ମୁଖ୍ୟ ବିଚାରପତି ପାଇଁ ଏସ୍‌. ମୁରଲିଧରଙ୍କ ନାମ ସୁପାରିସ

କଟକ ଅଫିସ, ୧୬।୧୨: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍‌. ମୁରଲିଧରଙ୍କ ନାମକୁ ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଛନ୍ତି। ଆଇନ୍‌ ମନ୍ତ୍ରଣାଳୟର ଅନୁମୋଦନ ପରେ ମୁରଲିଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟ କରୁଛନ୍ତି। ୨୦୦୬ରେ ମୁରଲିଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ତୃତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିବା ମୁରଲିଧର ୧୯୮୪ ଶିଖ୍‌ ଦଙ୍ଗା, ହସିମ୍‌ପୁରା ଗଣହତ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିଛନ୍ତି। ତାଙ୍କ ବଦଳି ପାଇଁ ୨୦୧୮ ଡିସେମ୍ବର, ୨୦୧୯ ଜାନୁୟାରୀରେ ୨ଥର ସୁପାରିସ କରାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମଙ୍କ ବିରୋଧ ଯୋଗୁ ତାହା ସ୍ଥଗିତ ହୋଇଥିଲା। ୨୦୨୦ ପେବୃୟାରୀ ୧୨ରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ କଲେଜିୟମ ମୁରଲିଧରଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ କରିଥିଲେ। ପରେ ମୁରଲିଧର ମାର୍ଚ୍ଚ ୫ରେ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ମହମ୍ମଦ ରଫିକ କାର୍ଯ୍ୟ କରୁଛନ୍ତି। ମେଘାଳୟ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ରଫିକ୍‌ ଗତ ଏପ୍ରିଲ ୨୭ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥପାଠ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri