‌ (ସିଲ୍‌ଭର ରଙ୍ଗ), ମର୍କ୍ୟୁରି ସଲ୍‌ଫେଟ୍‌ (ଲାଲ ରଙ୍ଗ) ଆଦି ା ଏହା ଆଖିରେ ପଡ଼ିଲେ ଆଖି ଲାଲ ହେବା ସହ କୁଣ୍ଡାଇ ହୋଇ ଲୁହ ବହିଥାଏ ଏବଂ ଝାପ୍‌ସା ଦେଖାଯାଏ ା ଆଖିର ସୁରକ୍ଷା ଲାଗି ସନ୍‌ଗ୍ଲାସ୍‌ ପିନ୍ଧନ୍ତୁ। କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିଲେ ରଙ୍ଗ ଖେଳିବା ବେଳେ ଏହାକୁ କାଢ଼ି ରଖିଦିଅନ୍ତୁ। ବେଳେବେଳେ ଏଭଳି ରଙ୍ଗ ତ୍ୱଚାରେ ବିଶେଷକରି ଆଖି ସଂସ୍ପର୍ଶରେ ଆସିବା ଦ୍ୱାରା କେମିକାଲ ଇଞ୍ଜୁରି ହୋଇଥାଏ। ଫଳରେ ଆଲର୍ଜି ହୋଇ କୁଣ୍ଡେଇ ହୁଏ ା ଘା’ ହେବା ସହ ଲେଞ୍ଜରା ବାହାରିଥାଏ ା ଖରାକୁ ଅନାଇଲେ କଷ୍ଟ ହୁଏ ଏବଂ ଆଖି ଫୁଲିଯାଏ।
– ହୋଲି ରଙ୍ଗରୁ ଆଖିକୁ ରକ୍ଷା କରିବାକୁ ହେଲେ ମୁହଁରେ ମାସ୍କ ଓ ଚଷମା ପିନ୍ଧିବା ଆବଶ୍ୟକ ା କେବେକେବେ ରଙ୍ଗ ଖେଳ ପରେ ଯଦି ଆଖିରେ ଯନ୍ତ୍ରଣା ହୁଏ, ତେବେ ସର୍ବପ୍ରଥମେ ବିଶୁଦ୍ଧ ପାଣିରେ ଆଖିକୁ ଭଲଭାବେ ଧୋଇ ଦିଅନ୍ତୁ। ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆଖିରେ ଡ୍ରପ୍‌ ପକାନ୍ତୁ।
କେଶର ନିଅନ୍ତୁ ଯତ୍ନ: ହୋଲିବେଳେ ମୁଣ୍ଡରେ କେମିକାଲ ରଙ୍ଗ ଲାଗିବା ଦ୍ୱାରା ସ୍କିନ୍‌ ଆଲର୍ଜି ହୋଇ କେଶ ଝଡ଼ିଥାଏ ଏବଂ ଏହି ରଙ୍ଗ କେବେକେବେ ମୁଣ୍ଡରୁ ଆଖିକୁ ବୋହି ଆସେ ଏବଂ ବେଶ୍‌ କ୍ଷତି ପହଞ୍ଚାଇଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ଭଲ ଭାବେ ତେଲ ଲଗାନ୍ତୁ। କେଶକୁ ରଙ୍ଗ ସଂସ୍ପର୍ଶରେ ନ ଆସିବା ଲାଗି କ୍ୟାପ୍‌ ବ୍ୟବହାର କଲେ ଭଲ। ତଥାପି କେଶରେ ରଙ୍ଗ ଲାଗି ଗଲେ ମାଇଲ୍ଡ ଶାମ୍ପୁ ବ୍ୟବହାର କରି ଧୀରେ ଧୀରେ ଧୁଅନ୍ତୁ, ଏହାକୁ ଆଦୌ ରଗଡନ୍ତୁ ନାହିଁ। ପରେ ହେୟାର ମାସ୍କ ଲଗାନ୍ତୁ।
ଆସେସରିଜ୍‌ ଦେବ ଷ୍ଟାଇଲିସ୍‌ ଲୁକ୍‌ ସହ ସୁରକ୍ଷା: ମାସ୍କ ପିନ୍ଧନ୍ତୁ ଯେପରି କେମିକାଲ୍‌ଯୁକ୍ତ ରଙ୍ଗ ପାଟି କିମ୍ବା ନାକ ଭିତରକୁ ନ ଯାଏ। ତେବେ ମାର୍କେଟରେ ଭଳିକି ଭଳି ପଶୁ, ପକ୍ଷୀ, ଭୂତ, ଠାକୁର ଠାକୁରାଣୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ଆକୃତିର ମାସ୍କ ମଧ୍ୟ ମିଳୁଛି। ଯାହାକି ଆପଣଙ୍କୁ ରଙ୍ଗରୁ ବଞ୍ଚାଇବା ସହ ଡିଫରେଣ୍ଟ ଲୁକ୍‌ ବି ଦେଇପାରିବ। ସେହିପରି କେଶର ସୁରକ୍ଷା ପାଇଁ ହୋଲି ପାଇଁ ସ୍ପେଶାଲ୍‌ ମିଳୁଥିବା ଭଳିକି ଭଳି କ୍ୟାପ୍‌ ବ୍ୟବହାର କରି ଷ୍ଟାଇଲିଶ୍‌ ଓ ଫଙ୍କି ଲୁକ୍‌ ପାଇପାରିବେ। ଆଖିର ସୁରକ୍ଷା ପାଇଁ ସନ୍‌ଗ୍ଲାସ୍‌ କିମ୍ବା ଫୁଲ୍‌ ଆଇ କଭର କଲରଫୁଲ୍‌ ଗ୍ଲାସ୍‌ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri