ରୁଷିଆ ସେନାଙ୍କ ତାଣ୍ଡବ: କ୍ୱିଭରୁ ମିଳିଲା ୪୧୦ ମୃତଦେହ, ଜେଲେନସ୍କି କହିଲେ ନରସଂହାର

କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ ସେନା । ଫଳରେ ସହର ଛାଡି ଚାଲଇ ଆସିବା ସମୟରେ ସେଠାରେ ତାଣ୍ଡବ ରଚିଛି ରୁଷିଆ ସେନା । ଏବେ ୟୁକ୍ରେନ୍ ଦାବି କରିଛି ଯେ କ୍ୱିଭ ନିକଟରେ ରୁଷିଆ ସେନାର ଆକ୍ରମଣରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ଏଠାରୁ ୪୧୦ ମୃତଦେହ ମିଳିବା ସମସ୍ତଙ୍କୁ ଚକିତ କରିବା ସହ ରୁଷିଆ ସେନାର ବର୍ବରତାକୁ ସାମ୍ନାକୁ ଆଣିଛି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ବୁଚାରେ ସାମୁହିକ କବର ମିଳିବା ପରେ ରୁଷିଆ ‘ଯୁଦ୍ଧ ଅପରାଧ’ଶେଷ କରିବାକୁ ଆହ୍ୱାନ ଦେଇଛି । ଏପଟେ ମିଳିତ ଜାତିସଂଘର ମହାସଚିବ ଏନ୍ତୋସିୟୋ ଗୁତାରେସ କହିଛନ୍ତି ୟୁକ୍ରେନ ରାଜଧାନୀ କ୍ୱିଭ୍ ନିକଟରେ ଥିବା ବୁଚା ସହରରେ ମୃତ ନାଗରିକଙ୍କ ଦୃଶ୍ୟ ମନକୁ ବିଚଳିତ କରିଛି । ଏହା ମୋତେ ଖୁବ୍ କଷ୍ଟ ଦେଇଛି । ଏହାର ସ୍ୱତନ୍ତ୍ର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । ୟୁକ୍ରେନ୍ ଦାବି କରିଛି କି ୪୧୦ ମୃତଦେହ କ୍ୱିଭର କିଛି ଅଞ୍ଚଳରୁ ଜବତ କରାଯାଇଛି । ଯେଉଁଠାରୁ ରୁଷିଆ ସେନାଙ୍କୁ ଫେରାଣ ନିଆଯାଉଛି । ଏପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ବୁଚା ସହରରେ ଯେଉଁ ସାଧାରଣ ନାଗରିକଙ୍କ ମୃତ ଶରୀର ମିଳିଛି ସେଥିପାଇଁ ରୁଷିଆ ସେନା ଦାୟି ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ ବଞ୍ଚାଇବାକୁ ଭାରତଠାରୁ ସାହାଯ୍ୟ ମାଗୁଛନ୍ତି ଇମ୍ରାନ: ବିଲାୱଲ

ଇସଲାମାବାଦ,୨ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ଥମିବାର ନାଁ ନେଉନି । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ...

୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ...

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ: ଲେଡି ଗାଗା ଗାଇବେ ଜାତୀୟ ସଙ୍ଗୀତ

ନ୍ୟୁୟର୍କ,୧୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁଆରୀ ୨୦ରେ ଶପଥ ନେବେ। ସୁପରଷ୍ଟାର ଆମେରିକୀୟ ଗାୟିକା ଲେଡି ଗାଗା ଶପଥ ଗ୍ରହଣ ସମାରୋହରେ...

ରେକର୍ଡ ଭାଙ୍ଗିଲା ଆମେରିକା: ୧୨୦ ବର୍ଷ ମଧ୍ୟରେ ହୋଇଛି ସର୍ବାଧିକ ମତଦାନ

ୱାଶିଂଟନ,୫ ।୧୧: ଏଥର ଆମେରିକାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତିକି ଗତ ୧୨୦ ବର୍ଷର ରେକର୍ଡକୁ...

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ...

ପ୍ରଥମଥର ଲାଗି ଟୋକିଓରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ

ଟୋକିଓ,୫ ।୮: ଜାପାନର ରାଜଧାନୀ ଟୋକିଓ ଏବେ ଖୁବ୍ ଚର୍ଚ୍ଚାରେ । ସେଠି ଅନୁଷ୍ଠିତ ହେଉଛି ଅଲିମ୍ପିକ୍ସ ୨୦୨୦ । ଗୋଟିଏ ପଟେ କରୋନା ଭୟକୁ...

ବାଇଡେନ୍‌ଙ୍କୁ ପୁଟିନ୍‌ଙ୍କ ଧମକ, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଦେଲେ ପରିଣତି ହେବ ଭୟଙ୍କର…

ମସ୍କୋ/ଓ୍ବାଶିଂଟନ, ୧୩।୩ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ଙ୍କ ପ୍ରଶାସନକୁ ଧମକ ଦେଇଛନ୍ତି। ୟୁକ୍ରେନ୍‌କ ଅସ୍ତ୍ରଶସ୍ତ୍ର ଯୋଗାଇଲେ ପରିଣତି ଭୟଙ୍କର...

ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ...

Advertisement
Archives

Model This Week