ରୁଷିଆର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ: ଦେଖାଯାଉଛି ୧୪୪ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା!

ମସ୍କୋ,୧୩।୮: ରୁଷିଆ ପ୍ରଥମ କରି କରୋନା ମହାମାରୀର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ସତ। ଏମିତିକି କିଛି ଦେଶ ମଧ୍ୟ ଏହାକୁ କ୍ରୟ କରିବାକୁ ଅର୍ଡର ଦେଇ ସାରିଲେଣି। କିନ୍ତୁ ଏବେବି ଏହି ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠୁଛି। ରେଜିଷ୍ଟ୍ରେଶନ ସମୟରେ ରୁଷିଆ ସରକାର ଯେଉଁ ତଥ୍ୟ ଦେଇଛନ୍ତି ସେହି ଅନୁଯାୟୀ ଟିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଭ୍ୟାକ୍ସିନ କେତେ ସୁରକ୍ଷିତ ତା’ର କ୍ଲିନିକାଲ ଷ୍ଟଡି ହୋଇ ନ ଥିବା ଜଣାପଡିଛି। ତେଣୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସମେତ ବୈଜ୍ଞାନିକମାନେ ସ୍ପୁଟନିକ-ଭି ଟିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ଟ୍ରାଏଲ ଭାବେ ୪୨ ଦିନରେ ୩୮ ସ୍ବେଚ୍ଛାସେବୀଙ୍କୁ ଏହା ଦିଆଯାଇଛି। ଏହାସହ ଟ୍ରାଏଲର ତୃତୀୟ ପର୍ଯ୍ୟାୟର କୌଣସି ତଥ୍ୟ ରୁଷିଆ ଦେବାକୁ ରାଜି ନୁହେଁ। ଏହାକୁ ନେଇ ରୁଷିଆ ସରକାର କହିଛନ୍ତି ଭ୍ୟାକ୍ସିନ ନେବା ପରେ କେବଳ ସାମାନ୍ୟ ଜ୍ୱର ଆସିଥାଏ। ହେଲେ ଡବ୍ଲୁଏଚ୍‌ଓ କହିଛି ରୁଷିଆର ତଥ୍ୟା ଅନୁଯାୟୀ, ଯେଉଁ ୩୮ ସ୍ବେସ୍ଥାସେବୀଙ୍କୁ ଏହା ଦିଆଯାଇଛି ତାଙ୍କ ନିକଟରେ ୧୪୪ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି। ତେବେ ଟ୍ରାଏଲର ୪୨ ଦିନରେ ୩୮ରୁ ୩୧ ଜଣଙ୍କ ମଧ୍ୟରେ ଯେଉଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି ସେଥିରେ ସେମାନେ ବ୍ୟସ୍ତ ହୋଇପଡିଛନ୍ତି ବୋଲି କୁହାଯାଉଛି। ଏଭଳି ସମସ୍ୟାକୁ ଦେଖିବା ପରେ ଏବେ ରୁଷିଆର ପ୍ରଥମ କରୋନା ମାହାମାରୀ ଟିକାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଡୋଜ୍‌ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହେଲେ ବ୍ରିଟେନ ରାଣୀ

ଲଣ୍ଡନ,୨୦।୨: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାର ଶିକାର ହୋଇଛନ୍ତି। ଏନେଇ ରବିବାର ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀ...

ପ୍ରଥମେ ଚାଇନାରେ କେମିତି ବ୍ୟାପିଥିଲା କରୋନା, ଡବ୍ଲୁଏଚ୍‌ଓ ଯାଞ୍ଚ୍‌ ପୂର୍ବରୁ ହେଲା ଖୁଲାସା

ବେଜିଂ,୫।୭: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ୨୧୩ଟି ଏବେ କାୟା ବିସ୍ତାର କରିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ୭ ବର୍ଷ ପୂର୍ବେ...

ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା: ମୃତକଙ୍କ ସଂଖ୍ୟା ଟପିଲା ୧୧ ଶହ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଥିବା ରାଜ୍ୟ...

କେବଳ ବାହାରେ ନୁହେଁ, ଘରେ ବି ରଖନ୍ତୁ ସାମାଜିକ ଦୂରତ୍ୱ: ଉନ୍ନୟନ କମିଶନର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା...

ପାକିସ୍ତାନକୁ ବନ୍ଧୁ ମାଲେସିଆର ଝଟକା: ଟଙ୍କା ନଦେବା ଯୋଗୁ ଜବତ କରିନେଲା ବିମାନ

କୁଆଲାଲମ୍ପୁର,୧୫।୧: ବନ୍ଧୁ ମାଲେସିଆ ଦ୍ୱାରା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ମାଲେସିଆ କର୍ତ୍ତୃପକ୍ଷ ଶୁକ୍ରବାର କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରିଛନ୍ତି।...

ଏଜ୍‌ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟର

ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍‌ବାଷ୍ଟନ ଷ୍ଟାଡିୟମ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍‌ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି।...

ଓମିକ୍ରନ୍ ଆତଙ୍କ: ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ,୧୬ ।୧୨: ଓମିକ୍ରନ୍ ବେଳକୁ ବେଳ ଦେଶରେ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ କୌଣସି ନା କୌଣସି ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ...

ଘାରିଲା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କୋରାନାର ଦ୍ୱିତୀୟ ଲହର ହନ୍ତସନ୍ତ କରୁଥିବା ବେଳେ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢ଼ାଇ ଦେଇଛି। କୋରାନାରୁ ସୁସ୍ଥ ହେଉଥିବା କେତେଜଣ...

Advertisement
Archives

Model This Week