Posted inଫୁରସତ

ସାଧବ ବୋହୂ

କୀଟପତଙ୍ଗଙ୍କୁ ଅନେକେ ଡରନ୍ତି, ଘୃଣା ବି କରନ୍ତି। ହେଲେ ଇଏ ଏମିତି ଏକ କୀଟ, ଯାହାକୁ ଦେଖିବା ଓ ଟିକେ ଧରିବାକୁ ସମସ୍ତେ ଚାହାନ୍ତି। କାରଣ ଏହା ବହୁତ ସୁନ୍ଦର, ଲାଲ ଭେଲ୍‌ଭେଟ୍‌ ପରି ତା’ର ଶରୀର। ଆଖି ଲାଗିଗଲା ଭଳି ଏହି କୀଟକୁ ସମସ୍ତେ ଜାଣନ୍ତି ସାଧବ ବୋହୂ ଭାବରେ। ଏଥର ଜାଣିବା ଏଇ ଲାଲ ଟୁକ୍‌ ଟୁକ୍‌ କୀଟ ସମ୍ପର୍କରେ କିଛି..

ବର୍ଷା ଋତୁ ପରେ ଶୀତ ଋତର ଆଗମନ ସମୟରେ ଯେବେ ଘାସ ଉପରେ କାକର ବୁନ୍ଦା ପଡେ ସେତେବେଳେ ଦେଖା ଯାଆନ୍ତି ସାଧବ ବୋହୂ। ଭାରତର ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ନାମରେ ପରିଚିତ। ଯେମିତିକି ରାଜସ୍ଥାନରେ ଏହା ‘ବୁଢି ମାଈ’, ଛତିଶ ଗଡ଼ରେ ‘ରାନୀ କିଡା’, ଉତ୍ତର ଭାରତର ଅନେକ ଭାଗରେ ‘ଭଗବାନ କି ବୁଢିୟା’, ଦକ୍ଷିଣ ଭାରତର ତେଲୁଗୁ ଭାଷାଭାଷୀମାନେ ଏହାକୁ ‘ଅରୁଦ୍ର’ ଓ ତାମିଲରେ ‘ପଟ୍‌୍‌ଟୁ ପାପାତି’ କହନ୍ତି। ହରିୟାଣାରେ ଏହାକୁ ‘ତିଜ୍‌’ କୁହନ୍ତି। ପ୍ରୟାଗ ରାଜ ଉତ୍ତର ପ୍ରଦେଶରେ ଏହା ‘ଭଗବାନ’ ନାମରେ ପରିଚିତ । କିଛି ସ୍ଥାନରେ ଏହା ‘ବୀରବହୂଟି’ ନାମରେ ବି ପରିଚିତ। ଉତ୍ତର ଆମେରିକାର କିଛି ସ୍ଥାନ ଖାସ୍‌ କରି ଦକ୍ଷିଣ ପଶ୍ଚିମ ଭାଗରେ ବି ଏହି କୀଟ ଦେଖା ଯାଆନ୍ତି। ଏଠାରେ ଏହା ‘ରେନ୍‌ ବଗ୍‌’ ନାମରେ ପରିଚିତ। ଏହାର ଆକାର ପ୍ରାୟ ୪ ମି.ମି.ହୋଇଥାଏ। ଏହି ସୁନ୍ଦର ପୋକଟିକୁ ଭାରତରେ ଔଷଧଭାବେ ମଧ୍ୟ ବ୍ୟବହାର କରାଯାଏ। ଏହାର କୁନି ଶରୀରରେ ମସୃଣ ଲାଲ ଲୋମ ଥାଏ, ଯାହାକି ଭେଲଭେଟ୍‌ ପରି ଲାଗେ। ଏହା ମଣିଷର କୌଣସି କ୍ଷତି କରି ନ ଥାଏ। ଅର୍ଥାତ୍‌ ଏହା କାମୁଡି ନ ଥାଏ। ତେବେ ତାଙ୍କ ଶରୀରରୁ ନିର୍ଗତ ହେଉଥିବା ଏକ ପ୍ରକାରର ତୈଳୀୟ ପଦାର୍ଥ ପାଇଁ କିଛିଟା ପୋଡିବା ପରି ଅନୁଭବ ହୋଇପାରେ। ଏହା ଉଈ, ଉଡ ଲାଇସ୍‌, ଛୋଟ ବୁଢିଆଣୀ ଖାଇଥାଏ। ଏହା ତା’ର ଓରାଲ ଟ୍ୟୁବ ମାଧ୍ୟମରେ ଚିକିଟା ମାଟିକୁ ନିଜ ଶୀକାର ଉପରକୁ ଛାଟି ଶୀକାରକୁ କାବୁ କରିଥାଏ। ଏହି ସୁନ୍ଦର କୀଟଟି କିନ୍ତୁ ଏବେ ଆଉ ସେତେଟା ଦେଖିବାକୁ ମିଳୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri