Posted inଫୁରସତ

ସାଧବ ବୋହୂ

କୀଟପତଙ୍ଗଙ୍କୁ ଅନେକେ ଡରନ୍ତି, ଘୃଣା ବି କରନ୍ତି। ହେଲେ ଇଏ ଏମିତି ଏକ କୀଟ, ଯାହାକୁ ଦେଖିବା ଓ ଟିକେ ଧରିବାକୁ ସମସ୍ତେ ଚାହାନ୍ତି। କାରଣ ଏହା ବହୁତ ସୁନ୍ଦର, ଲାଲ ଭେଲ୍‌ଭେଟ୍‌ ପରି ତା’ର ଶରୀର। ଆଖି ଲାଗିଗଲା ଭଳି ଏହି କୀଟକୁ ସମସ୍ତେ ଜାଣନ୍ତି ସାଧବ ବୋହୂ ଭାବରେ। ଏଥର ଜାଣିବା ଏଇ ଲାଲ ଟୁକ୍‌ ଟୁକ୍‌ କୀଟ ସମ୍ପର୍କରେ କିଛି..

ବର୍ଷା ଋତୁ ପରେ ଶୀତ ଋତର ଆଗମନ ସମୟରେ ଯେବେ ଘାସ ଉପରେ କାକର ବୁନ୍ଦା ପଡେ ସେତେବେଳେ ଦେଖା ଯାଆନ୍ତି ସାଧବ ବୋହୂ। ଭାରତର ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ନାମରେ ପରିଚିତ। ଯେମିତିକି ରାଜସ୍ଥାନରେ ଏହା ‘ବୁଢି ମାଈ’, ଛତିଶ ଗଡ଼ରେ ‘ରାନୀ କିଡା’, ଉତ୍ତର ଭାରତର ଅନେକ ଭାଗରେ ‘ଭଗବାନ କି ବୁଢିୟା’, ଦକ୍ଷିଣ ଭାରତର ତେଲୁଗୁ ଭାଷାଭାଷୀମାନେ ଏହାକୁ ‘ଅରୁଦ୍ର’ ଓ ତାମିଲରେ ‘ପଟ୍‌୍‌ଟୁ ପାପାତି’ କହନ୍ତି। ହରିୟାଣାରେ ଏହାକୁ ‘ତିଜ୍‌’ କୁହନ୍ତି। ପ୍ରୟାଗ ରାଜ ଉତ୍ତର ପ୍ରଦେଶରେ ଏହା ‘ଭଗବାନ’ ନାମରେ ପରିଚିତ । କିଛି ସ୍ଥାନରେ ଏହା ‘ବୀରବହୂଟି’ ନାମରେ ବି ପରିଚିତ। ଉତ୍ତର ଆମେରିକାର କିଛି ସ୍ଥାନ ଖାସ୍‌ କରି ଦକ୍ଷିଣ ପଶ୍ଚିମ ଭାଗରେ ବି ଏହି କୀଟ ଦେଖା ଯାଆନ୍ତି। ଏଠାରେ ଏହା ‘ରେନ୍‌ ବଗ୍‌’ ନାମରେ ପରିଚିତ। ଏହାର ଆକାର ପ୍ରାୟ ୪ ମି.ମି.ହୋଇଥାଏ। ଏହି ସୁନ୍ଦର ପୋକଟିକୁ ଭାରତରେ ଔଷଧଭାବେ ମଧ୍ୟ ବ୍ୟବହାର କରାଯାଏ। ଏହାର କୁନି ଶରୀରରେ ମସୃଣ ଲାଲ ଲୋମ ଥାଏ, ଯାହାକି ଭେଲଭେଟ୍‌ ପରି ଲାଗେ। ଏହା ମଣିଷର କୌଣସି କ୍ଷତି କରି ନ ଥାଏ। ଅର୍ଥାତ୍‌ ଏହା କାମୁଡି ନ ଥାଏ। ତେବେ ତାଙ୍କ ଶରୀରରୁ ନିର୍ଗତ ହେଉଥିବା ଏକ ପ୍ରକାରର ତୈଳୀୟ ପଦାର୍ଥ ପାଇଁ କିଛିଟା ପୋଡିବା ପରି ଅନୁଭବ ହୋଇପାରେ। ଏହା ଉଈ, ଉଡ ଲାଇସ୍‌, ଛୋଟ ବୁଢିଆଣୀ ଖାଇଥାଏ। ଏହା ତା’ର ଓରାଲ ଟ୍ୟୁବ ମାଧ୍ୟମରେ ଚିକିଟା ମାଟିକୁ ନିଜ ଶୀକାର ଉପରକୁ ଛାଟି ଶୀକାରକୁ କାବୁ କରିଥାଏ। ଏହି ସୁନ୍ଦର କୀଟଟି କିନ୍ତୁ ଏବେ ଆଉ ସେତେଟା ଦେଖିବାକୁ ମିଳୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri