ଦକ୍ଷିଣ ୟୁକ୍ରେନରେ ରୁଷିଆର ମିଶାଇଲ ମାଡ, ୩୦ ମୃତ, ୮୮ ଆହତ

କ୍ୱିଭ,୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ସେଠାକାର ଲୋକଙ୍କୁ ଭୟଭୀତ କରି ରଖିଛି । ଦୀଘ ପ୍ରାୟ ୭ ମାସ ହେବ ଚାଲିଥିବା ଏହି ଯୁଦ୍ଧରେ ବହୁ ଧନ ଜୀବନ ହାନୀ ହେଲାଣି । ଏବେ ୟୁକ୍ରେନର ଦକ୍ଷିଣରେ ସ୍ଥିତ ଏକ କାର ବଜାରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ କରାଯାଇଛି । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୮୮ ଆହତ ହୋଇଥିବା ସୂଚନା ମିଳିଛି । ଜପୋରିଝଆର ଗଭର୍ନର ଆଲେକଜ୍ୟାଣ୍ଡର ସ୍ତାରୁଖ କହିଛନ୍ତି ଏହି ମିଶାଇଲ ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ କଂକ୍ରିଟ ସଡ଼କ ଉପରେ କିଛି ଫୁଟର ଗାତ ସୃଷ୍ଟି ହୋଇଛି ଓ ବିସ୍ଫୋରଣର ପ୍ରଥମ ଝଟ୍‌କାରେ କାରର ଡୋର ସବୁ ଖୋଲି ବାହାରି ଯାଇଥିଲା ।
ଉକ୍ତ ଅଞ୍ଚଳର ପୋଲିସ ମୁଖ୍ୟ କର୍ନଲ ସର୍ଗେଇ ଉଜରୁମୋବ କହିଛନ୍ତି, କାର ବଜାରକୁ ରୁଷିଆ ତିନୋଟି ଏସ-୩୦୦ ମିଶାଇଲ ଦ୍ୱାରା ଟାର୍ଗେଟ କରିଥିଲା । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି, ଶତ୍ରୁ ଉଗ୍ର ଅଛି ଓ ଆମ ଦୃଢତା ଓ ସଫଳତା ପରେ ଏହାର ପ୍ରତିଶୋଧ ନେଉଛି । ଜେଲେନସ୍କିଙ୍କ କାର୍ଯ୍ୟାଳୟର ମୁଖ୍ୟ ଏଂନ୍ଦ୍ରି ୟରମକ କହିଛନ୍ତି ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ସମ୍ପୂର୍ଣ୍ଣ ଅଞ୍ଚଳରେ ମୃତଦେହ ଏଣେତେଣେ ପଡିଛି ଜିିନିଷ ପତ୍ର ସବୁ ବର୍ଯ୍ୟବସ୍ତୁରେ ପରିଣତ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

ସମାଜବାଦୀ ପାର୍ଟି ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କଲେ ଅଖିଳେଶ, କହିଲେ ଦଳ ଆମର…

ଲକ୍ଷ୍ନୌ,୧୮।୬(ପି.ଟି.): ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏବେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି)ରେ ବଡ଼ ବିଭାଜନ ହେବାକୁ ଯାଉଥିବା ମନ୍ତ୍ରୀ ତଥା ସୁହେଲଦେବ…

‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ, ୧୮।୬(ପି.ଟି.): ପ୍ରତିରକ୍ଷା ଓ ସାମରିକ ରଣନୀତି କ୍ଷେତ୍ରରେ ଆମେରିକା ବଡ଼ ପଦକ୍ଷେପ ଗ୍ରହଣ କରିଛି। ୮ ବର୍ଷ ତଳର ଏକ ନିଷ୍ପତ୍ତିକୁ ବଦଳାଇ ଆମେରିକା ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri