Posted inଫୁରସତ

ଭାରତୀୟ ସ୍ବାମୀ ଖୋଜୁଛନ୍ତି ରୁଷୀୟ ଇନ୍‌ଫ୍ଲୁଏନ୍ସର

ନୂଆଦିଲ୍ଲୀ: ସମ୍ପ୍ରତି ସୋସିଆଲ ମିଡିଆରେ ଭିଡିଓ ହେଉ ଅବା ରିଲ୍ସ କୌଣସି ମଧ୍ୟ କଣ୍ଟେଣ୍ଟ୍‌ ଦ୍ରୁତ ଗତିରେ ଭାଇରାଲ ହେଉଛି। ବିଭିନ୍ନ ସୋସିଆଲ ମିଡିଆରେ କଣ୍ଟେଣ୍ଟ୍‌ କ୍ରିଏଟରମାନେ ମଧ୍ୟ ଏପରି ଭିଡିଓ ଅପଲୋଡ୍‌ କରୁଛନ୍ତି ଯାହାକୁ ୟୁଜର୍ସମାନେ ବେଶ୍‌ ପସନ୍ଦ କରୁଛନ୍ତି। ତେବେ ଏହି କଣ୍ଟେଣ୍ଟ୍‌ କ୍ରିଏଟରଙ୍କ ତାଲିକାରେ କେବଳ ଭାରତୀୟ ନୁହେଁ, ବିଦେଶୀ ମଧ୍ୟ ସେମାନଙ୍କ ଜଲୱା ଦେଖାଉଛନ୍ତି। ସମ୍ପ୍ରତି ଜଣେ ରୁଷୀୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଇନଫ୍ଲୁଏନ୍ସର ଜଣକ ଖୁବ୍‌ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ସ୍ଥିର କରିଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ମସ୍କୋର ଦିନାରା ନାମ୍ନୀ ଏହି ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିକଟରେ ଭାରତ ଗସ୍ତରେ ଆସିଛନ୍ତି। ସେ ଏକ ମଲ୍‌ରେ ବିବାହ କରିବାକୁ ଜଣେ ଭାରତୀୟଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ଏନେଇ ଏକ ଭିଡିଓରେ ଦିନାରା ନାଲି ରଙ୍ଗର ଶାଢ଼ି ପିନ୍ଧି କୌଣସି ଭାରତୀୟ ଶପିଂ ମଲ୍‌ରେ ଠିଆ ହୋଇଛନ୍ତି। ସେ ତାଙ୍କ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି, ଯେଉଁଥିରେ ତାଙ୍କୁ ଜଣେ ଭାରତୀୟ ସ୍ବାମୀ ଦରକାର ଥିବା ଲେଖାହୋଇଛି। ଏହି ପ୍ଲାକାର୍ଡରେ ଦିନାରାଙ୍କ ଇନ୍‌ଷ୍ଟାଗ୍ରାମ ଆଇଡିର କ୍ୟୁ ଆର୍‌ କୋଡ୍‌ ମଧ୍ୟ ରହିଛି। ପ୍ଲାକାର୍ଡରେ ଲେଖା ହୋଇଛି, ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏହି କ୍ୟୁଆର୍‌ କୋଡ୍‌ ସାହାଯ୍ୟରେ ତାଙ୍କୁ ଡିଏମ୍‌ କରନ୍ତୁ। ଦିନାରା ଇନ୍‌ଷ୍ଟାଗ୍ରାମରେ ଏନେଇ ଏକ ରିଲ୍ସ ପୋଷ୍ଟ କରିଛନ୍ତି। ଏହାସହ ତାଙ୍କ ପାଇଁ ଜଣେ ଭାରତୀୟ ସ୍ବାମୀ ଖୋଜିବାରେ ସାହାଯ୍ୟ କରିବାକୁ, ଏହି ପୋଷ୍ଟ’ର କ୍ୟାପଶନ ଯୋଗେ ସେ ତାଙ୍କ ଫଲୋଅର୍ସଙ୍କୁ ନିବେଦନ କରିଛନ୍ତି। ଏହି ଭିଡିଓ ଏବେ ଇନ୍‌ଷ୍ଟାଗ୍ରାମରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ତାଙ୍କର ଏହି ଭିଡିଓ ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି। ଦିନାରଙ୍କ ଏହି ପୋଷ୍ଟ ଦେଖି ଅନେକ ସଂଖ୍ୟାରେ ଭାରତୀୟ ୟୁଜର୍ସ କମେଣ୍ଟ କରି ତାଙ୍କୁ ବିବାହ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କେଲ ସେତୁ ତୁରନ୍ତ ନିର୍ମାଣ କର ସରକାରଙ୍କୁ ପିସିସି ସଭାପତିଙ୍କ ଚେତାବନୀ

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓ ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ।…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ନେଟ୍‌ଓ୍ବର୍କ: ସାଂଘାତିକ ଖୁଲାସା, ୩ ରାଜ୍ୟରୁ…

ନୂଆଦିଲ୍ଲୀ,୧୩ା୫:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏକ ବଡ଼ ଅଗ୍ରଗତି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ନାସିକ୍‌ରୁ ଡେରାଡୁନ୍‌ ଏବଂ ରାଜଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକଙ୍କୁ…

ପାଡୁଆ ରାଜୀବଗାନ୍ଧୀ ସେବାକେନ୍ଦ୍ର, ୫ ଦୋକାନ ଗୃହ ଭାଙ୍ଗିବା ଘଟଣା ପଡ଼ିରହିଛି ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ

ନନ୍ଦପୁର/ପାଡୁଆ,୧୩ା୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଓ ୫ ଦୋକାନ ଗୃହ ବେସରକାରୀ ଜମିରେ ସରକାରୀ ଅର୍ଥରେ…

କୋରାପୁଟ ବସ୍‌ଷ୍ଟାଣ୍ଡ ପାଲଟିଛି ଅସାମାଜିକ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

କୋରାପୁଟ,୧୩।୫(ଅମିତାଭ ବେହେରା)-କୋରାପୁଟ ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବସ୍‌ଷ୍ଟାଣ୍ଡରେ ଅସାମାଜିକ ତତ୍ତ୍ୱ ଓ ପକେଟ୍‌ମାରଙ୍କ ପ୍ରାର୍ଦୁଭାବ ବଢ଼ିଥିବା…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ସୁନା-ରୁପାକୁ ନେଇ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା: ମୋଦିଙ୍କ ଅପିଲ ପରେ…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ଏହି ସମୟରେ ଏକ…

ସୌମ୍ୟ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ଘଟଣା ଦିନ ନେଇଥିଲେ…

ଭୁବନେଶ୍ୱର,୧୩।୫(ତ୍ରିନାଥ ମହାନ୍ତି):ଯୁବତୀଙ୍କୁ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରିଥିବା ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଉପରଠାଉରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri