ବେଦରେ ଯଜ୍ଞ

ଯଜ୍ଞ ହେଉଛି ବେଦର ମୂଳ ରୀତିନୀତି। ଏବେ ବି ବିଶିଷ୍ଟ ପଣ୍ଡିତମାନେ ଯଜ୍ଞ ଶବ୍ଦକୁ ବଳି କିମ୍ବା ଅଗ୍ନି ଯଜ୍ଞ ବା ଅଗ୍ନି ରୀତିନୀତି ବୋଲି କହିଥା’ନ୍ତି। ବଳି ମୁଖ୍ୟତଃ ନାସ୍ତିକଙ୍କର ଏକ ପ୍ରାଚ୍ୟ ଦୃଷ୍ଟିକୋଣକୁ ଜାଗ୍ରତ କରେ, ଯାହା ଏକ ଶକ୍ତିଶାଳୀ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମର୍ପଣକୁ ବୁଝାଏ। ଏହିପରି କାର୍ଯ୍ୟକୁ ସଂସ୍କୃତରେ ବଳି କୁହାଯାଏ। ଆରବ ଭାଷାରେ ଏହା କୁର୍ବାନୀ। ଯାହାଙ୍କୁ ଅତିପ୍ରିୟ ବୋଲି ଗ୍ରହଣ କରୁଛ, ତାଙ୍କୁ କିଛି ଦେଇ ସମର୍ପଣ ଓ ଧର୍ମପରାୟଣତା ଭାବ ପ୍ରଦର୍ଶନ କରିବା ହିଁ ବଳି। କିନ୍ତୁ ତାହା ଯଜ୍ଞ ନୁହେଁ, ଏହା ଏକ ବିନିମୟ। ଏକ ସାମାଜିକ ଚୁକ୍ତି?
ବୈଦିକ ରୀତିନୀତି ଏବଂ ସଂସ୍କୃତି ଉପରେ ପ୍ରକାଶିତ ସଦ୍ୟତମ ପୁସ୍ତକଗୁଡ଼ିକରେ ପଣ୍ଡିତମାନେ ସ୍ପଷ୍ଟ କରିଛନ୍ତି ଯେ, ରୀତିନୀତିର ଯଜୁର୍ବେଦର ତୈତିରୀୟ ବ୍ରାହ୍ମଣର ବାକ୍ୟାଂଶଗୁଡ଼ିକ ସହ ସମ୍ପର୍କ ରହିଛି। ଯେପରିକି ‘ଦେହି ମେ ଦାଦାମି ତେ’, ଯାହାର ଅର୍ଥ ହେଉଛି ମୁଁ ତୁମକୁ ଯାହା ଦିଏ, ତାହା ତୁମେ ଦିଅ। ଏହା ଏକ ସ୍ପଷ୍ଟ ବିନିମୟ। ଦେବତାମାନଙ୍କୁ ବିନତି କରାଯାଏ ଏବଂ ସହାୟତା ବିନିମୟରେ ପ୍ରଶଂସା କରାଯାଏ। ତୁମେ ଯେତେ ଅଧିକ ଦେବତାଙ୍କୁ ସନ୍ତୁଷ୍ଟ କରିବ, ଯାହା ଚାହୁଁଛ ତାହା ପାଇବାର ସମ୍ଭାବନା ଅଧିକ ରହିବ ଓ ଯଜ୍ଞକାର୍ଯ୍ୟରେ ଏହାକୁ କଳ୍ପସୂତ୍ର କୁହନ୍ତି; ଯେଉଁଥିରେ ଦ୍ରବ୍ୟ (ଖାଦ୍ୟ), ଦେବତା (ଦେବତା) ଏବଂ ତ୍ୟାଗ (ସମର୍ପଣ) ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟ ଐଶ୍ୱରୀୟ ବିଶ୍ୱାସ (ଅପୁର୍ଭା) ସୃଷ୍ଟି କରେ, ଯାହା ଭବିଷ୍ୟତ ଜୀବନରେ ଜଣକୁ ଲାଭ ଦେଇଥାଏ। ଏହା କୌଣସି ବଳି ନୁହେଁ। ଏହା ହେଉଛି ନିବେଶ।
ଊନବିଂଶ ଶତାବ୍ଦୀର ସମୟ ଭଳି ବୈଦିକ ରୀତିନୀତି ବିଷୟରେ ଆମର ବିଚାର ଅତ୍ୟନ୍ତ ସୀମିତ, ଯେହେତୁ ଉପନିବେଶକାରୀ ଶକ୍ତିମାନେ ହିନ୍ଦୁଧର୍ମ ବିଷୟରେ ସ୍ପଷ୍ଟୀକରଣ ଦାବି କରୁଥିଲେ। ବ୍ରାହ୍ମଣ ପଣ୍ଡିତ ଏଥିରେ ନାରାଜ ଥିଲେ। ୟୁରୋପୀୟ ଉପନିବେଶବାଦୀ ଅଧିକ ବିଜ୍ଞାନ ଓ ତର୍କର ମଣିଷ ଥିଲେ ଏବଂ ସ୍ବାଧୀନତା, ସମାନତା ଏବଂ ଭାଇଚାରା ଭଳି ନୂତନ ବିଚାରଧାରା ବିଷୟରେ କହିଥିଲେ। ଭାରତର ଜାତି ବ୍ୟବସ୍ଥା ଏବଂ ମହିଳାମାନଙ୍କ ପ୍ରତି ବ୍ୟବହାରକୁ ନେଇ ତାଙ୍କର ଏକ ନକାରାତ୍ମକ ଦୃଷ୍ଟିକୋଣ ରହିଥିଲା।
ବେଦାନ୍ତ ସହ ବେଦକୁ ସମାନ ଭାବେ ଦର୍ଶାଇବା ଥିଲା ଚତୁର ଉତ୍ତର। ଉପନିଷଦ ବୈଦିକ ରୀତିନୀତି ପାଇଁ ଉପନିଷେଦ ଯେମିତି ଥିଲା ସେମିତି ପୌରାଣିକ କଥା ପାଇଁ ତାର୍କିକ ସିଦ୍ଧାନ୍ତ ଓ ଗ୍ରୀକ୍‌ ପୁରାଣ ଏବଂ ଚର୍ଚ୍ଚ ରୀତିନୀତି ପାଇଁ ଥିଲା ୟୁରୋପୀୟ ଦର୍ଶନ। ତେଣୁ ଆଜି ମଧ୍ୟ ଅଧିକାଂଶ ଲୋକଙ୍କ ପାଇଁ ସବୁକିଛି ବୈଦିକ, ଯାହା ଜୀବ, ଆତ୍ମା ଏବଂ ବ୍ରହ୍ମ ତଥା ମୋକ୍ଷ ବିଷୟରେ କହେ। ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍‌ ମୁକ୍ତିର କଥା କହେ। ରାଜା ରାମମୋହନ ରାୟ ଏବଂ ଶ୍ରୀଅରବିନ୍ଦଙ୍କ ପରି ସ୍ବାମୀ ବିବେକାନନ୍ଦ ଉପନିଷଦ ଏବଂ ଏହାର ରହସ୍ୟର ମୂଲ୍ୟାୟନ କରିଥିଲେ। ଏଥିରେ ଯଥେଷ୍ଟ ସମାନତା ଥିବା ଭଳି ମନେହେଉଥିଲା। ସ୍ବାମୀ ଦୟାନନ୍ଦ ସରସ୍ବତୀ ହିନ୍ଦୁ ମନ୍ଦିର ପୂଜାପାଠ ପାଇଁ ବୈଦିକ ମନ୍ତ୍ରକୁ ପସନ୍ଦ କରିଥିଲେ, କିନ୍ତୁ ତାଙ୍କର ସୃଜନଶୀଳ ଅନୁବାଦ ଅଧ୍ୟାତ୍ମବାଦର ଉପନିଷଦୀୟ ବିଚାରଧାରାକୁ ଜାଗ୍ରତ କରିଥିଲା। କିନ୍ତୁ ବିନିମୟ କିମ୍ବା ଖାଦ୍ୟର ଧାରଣା ବିଷୟରେ କେହି କହିନାହାନ୍ତି। ମୁଁ ଖାଦ୍ୟ। ମୁଁ ହିଁ ଏକା ଖାଦ୍ୟ ଖାଏ। ମୁଁ ଏକା, ଯିଏ ଦେବତାମାନଙ୍କ ପୂର୍ବରୁ ରହିଥିଲା; ଯାହା ଯଜୁର୍ବେଦର କାବ୍ୟ ସ୍ପଷ୍ଟ ଭାବରେ କହେ। ଏହାର ଅର୍ଥ କ’ଣ? ଏହାକୁ ଭୌତିକ ନା ଆଧ୍ୟାତ୍ମିକ, ବାସ୍ତବ ନା କାଳ୍ପନିକ ଭାବେ ଗ୍ରହଣ କରାଯିବା ଉଚିତ କି?
ଯେତେବେଳେ ଆମେ ମନୁସ୍ମୃତି ବିଷୟରେ କହିଥାଉ, ସେତେବେଳେ ଏହାର ଉଚ୍ଚ ଜାତି ପୁରୁଷମାନଙ୍କ ସପକ୍ଷବାଦୀ ବ୍ୟବସ୍ଥା ବିଷୟରେ ସମସ୍ତେ ଭଲଭାବେ ଜାଣିଛନ୍ତି। କିନ୍ତୁ ଏହା ଖାଇବାକୁ ଦେବା ବିଷୟ ବୋଲି ଖୁବ କମ୍‌ ବ୍ୟକ୍ତି ଜାଣନ୍ତି । ‘ପଞ୍ଚା-ମହା-ଯଜ୍ଞ’ ମୁଖ୍ୟତଃ ପାଞ୍ଚ ପ୍ରକାର ଖୁଆଇବାକୁ ସୁଚିତ କରେ; ନିଜକୁ ଖାଇବାକୁ ଦେବା, ସାଥୀ ମଣିଷମାନଙ୍କୁ ଖାଇବାକୁ ଦେବା, ଦେବତାଙ୍କୁ ଖାଇବାକୁ ଦେବା, ପିତୃପୁରୁଷଙ୍କୁ ଖାଇବାକୁ ଦେବା ଏବଂ ପଶୁଙ୍କୁ ଖାଇବାକୁ ଦେବା। ଯଜମାନ ଓ ଗୃହକର୍ତ୍ତାଙ୍କୁ କୁହାଯାଇଛି ଯେ, ସେମାନେ ତାଙ୍କ ଆଖପାଖରେ ଥିବା ସମସ୍ତଙ୍କୁ ପୋଷଣ କରିବାକୁ ରହିଛନ୍ତି । ପରସ୍ପରର ଭୋକ ମେଣ୍ଟାଇବା ହିଁ ଦୁନିଆର ବାସ୍ତବତା। କ୍ଷୁଧା ହିଁ ଜୀବ ଓ ବସ୍ତୁ ମଧ୍ୟରେ ଅନ୍ତରକୁ ସ୍ପଷ୍ଟ କରିଥାଏ।
ଊନବିଂଶ ଶତାବ୍ଦୀରେ ବୌଦ୍ଧ ଗ୍ରନ୍ଥଗୁଡ଼ିକୁ ଅନୁବାଦ କରାଯାଇଥିଲା। ବୁଦ୍ଧଙ୍କ ବାଣୀ ‘କାମନା ହିଁ ଦୁଃଖର କାରଣ’ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବୁଦ୍ଧ କଦାପି ଡିଜାର୍‌ଡ ବା ‘କାମନା’ କଥା କହିନାହାନ୍ତି, ତାହା ହେଉଛି ଏକ ୟୁରୋପୀୟ ଭାଷା। ସେ କହିଥିଲେ ‘ତୃଷା’ (ତାନ୍ନା-ପାଲିରେ; ତୃଷ୍ଣା-ସଂସ୍କୃତରେ)। କ୍ଷୁଧା ବିଷୟରେ ବୈଦିକ ବିଚାର ପଶୁମାନଙ୍କ ଭଳି ଖାଇବାକୁ ସୂଚିତ ନ କରି ବରଂ ମଣିଷ ଖାଇବାକୁ ଦେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବୌଦ୍ଧ ସିଦ୍ଧାନ୍ତ କ୍ଷୁଧାକୁ ଶେଷ କରିବାକୁ କହିଥିଲା। ଜୈନ ଧର୍ମ ସମେତ ସମସ୍ତ ସନ୍ନ୍ୟାସ ପରମ୍ପରାରେ ଉପବାସକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା, ଯାହାକୁ ବୈଦିକ ବ୍ରାହ୍ମଣମାନେ ନାସ୍ତିକ ବୋଲି କହିଥିଲେ।
ଆଧୁନିକ ଯୁଗରେ, ଆମେ ବିକାଶର ପରିମାପକ ଭାବରେ କ୍ଷୁଧା ସୂଚକାଙ୍କକୁ ସୂଚିତ କରୁ। କେହି ବି କ୍ଷୁଧାକୁ ମାପି ପାରିବେ ନାହିଁ। କିନ୍ତୁ ଅନିଚ୍ଛାକୃତ ଉପବାସର ପରିଣାମ, ଖାଦ୍ୟ ଅଭାବରୁ ପୁଷ୍ଟିହୀନତା, ଶାରୀରିକ ବୃଦ୍ଧିରେ ବାଧା, ପିଲାମାନଙ୍କଠାରେ ନକାରାତ୍ମକ ବିକାଶ, ରୋଗ ଏବଂ ମୃତ୍ୟୁକୁ ମାପ କରାଯାଇପାରିବ। ଅନେକ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥାର ଏହି ଦୁନିଆରେ ଲୋକମାନେ ତଥାପି ଭୋକରେ ମରୁଛନ୍ତି। କ୍ଷମତାରେ ରହିବାକୁ ସରକାର ମାଗଣା ରାଶନ ଦେଉଛନ୍ତି। ଖାଇବାକୁ ଦେବା ସଂସ୍କୃତି ଏବଂ ସଭ୍ୟତାର ମୂଳଦୁଆ ହୋଇ ରହିଛି।
ବିଜନେସ୍‌ ସ୍କୁଲଗୁଡ଼ିକ ‘କ୍ଷୁଧା’ ଶବ୍ଦ ବ୍ୟବହାର କରନ୍ତି ନାହିଁ । ସେମାନେ ‘ଲୋଭ’ ବା କାମନା ବଦଳରେ ‘ମହତ୍ତ୍ୱାକାଂକ୍ଷା’ ଶବ୍ଦ ବ୍ୟବହାର କରନ୍ତି। ଉଦ୍ୟୋଗୀକୁ ଉଚ୍ଚ ଚିନ୍ତା କରିବାକୁ କୁହାଯାଏ- ସମାଜ ପାଇଁ ନୁହେଁ, ବରଂ ଶେୟାରହୋଲ୍ଡର, ଷ୍ଟକ୍‌ମାର୍କେଟ, ଟେକ୍ନୋକ୍ରାଟ୍‌ଙ୍କ ପାଇଁ। ସେ ଭୋକିଲା ଲୋକଙ୍କୁ ଖାଇବାକୁ ଦେଉନାହାନ୍ତି। ବଜାରର କ୍ଷୁଧା ବୃଦ୍ଧି ପାଇଁ ସେ ବିଭିନ୍ନ ମାର୍କେଟିଂ କୌଶଳ ବ୍ୟବହାର କରନ୍ତି, ଯାହା ତାଙ୍କ ସାମଗ୍ରୀ ଏବଂ ସେବା ପ୍ରତି ବିଶ୍ୱସ୍ତ ରହିବ। ରାଜନେତାମାନେ ଭୋଟ ପାଇବା ପାଇଁ ଭଲ ଶାସନ ଦିଅନ୍ତି ନାହିଁ। ସେମାନେ ଅସୁରକ୍ଷିତତା ସୃଷ୍ଟି କରନ୍ତି ଏବଂ ଭୋଟ ପାଇବା ପାଇଁ ବଡ଼ ସ୍ବପ୍ନ ଦେଖାନ୍ତି। ଯେଉଁମାନେ ବୈଦିକ ଦର୍ଶନର ରକ୍ଷକ ବୋଲି ଦାବି କରନ୍ତି, ସେମାନେ ଚାହାନ୍ତି ଯେ ଲୋକମାନେ ଜାତି ପାଇଁ ବଳିଦାନ ବା ତ୍ୟାଗ ଦିଅନ୍ତୁ ଓ ସେହି ରକ୍ଷକମାନେ ହିଁ କ୍ଷମତାରେ ରୁହନ୍ତୁ। ଏହା ବୈଦିକ ଯଜ୍ଞ ନୁହେଁ। ଏହା ଠିକ୍‌ ଏକ ବାଇବଲ ସୂଚିତ ଈଶ୍ୱରଙ୍କ କଠୋର ନିଷ୍ପତ୍ତି ପରି, ଯାହା ଅବମାନନା କରୁଥିବା ଲୋକଙ୍କୁ ଅଗ୍ନି ଏବଂ ବନ୍ୟାରେ ଧ୍ୱଂସ ହେବାର ଭୟ ଦେଖାଏ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri