Posted inଖେଳ

ତେନ୍ଦୁଲକରଙ୍କ ଝିଅ ସାରା ସୋସିଆଲ ମିଡିଆରେ ଲୋକପ୍ରିୟ, ଜଷ୍ଟିନ ବିବରଙ୍କ ବଡ଼ ପ୍ରଶଂସକ

ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବିଷୟରେ ଭାଇରାଲ ହୋଇଥିବା କିଛି ଘଟଣା ବିଷୟରେ ଜାଣିବା।
ସାରା ହେଉଛନ୍ତି ସଚିନ ଏବଂ ଅଞ୍ଜଳୀଙ୍କର ବଡ଼ ଝିଅ। ତାଙ୍କର ସାନ ଭାଇ ଅର୍ଜୁନ ତେନ୍ଦୁଲକର, ଯିଏକି ବାପାଙ୍କ ପରି କ୍ରିକେଟ ଜଗତରେ ସାମିଲ ହୋଇସାରିଛନ୍ତି। ଅର୍ଜୁନଙ୍କ କ୍ୟାରିୟର ଏବେ କ୍ରିକେଟର ଆରମ୍ଭ ହୋଇଛି। ଲୋକପ୍ରିୟତା ଦୃଷ୍ଟିରେ ଏବେ ବି ଅର୍ଜୁନ ସାରାଙ୍କ ପଛରେ।
ସାରା ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ନିଜର ପାଠ ପଢ଼ା ଶେଷ କରିବା ପରେ ଲଣ୍ଡନ ୟୁନିଭରର୍ସିଟି କଲେଜରେ ନାମ ଲେଖାଇଥିଲେ। ଯେଉଁଠାରୁ ସେ ମେଡିସିନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାମରେ ଏକ ମଜାଦାର କାହାଣୀ ରହିଛି। କିଛି ରିପୋର୍ଟ ଅନୁଯାୟୀ, ସାହାରା କପ୍‌ର ଚମତ୍କାର ବିଜୟ ପରେ ସଚିନ ତାଙ୍କ ଝିଅଙ୍କ ନାମ ସାରା ରଖିଥିଲେ। ଉକ୍ତ ମ୍ୟାଚ୍‌ରେ ସଚିନ ଅଧିନାୟକ ଥିଲେ। ହେଲେ ଏ ନେଇ ସଚିନ କେବେ ହେଲେ ମୁହଁ ଖୋଲି ନାହାନ୍ତି।

ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମାମଲାରେ ସାରା ବଡ଼ ବଡ଼ କଳାକାରଙ୍କୁ ମଧ୍ୟ ଟକ୍କର ଦେଉଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୧.୨ ମିଲିୟନ ଫଲୋଅର୍ସ ରହିଛନ୍ତି। ଏଥିରୁ ସାରାଙ୍କ ଲୋକପ୍ରିୟତା ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି।
ସାରା ନିଜର ରିଲେସନଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ସାରିଛନ୍ତି। ରିପୋର୍ଟ ଅନୁଯାୟୀ, ସାରା ଏବଂ କ୍ରିକେଟର ଶୁଭମନ ଗିଲ ପରସ୍ପରକୁ ଡେଟ୍‌ କରୁଛନ୍ତି। ମାତ୍ର ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେହି ହେଲେ ମୁହଁ ଖୋଲି ନାହାନ୍ତି।
ସାରା ଲୋକପ୍ରିୟ ଗାୟକ ତଥା ଗୀତିକାର ଜଷ୍ଟିନ ବିବରଙ୍କର ଜଣେ ବଡ଼ ପ୍ରଶଂସକ। ୭ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩ରେ ଜଷ୍ଟିନ ସାରାଙ୍କୁ ତାଙ୍କ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଥିଲେ। ସାରା ଜଷ୍ଟିନଙ୍କ ଦ୍ୱାରା କରାଯାଇଥିବା ଜନ୍ମଦିନର ଶୁଭେଚ୍ଛା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ।
ସାରାଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ସଚିନ ଏହାକୁ ଖଣ୍ଡନ କରିଥିଲେ। ସାରାଙ୍କର ଅଭିନୟ ପ୍ରତି ସେମିତି କିଛି ବିଚାର ନାହିଁ ବୋଲି ସଚିନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri