ଆଜି ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ, ୩୧ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଭିତରେ ବିଶ୍ୱରେ ନୂଆ ଓ୍ବାଲର୍‌ଡ ଅର୍ଡର (ବିଶ୍ୱର ଘଟଣାବଳୀକୁ ନିୟନ୍ତ୍ରଣ କରୁଥିବା ଏକ ବ୍ୟବସ୍ଥା ଯାହାକି ବୈଶ୍ୱିକ ସ୍ଥିରତା ପାଇଁ ପ୍ରତିଷ୍ଠିତ) ସୃଷ୍ଟି ହେଉଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ରୁଷିଆ ଓ ଚାଇନା ଏହି ଭିଜନ୍‌କୁ ଆଗକୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ ପରଠାରୁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ ବୁଧବାର ଚାଇନାରେ ପହଞ୍ଚିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ଚାଇନା ଆୟୋଜନ କରିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ବୈଠକରେ ଲାଭ୍ରୋଭ୍‌ଙ୍କ ସମେତ ପାକିସ୍ତାନ, ଇରାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ପ୍ରତିନିଧି ସାମିଲ ହୋଇଛନ୍ତି। ଏଥିରେ ତାଲିବାନ୍‌ ସରକାର ଅଧୀନରେ ଆଫଗାନିସ୍ତାନରେ ସ୍ଥିରତା ଓ ଆର୍ଥିକ ପ୍ରଗତି ଉପରେ ବେଜିଂ ଗୁରୁତ୍ୱ ଦେଇଛି। ଚାଇନା ଓ ରୁଷିଆ ଏକ ନିରପେକ୍ଷ ବିଶ୍ୱ ବ୍ୟବସ୍ଥା ଆଡ଼କୁ ଗତି କରୁଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କ ଇତିହାସରେ ଦୁନିଆ ଆହ୍ବାନପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି। ଏହି ସମ୍ପର୍କ ପୁନଃନିର୍ମାଣ ଦିଗରେ ସହଯୋଗୀମାନଙ୍କ ସହ ବହୁମୁଖୀ, ନ୍ୟାୟସଙ୍ଗତ, ଗଣତାନ୍ତ୍ରିକ ବିଶ୍ୱ ବ୍ୟବସ୍ଥା ପାଇଁ କାମ କରିବୁ ବୋଲି ଲାଭ୍ରୋଭ୍‌ କହିଛନ୍ତି। ଚାଇନା ପରେ ଲାଭ୍ରୋଭ୍‌ ମାର୍ଚ୍ଚ ୩୧ ଓ ଏପ୍ରିଲ ୧ରେ ଦୁଇଦିନିଆ ଭାରତ ଗସ୍ତ କରିବେ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଯୁବତୀ ଖେଳିଲେ ହୋଲି

ଇସଲାମାବାଦ,୯ା୩: ଭାରତରେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଉତ୍ସବ ପାଳନ କରାଯାଏ। କିନ୍ତୁ କିଛି ସହରରେ ହୋଲି ଦୁଇ ଦିନ ପାଇଁ ପାଳନ କରାଯାଏ। ଆଜି ଅର୍ଥାତ୍‌...

ସେଲ୍ଫ ଆଇସୋଲେଶନରେ ରହି ସମସ୍ତଙ୍କୁ ଘରେ ରହିବାକୁ କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରାୟ ୩୦ ମିଲିୟନ...

ବହୁ ଭୋଟରଙ୍କୁ ମତଦାନର ସୁଯୋଗ ମିଳି ନଥିବା ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଡେଟ୍ରିୟରରେ ବାଲାଟ ପତ୍ରର ଅଭାବ ଯୋଗୁ ଅନେକ ଭୋଟରଙ୍କୁ ଭୋଟ ଦେଇ...

ଏସିଆର ମହଙ୍ଗା ଛାଡ଼ପତ୍ର: ରାତାରାତି କୋଟିପତି ପାଲଟିଲେ ମହିଳା

ବେଜିଂ, ୨।୬: ଏସିଆର ଏକ ମହଙ୍ଗା ଛାଡ଼ପତ୍ରରେ ଜଣେ ମହିଳା ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଚାଇନା ଶେଜ୍ନେନର କାଙ୍ଗଟଇ ବାୟୋଲୋଜିକାଲ ପ୍ରଡକ୍ଟର ଅଧ୍ୟକ୍ଷ ଡ୍ୟୁ...

ଭାକ୍ସିନ୍‌ ନ ନେଲେ ମୋବାଇଲ୍‌ ସିମ୍‌ କାର୍ଡ ହେବ ବ୍ଲକ୍‌, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…

କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...

ପୁଣି ପୃଥିବୀ ପାଇଁ ବିପଦ ଆଶଙ୍କା, ଚାଇନାରୁ ଠାବ ହେଲା ୧୮ ନୂଆ ଭାଇରସ୍‌

ବେଜିଂ, ୧୬ା୧୧: ଚାଇନା ଓ୍ବେଟମାର୍କେଟରୁ ଅନ୍ତର୍ଜାତୀୟ ଏକ ବୈଜ୍ଞାନିକ ଟିମ୍‌ ସ୍ତନ୍ୟପାୟୀ ଜୀବଙ୍କଠାରୁ ସୃଷ୍ଟ ୧୮ ନୂଆ ଭାଇରସ୍‌ ଠାବ କରିଛନ୍ତି। ଗୃହପାଳିତ ପ୍ରାଣୀ ଏବଂ...

ୟୁରୋପରେ ଷ୍ଟିଲଥ୍‌ ଓମିକ୍ରନ୍‌ ଆତଙ୍କ, ୪୦ରୁ ଅଧିକ ଦେଶକୁ ବ୍ୟାପିଲା…

ଓ୍ବାଶିଂଟନ, ୨୩।୧ : ଓମିକ୍ରନ୍‌ ପରେ ଏବେ ୟୁରୋପରେ ନୂଆ ଭାରିଆଣ୍ଟ୍‌ ଷ୍ଟିଲଥ୍‌ ଓମିକ୍ରନ୍‌ ( ବିଏ.୨)ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଷ୍ଟିଲଥ୍‌ ଓମିକ୍ରନ୍‌ ୪୦ରୁ...

ଥରିଲା ଆଫଗାନିସ୍ତାନ ଓ ତାଇଓ୍ବାନ

କାବୁଲ/ତାଇପେଇ,୮।୮: ଆଫଗାନିସ୍ତାନ ଓ ତାଇଓ୍ବାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ସକାଳ ୬ଟା ୧୫ରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର...

Advertisement
Archives

Model This Week