ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ

କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ ପ୍ରବେଶ କରିଛି । ୟୁକ୍ରେନ ଦାବି କରିଛି ଏହି ସମୟ ମଧ୍ୟରେ ସେ ରୁଷିଆ ସେନାର ପ୍ରାୟ ୫୦ ଗୋଳା-ବାରୁଦ ଡିପୋକୁ ନଷ୍ଟ କରି ଦେଇଛି । ଆମେରିକା ନିକଟରୁ ମିଳିଥିବା ହିମାରସ ରକେଟ ସିଷ୍ଟମ ଜରିଆରେ ଏହି ଡିପୋକୁ ନଷ୍ଟ କରି ଦିଆଯାଇଛି । ଆମେରିକା ଜୁନ ମାସରେ ୟୁକ୍ରେନକୁ ଏହି ଅସ୍ତ୍ର ଦେଇଥିଲା । ଜାତୀୟ ଗଣମାଧ୍ୟମରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ କହିଛନ୍ତି, ଆମେରିକାରୁ ଆସିଥିବା ଉଚ୍ଚ ଗତିସମ୍ପନ୍ନ ଆର୍ଟିଲାରି ରକେଟ ସିଷ୍ଟମ ଏଚଆଇଏମଏଆରଏସ(ହିମାରସ) ଭଲ ପ୍ରଦର୍ଶନ କରିଛି ଓ ରୁଷିଆକୁ ରକ୍ଷା କରିବାର ସୁଯୋଗ ଦେଇନାହିଁ ।
ରୁଷିଆ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଟିପ୍ପଣି ଦେଇ ନାହିଁ । ରେଜନିକୋଭ କହିଛନ୍ତି, ୟୁକେନ ଆର୍ଟିଲରି କିଛି ପୋଲ ଉପରେ ସଠିକ ଆକ୍ରମଣ କରିଛି । ବନ୍ଧକ ଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି, ଗତ ସପ୍ତାହରେ ହିମାରସ ଖେରସାନ ଅଞ୍ଚଳରେ ନଦୀ ନିକଟରେ କିଛି ଆକ୍ରମଣ କରିଥିଲା । ଏହାରି ଭିତରେ ୟୁକ୍ରେନ ଏକ ଭିଡିଓ ବି ଜାରି କରିଛି । ଯେଉଁଥିରେ ରୁଷିଆ ଆଣ୍ଟି ଏୟାର ଡିଫେନ୍ସ ଏସ-୩୦୦ର ବ୍ୟାଟେରୀ ନଷ୍ଟ କରାଯାଇଥିବା ଦାବି କରାଯାଇଛି । ଭିଡିଓରେ ବି କିଛି ଜଳିଯାଇଥିବା ପୋଡା ଅଂଶ ଦେଖାଯାଉଛି । ୟୁକ୍ରେନ ସେନାର ଫେସବୁକ ପୋଷ୍ଟରେ ଦାବି କରାଯାଇଛି କି ଏହା ଆକାଶ ପଥରେ ଆକ୍ରମଣ କରିବା ମିଶାଇଲ ପ୍ରଣାଳୀର ବ୍ୟାଟେରି ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?