ଆଜି ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ, ୩୧ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଭିତରେ ବିଶ୍ୱରେ ନୂଆ ଓ୍ବାଲର୍‌ଡ ଅର୍ଡର (ବିଶ୍ୱର ଘଟଣାବଳୀକୁ ନିୟନ୍ତ୍ରଣ କରୁଥିବା ଏକ ବ୍ୟବସ୍ଥା ଯାହାକି ବୈଶ୍ୱିକ ସ୍ଥିରତା ପାଇଁ ପ୍ରତିଷ୍ଠିତ) ସୃଷ୍ଟି ହେଉଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ରୁଷିଆ ଓ ଚାଇନା ଏହି ଭିଜନ୍‌କୁ ଆଗକୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ ପରଠାରୁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ ବୁଧବାର ଚାଇନାରେ ପହଞ୍ଚିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ଚାଇନା ଆୟୋଜନ କରିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ବୈଠକରେ ଲାଭ୍ରୋଭ୍‌ଙ୍କ ସମେତ ପାକିସ୍ତାନ, ଇରାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ପ୍ରତିନିଧି ସାମିଲ ହୋଇଛନ୍ତି। ଏଥିରେ ତାଲିବାନ୍‌ ସରକାର ଅଧୀନରେ ଆଫଗାନିସ୍ତାନରେ ସ୍ଥିରତା ଓ ଆର୍ଥିକ ପ୍ରଗତି ଉପରେ ବେଜିଂ ଗୁରୁତ୍ୱ ଦେଇଛି। ଚାଇନା ଓ ରୁଷିଆ ଏକ ନିରପେକ୍ଷ ବିଶ୍ୱ ବ୍ୟବସ୍ଥା ଆଡ଼କୁ ଗତି କରୁଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କ ଇତିହାସରେ ଦୁନିଆ ଆହ୍ବାନପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି। ଏହି ସମ୍ପର୍କ ପୁନଃନିର୍ମାଣ ଦିଗରେ ସହଯୋଗୀମାନଙ୍କ ସହ ବହୁମୁଖୀ, ନ୍ୟାୟସଙ୍ଗତ, ଗଣତାନ୍ତ୍ରିକ ବିଶ୍ୱ ବ୍ୟବସ୍ଥା ପାଇଁ କାମ କରିବୁ ବୋଲି ଲାଭ୍ରୋଭ୍‌ କହିଛନ୍ତି। ଚାଇନା ପରେ ଲାଭ୍ରୋଭ୍‌ ମାର୍ଚ୍ଚ ୩୧ ଓ ଏପ୍ରିଲ ୧ରେ ଦୁଇଦିନିଆ ଭାରତ ଗସ୍ତ କରିବେ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି।…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

ପୁଣି ପାକିସ୍ତାନରେ ପହଞ୍ଚିଲା ଆମେରିକାର ବିମାନ, ଇସଲାମାବାଦରେ ହଲଚଲ୍

ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାରି ଭିତରେ ଆମେରିକୀୟ ସାମରିକ ବିମାନ ପାକିସ୍ତାନରେ ପହଞ୍ଚିଛି। ଏହି…

ଭାଜପାର ଫୋକସ୍‌ରେ ପଞ୍ଚାୟତ, ପୌର ନିର୍ୱାଚନ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତା ମା’ ଅଞ୍ଚଳେଶ୍ୱରୀ ମନ୍ଦିର ପରିସରରେ ରବିବାର ଭାଜପା ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ…

୧୦ ଟଙ୍କା ନିଅ ଝାଲମୁଢ଼ି ଦିଅ… ଦିଦିଙ୍କ ଗଡ଼ରେ ମଜା ନେଲେ ମୋଦି

କୋଲକାତା,୧୯ା୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପ୍ରଚାର ସମୟରେ ସେ ପାରମ୍ପରିକ ବଙ୍ଗାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri