ଦକ୍ଷିଣ ୟୁକ୍ରେନରେ ରୁଷିଆର ମିଶାଇଲ ମାଡ, ୩୦ ମୃତ, ୮୮ ଆହତ

କ୍ୱିଭ,୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ସେଠାକାର ଲୋକଙ୍କୁ ଭୟଭୀତ କରି ରଖିଛି । ଦୀଘ ପ୍ରାୟ ୭ ମାସ ହେବ ଚାଲିଥିବା ଏହି ଯୁଦ୍ଧରେ ବହୁ ଧନ ଜୀବନ ହାନୀ ହେଲାଣି । ଏବେ ୟୁକ୍ରେନର ଦକ୍ଷିଣରେ ସ୍ଥିତ ଏକ କାର ବଜାରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ କରାଯାଇଛି । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୮୮ ଆହତ ହୋଇଥିବା ସୂଚନା ମିଳିଛି । ଜପୋରିଝଆର ଗଭର୍ନର ଆଲେକଜ୍ୟାଣ୍ଡର ସ୍ତାରୁଖ କହିଛନ୍ତି ଏହି ମିଶାଇଲ ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ କଂକ୍ରିଟ ସଡ଼କ ଉପରେ କିଛି ଫୁଟର ଗାତ ସୃଷ୍ଟି ହୋଇଛି ଓ ବିସ୍ଫୋରଣର ପ୍ରଥମ ଝଟ୍‌କାରେ କାରର ଡୋର ସବୁ ଖୋଲି ବାହାରି ଯାଇଥିଲା ।
ଉକ୍ତ ଅଞ୍ଚଳର ପୋଲିସ ମୁଖ୍ୟ କର୍ନଲ ସର୍ଗେଇ ଉଜରୁମୋବ କହିଛନ୍ତି, କାର ବଜାରକୁ ରୁଷିଆ ତିନୋଟି ଏସ-୩୦୦ ମିଶାଇଲ ଦ୍ୱାରା ଟାର୍ଗେଟ କରିଥିଲା । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି, ଶତ୍ରୁ ଉଗ୍ର ଅଛି ଓ ଆମ ଦୃଢତା ଓ ସଫଳତା ପରେ ଏହାର ପ୍ରତିଶୋଧ ନେଉଛି । ଜେଲେନସ୍କିଙ୍କ କାର୍ଯ୍ୟାଳୟର ମୁଖ୍ୟ ଏଂନ୍ଦ୍ରି ୟରମକ କହିଛନ୍ତି ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ସମ୍ପୂର୍ଣ୍ଣ ଅଞ୍ଚଳରେ ମୃତଦେହ ଏଣେତେଣେ ପଡିଛି ଜିିନିଷ ପତ୍ର ସବୁ ବର୍ଯ୍ୟବସ୍ତୁରେ ପରିଣତ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୫ା୭(ଏଏଫ୍‌ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ...

ମସ୍କଭାର ପ୍ରତିଶୋଧ ନେଲା ରୁଷିଆ

ମସ୍କୋ,୧୫।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୀଷଣ ଯୁଦ୍ଧ ୫୧ଦିନରେ ପହଞ୍ଚିଛି। ରୁଷିଆ ସୈନ୍ୟ ଲଗାତର ଭାବେ ୟୁକ୍ରେନ ଉପରେ ଭୟଙ୍କର ଗୁଳିମାଡ଼...

ଭାରତର ସହାୟତା ଲୋଡିଲେ ବିକ୍ରମସିଙ୍ଘେ…

କଲମ୍ବୋ,୭।୧ : ଶ୍ରୀଲଙ୍କାର ଋଣ ପୁନର୍ଗଠନ ଅନୁରୋଧ ଉପରେ ଭାରତର ପ୍ରତିକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆଶା କରାଯାଉଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ...

ସିଡ୍‌ନୀରେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା

ସିଡନୀ,୧ ।୩: ଅଷ୍ଟ୍ରେଲିଆର ସିଡନୀରେ ସେଠାକାର ପୋଲିସ ଜଣେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ସିଡନୀର ଏକ ରେଲୱେ...

ଚାଇନାରେ ପ୍ରବଳ ବନ୍ୟା: ୧୦ ମୃତ, ୩ ନିଖୋଜ

ବେଜିଂ,୯ା୬: କେନ୍ଦ୍ରୀୟ ଚାଇନାର ହୁନାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍‌ରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି।...

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି...

ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ...

ଟିକା ନେଲେ ପ୍ରଥମ ଓଡ଼ିଆ

ଲଣ୍ଡନ, ୧୦ା୧୨: ବ୍ରିଟେନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର ପ୍ରଥମ ଓଡ଼ିଆ ଭାବେ କରୋନା ଟିକା ନେଇଛନ୍ତି। ମଙ୍ଗଳବାରଠାରୁ ବ୍ରିଟେନରେ ଫାଇଜର ଟିକାକରଣ...

Advertisement
Archives

Model This Week