Posted inଖେଳ

ଡିପଫେକ୍‌ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ ବ୍ୟାଖ୍ୟା କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଭିଡିଓରେ ଡିପଫେକ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଏବଂ ତାଙ୍କୁ ଏକ ଆପ୍‌ ପ୍ରମୋଟ କରାଯାଉଥିବା ଦେଖାଯାଉଛି।

ସଚିନ ତେନ୍ଦୁଲକର ଏକ୍ସରେ ଲେଖିଛନ୍ତି ଯେ, ଏହି ଭିଡିଓଟି ନକଲି, ଏହା ଆପଣଙ୍କୁ ପ୍ରତାରଣା କରିବା ପାଇଁ ପ୍ରସ୍ତୁତ କରାଯାଇଛି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଡିପଫେକ୍‌କୁ ଅପବ୍ୟବହାର ଠିକ ନୁହେଁ। ତୁମେ ସମସ୍ତଙ୍କୁ ଯଦି ଏପରି ଭିଡିଓ କିମ୍ବା ଆପ କିମ୍ବା ବିଜ୍ଞାପନଗୁଡିକ ଯଥା ଶୀଘ୍ର ରିପୋର୍ଟ କରିବାକୁ ଅନୁରୋଧ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ସତର୍କ ହେବା ଉଚିତ୍‌। ଯଥାଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ଏହା ସହିତ ମାଷ୍ଟର ବ୍ଲାଷ୍ଟର ମଧ୍ୟ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ, ଆଇଟି ଏବଂ ଏହି ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri