ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ

ଓ୍ବାର୍ସ,୧୦।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆକ୍ରୋଶ ଏବେ ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଯାହାର ଶୀକାର ଏବେ ରୁଷିଆ ରାଷ୍ଟ୍ରଦୂତଙ୍କୁ ହେବାକୁ ପଡ଼ୁଛି। ପୋଲାଣ୍ଡରେ ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ନାଲି ରଙ୍ଗରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ରୁଷିଆ ଭିକ୍ଟ୍ରି ଡେ ପାଳନ କରିଥିଲା। ଏହି ଅବସରରେ ରୁଷିଆ ରାଷ୍ଟ୍ରଦୂତ ସର୍ଗି ଆଣ୍ଡ୍ରିଭ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଶହୀଦ ହୋଇଥିବା ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ। ଏହି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରୁଥିବା ଲୋକମାନେ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିସହ ୟୁକ୍ରେନ୍‌ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ରାଷ୍ଟ୍ରଦୂତଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ପୋଲାଣ୍ଡ ସମାଲୋଚନାର ଶୀକାର ହୋଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା ଏହି ଆକ୍ରମଣକୁ ବିରୋଧ କରିଛନ୍ତି। ରୁଷିଆକୁ ଭୟଭୀତ କରିବା ପାଇଁ ଏଭଳି ଆକ୍ରମଣ ନିନ୍ଦନୀୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଅଫିସ୍‌ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ...

ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର...

ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର

କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ...

୧୧ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକଲା ଆଇଏସ୍‌

କାନୋ,୨୮ା୧୨: ଉତ୍ତର-ପୂର୍ବ ନାଇଜେରିଆରେ ଆଇଏସ୍‌ ଆତଙ୍କବାଦୀମାନେ ୧୧ ଜଣ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିଛନ୍ତି। ଆଖିରେ କଳାପଟି ବନ୍ଧାଯାଇଥିବା ଏହି ଖ୍ରୀଷ୍ଟିଆନ୍‌ମାନଙ୍କୁ ଏକ ଅଜଣା ଜାଗାକୁ ନେଇ...

ଡେଲ୍ଟା ଭାରିଏଣ୍ଟ କବଳରେ ଚାଇନା

ବେଜିଂ,୩୧ ।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ମହାମାରୀ ଏବେ...

ଅନୱର ଇବ୍ରାହିମ ହେଲେ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ

କ୍ୱାଲାଲାମ୍ପପୁର,୨୪।୧୧: ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଅନୱର ଇବ୍ରାହିମ। ଦେଶର ନଅ ରାଜ୍ୟର ରାଜାମାନଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ପରେ ଇବ୍ରାହିମଙ୍କ...

ଚାଇନାକୁ ଚେତାବନୀ ଦେଲା ପେଣ୍ଟାଗନ, ରୁଷିଆକୁ ସାହାଯ୍ୟ କଲେ ବିନାଶକାରୀ ହେବ ଫଳାଫଳ

ୱାଶିଂଟନ,୨ ।୩: ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗାନ କହିଛି, ସୂଚନା ମିଳିଛି କି ଚାଇନା ୟୁକ୍ରେନ ବିରୋଧ ଯୁଦ୍ଧରେ ରୁଷିଆକୁ ସହଯୋଗ କରିବାକୁ ବିଚାର କରୁଛି...

କରୋନା ଟିକା ନ ନେଲେ ହରାଇବାକୁ ପଡିବ ଚାକିରି

ଓଟାୱା,୯ ।୯: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏୟାର ଲାଇନ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । କମ୍ପାନୀ କହିଛି ଯେଉଁ କର୍ମଚାରୀମାନେ ଏପର୍ଯ୍ୟନ୍ତ କରୋନା...

Advertisement
Archives

Model This Week