Posted inଫୁରସତ

ସଚିନ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂହ ଧୋନୀ ଶିକ୍ଷକ ଚାକିରି ପାଇଁ କଲେ ଆବେଦନ; ସାକ୍ଷାତକାର ନିଶ୍ଚିତ ହେବା ପରେ…

ରାୟପୁର: ନିଯୁକ୍ତିରେ ସ୍କାମ୍‌ର ଅନେକ ଘଟଣା ସାମ୍ନାକୁ ଆସିଥାଏ। ହେଲେ ବିଗତ କିଛି ବର୍ଷ ଧରି ନକଲି ନାମରେ ଆବେଦନ କରିବା ଦେଖିବାକୁ ମିଳୁଛି। କେହି ଅଭିନେତାଙ୍କ ନାମରେ ତ କେହି ଅଭିନେତ୍ରୀଙ୍କ ନାମରେ ଆବେଦନ କରୁଛନ୍ତି। ଏବେ ଛତିଶଗଡ଼ରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଥିରେ ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନୀ ଜଣେ ଶିକ୍ଷକ ଚାକିରି ପାଇଁ ଆବେଦନ କରିଛନ୍ତି। କେବଳ ଏତିକି ନୁହେଁ, ଆବେଦନକାରୀ ଧୋନୀଙ୍କ ପିତାଙ୍କ ନାମ ସଚିନ ତେନ୍ଦୁଲକର ରହିଛି। ତେବେ ତାଙ୍କୁ ସାକ୍ଷାତକାର ପାଇଁ ସର୍ଟଲିଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି।

ଘଟଣାଟି ଏପରି। ଛତିଶଗଡ଼ରେ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରାଯାଇଥିଲା। ଏଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଆବେଦନ ହୋଇଥିଲା। ଗତ ଶୁକ୍ରବାର ୧୫ଜଣ ଆବେଦନକାରୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଏହି ତାଲିକାରେ ଧୋନୀଙ୍କ ନାମ ଥିଲା। ହେଲେ ସେ ସେଠାରେ ନ ପହଞ୍ଚିବା ଯୋଗୁ ମାମଲା ଜଣାପଡ଼ିଥିଲା। ଅଧିକାରୀମାନେ ସନ୍ଦେହ କରି ଆବେଦନ ବେଳେ ଦିଆଯାଇଥିବା ନମ୍ବରରେ ଫୋନ୍‌ କରିଥିଲେ। ଏଥିସହ ଯୋଗାଯୋଗ ହୋଇପାରି ନ ଥିଲା। ଏବେ ଉକ୍ତ ଆବେଦନକାରୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରାଯିବା ନେଇ ଆଲୋଚନା କରାଯାଉଛି।

ଉକ୍ତ ଆବେଦନ ଅନୁଯାୟୀ, ଧୋନୀ ଦୁର୍ଗ ସିଏସ୍‌ବିଟିୟୁ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଚୟନ ପ୍ରକ୍ରିୟା ପାଇଁ ଦାୟୀ ଅଧିକାରୀମାନେ ନକଲି ଆବେଦନ ନେଇ ସ୍ପଷ୍ଟ କରିଛନ୍ତି। ହେଲେ ସାକ୍ଷାତକାର ପାଇଁ କିଭଳି ତାଙ୍କୁ ସର୍ଟଲିଷ୍ଟ କରାଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri