Advertisement

ରୁଷିଆ ଉପରେ କମିବ ପାଶ୍ଚାତ୍ୟର ନିର୍ଭରଶୀଳତା

ବ୍ରସେଲ୍ସ,୨୬ା୩: ରୁଷିଆ ଉପରେ ଶକ୍ତି କ୍ଷେତ୍ରରେ ପାଶ୍ଚାତ୍ୟର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଶୁକ୍ରବାର ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ସହଭାଗିତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ଉଭୟ ପକ୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍‌ ଡିଲ୍‌ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ୟୁରୋପକୁ ଚଳିତବର୍ଷ ୧୫ ବିଲିୟନ୍‌ କ୍ୟୁବିକ୍‌ ମିଟର ଲିକ୍ୱିଫାଏଡ୍‌ ନାଚୁରାଲ ଗ୍ୟାସ୍‌ ରପ୍ତାନି ବଢ଼ାଇବେ। ଏପରି କି ଆବଶ୍ୟକ ହେଲେ ଭବିଷ୍ୟତରେ ଅଧିକ ଗ୍ୟାସ୍‌ ଯୋଗାଇ ଦିଆଯାଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୂରିବା ପରିପ୍ରେକ୍ଷୀରେ ମସ୍କୋକୁ ଏକଘରିକିଆ କରିବା ପାଇଁ ଏହି ପଦକ୍ଷେପକୁ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି।
ସଂଘ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଗୃହଗୁଡ଼ିକୁ ଉଷୁମ ରଖିବା ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଗ୍ୟାସ୍‌ ଚାହିଦାର ପ୍ରାୟ ୪୦% ରୁଷିଆ ପୂରଣ କରିଥାଏ। ଏଥିରୁ ମିଳୁଥିବା ଅର୍ଥ ମସ୍କୋ ପାଇଁ ଆୟର ଏକ ବଡ଼ ଉତ୍ସ। ଏପରି ସ୍ଥଳେ ୟୁକ୍ରେନ୍‌ ଆକ୍ରମଣର ଜବାବ ଦେବା ପାଇଁ ରୁଷିଆଠାରୁ ଗ୍ୟାସ୍‌ ଆମଦାନୀ ହ୍ରାସ କରିବ ବୋଲି ୨୭ ରାଷ୍ଟ୍ରକୁ ନେଇ ଗଠିତ ଏହି ବ୍ଲକ୍‌ ପୂର୍ବରୁ ଘୋଷଣା କରିସାରିଛି। ଆମେରିକାର ଯୋଜନା ମୁତାବକ ୟୁରୋପୀୟ ସଂଘକୁ ଅତିରିକ୍ତ ଗ୍ୟାସ୍‌ ଯୋଗାଇଦିଆଯିବ, ଯାହାକି ରୁଷିଆଠାରୁ ମିଳୁଥିବା ଗ୍ୟାସ୍‌ର ପ୍ରାୟ ୧୦%। ତେବେ ଇୟୁକୁ ବାର୍ଷିକ ପ୍ରାୟ ୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର ପର୍ଯ୍ୟନ୍ତ ଗ୍ୟାସ୍‌ ଯୋଗାଇବା ପାଇଁ ଆମେରିକା ଲକ୍ଷ୍ୟ ରଖିଛି। ରୁଷିଆ ଉପରେ ନିର୍ଭରଶୀଳତା ହ୍ରାସ କରିବାର ତାତ୍ପର୍ଯ୍ୟ ହେଉଛି ଅଧିକ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ଶକ୍ତି ଦକ୍ଷତାରେ ଉନ୍ନତି ଆଣିବା। ୩ ଦିନିଆ ବ୍ରସେଲ୍ସ ଗସ୍ତରେ ଥିବା ବାଇଡେନ୍‌ ଏବଂ ୟୁରୋପୀୟ କମିଶନ ପ୍ରେସିଡେଣ୍ଟ ଉସୁଲା ଭୋନ୍‌ ଡେର ଲେୟେନ୍‌ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌କୁ ଅତିରିକ୍ତ ସହାୟତା ଦେବା ନେଇ ଆଲୋଚନା କରିଛନ୍ତି। ଖବରଦାତା ସମ୍ମିଳନୀରେ ବାଇଡେନ୍‌ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଦାଉ ସାଧିବା ପାଇଁ ଏନର୍ଜି ଉତ୍ସକୁ ଅସ୍ତ୍ର କରୁଛନ୍ତି। ଏନର୍ଜି ବିକ୍ରି କରି ଏଥିରୁ ମିଳୁଥିବା ଲାଭକୁ ସେ ନିଜ ଯୁଦ୍ଧ ମେଶିନର ଇନ୍ଧନ ଭାବେ ବ୍ୟବହାର କରୁଛନ୍ତି। ରୁଷିଆର ଗ୍ୟାସ୍‌ ଯୋଗାଣ ହ୍ରାସଜନିତ ସାମୟିକ କଷ୍ଟକୁ ଆମେରିକା-ଇୟୁ ଡିଲ୍‌ରୁ ମିଳିବାକୁ ଥିବା ଦୀର୍ଘମିଆଦୀ ଲାଭ ଲାଘବ କରିବ। ସେହିପରି ଇୟୁ ପ୍ରେସିଡେଣ୍ଟ ଭୋନ୍‌ ଡେର ଲେୟେନ୍‌ କହିଛନ୍ତି, ୟୁରୋପୀୟ ହିସାବରେ ଆମେ ରୁଷିଆଠାରୁ ଦୂରେଇଯାଇ ନିଜ ବନ୍ଧୁ ଓ ବିଶ୍ୱସ୍ତରାଷ୍ଟ୍ରଗୁଡ଼ିକଠାରୁ ଗ୍ୟାସ୍‌ ନେବାକୁ ପସନ୍ଦ କରିବୁ। ରୁଷିଆ ଯୋଗାଇଦେଉଥିବା ଗ୍ୟାସ୍‌ର ଏକତୃତୀୟାଂଶ ଚାହିଦାକୁ ବାର୍ଷିକ ୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର ଟାର୍ଗେଟ ପୂରଣ କରିବ। ତେଣୁ ଆମେ ଏବେ ଠିକ୍‌ ବାଟରେ ଯାଉଛୁ। ପ୍ରକାଶ ଯେ, ୟୁକ୍ରେନ୍‌ ଆକ୍ରମଣକୁ ନେଇ କ୍ଷୁବ୍ଧ ଆମେରିକା ସମସ୍ତ ରୁଷୀୟ ତୈଳ ଓ ଗ୍ୟାସ୍‌ ଆମଦାନୀ ଉପରେ କଟକଣା ଲଗାଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ଇମ୍ପୋର୍ଟ ବନ୍ଦ କରିବାକୁ ବ୍ରିଟେନ ନିଷ୍ପତ୍ତି ନେଇଛି। ସେହିପରି ୨୦୩୦ ପୂର୍ବରୁ ରୁଷୀୟ ଏନର୍ଜିଠାରୁ ୟୁରୋପକୁ ମୁକ୍ତ କରିବା ପାଇଁ ବିକଳ୍ପ ଯୋଗାଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ଇୟୁ ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିମ୍‌ ପୁଣି କଲେ ଆଣବିକ ପରୀକ୍ଷଣ…

ସିଓଲ, ୭।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆଣବିକ ନିରସ୍ତ୍ରିକରଣ ଚୁକ୍ତିକୁ ବେଖାତିର କରି ପୁଣି ସମୁଦ୍ରରରେ ଏକ ଅଜ୍ଞାତ...

ଟ୍ରମ୍ପ ହାରିବା ନିଶ୍ଚିତ: ସ୍ୱାସ୍ଥ୍ୟ-ଅର୍ଥବ୍ୟବସ୍ଥା ଉପରେ କାମ ଆରମ୍ଭ କଲେ ବାଇଡେନ!

ୱାଶିଂଟନ,୭ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପରେ ବି ଫଳାଫଳ ସ୍ପଷ୍ଟ ହୋଇ ପାରିନାହିଁ । ଭୋଟ ଗଣନା ବେଳେ ଡେମୋକ୍ରେଟ୍ ପ୍ରାର୍ଥୀ...

ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ...

ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି...

ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି।...

ଅଷ୍ଟ୍ରେଲିଆରେ ଭୂକମ୍ପ

କାନ୍‌ବେରା,୧୪।୭: ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳ ରିସୋର୍ଟ ଟାଉନ୍‌ ବ୍ରୁମ୍‌ଠାରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ଆମେରିକା...

ଶରଣାର୍ଥୀଙ୍କୁ ଘାରିଛି ଶରଣ ଚିନ୍ତା…

କାବୁଲ,୧୯।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନଙ୍କ ପ୍ରବେଶକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତାଲିବାନର କଡା ନିୟମ ଏବଂ ଦଣ୍ଡରୁ ରକ୍ଷା ପାଇବା...

ଛାତ୍ରୀଙ୍କୁ ସ୍କୁଲ ଆସିବା ମନା

ଇସ୍ତାନବୁଲ୍‌, ୧୮।୯: ଆଫଗାନିସ୍ତାନରେ ଶନିବାରଠାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ କେବଳ ଛାତ୍ର ଏବଂ ପୁରୁଷ ଶିକ୍ଷକମାନଙ୍କୁ ସ୍କୁଲ...

Advertisement
Archives

Model This Week