ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ

କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ ପ୍ରବେଶ କରିଛି । ୟୁକ୍ରେନ ଦାବି କରିଛି ଏହି ସମୟ ମଧ୍ୟରେ ସେ ରୁଷିଆ ସେନାର ପ୍ରାୟ ୫୦ ଗୋଳା-ବାରୁଦ ଡିପୋକୁ ନଷ୍ଟ କରି ଦେଇଛି । ଆମେରିକା ନିକଟରୁ ମିଳିଥିବା ହିମାରସ ରକେଟ ସିଷ୍ଟମ ଜରିଆରେ ଏହି ଡିପୋକୁ ନଷ୍ଟ କରି ଦିଆଯାଇଛି । ଆମେରିକା ଜୁନ ମାସରେ ୟୁକ୍ରେନକୁ ଏହି ଅସ୍ତ୍ର ଦେଇଥିଲା । ଜାତୀୟ ଗଣମାଧ୍ୟମରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ କହିଛନ୍ତି, ଆମେରିକାରୁ ଆସିଥିବା ଉଚ୍ଚ ଗତିସମ୍ପନ୍ନ ଆର୍ଟିଲାରି ରକେଟ ସିଷ୍ଟମ ଏଚଆଇଏମଏଆରଏସ(ହିମାରସ) ଭଲ ପ୍ରଦର୍ଶନ କରିଛି ଓ ରୁଷିଆକୁ ରକ୍ଷା କରିବାର ସୁଯୋଗ ଦେଇନାହିଁ ।
ରୁଷିଆ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଟିପ୍ପଣି ଦେଇ ନାହିଁ । ରେଜନିକୋଭ କହିଛନ୍ତି, ୟୁକେନ ଆର୍ଟିଲରି କିଛି ପୋଲ ଉପରେ ସଠିକ ଆକ୍ରମଣ କରିଛି । ବନ୍ଧକ ଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି, ଗତ ସପ୍ତାହରେ ହିମାରସ ଖେରସାନ ଅଞ୍ଚଳରେ ନଦୀ ନିକଟରେ କିଛି ଆକ୍ରମଣ କରିଥିଲା । ଏହାରି ଭିତରେ ୟୁକ୍ରେନ ଏକ ଭିଡିଓ ବି ଜାରି କରିଛି । ଯେଉଁଥିରେ ରୁଷିଆ ଆଣ୍ଟି ଏୟାର ଡିଫେନ୍ସ ଏସ-୩୦୦ର ବ୍ୟାଟେରୀ ନଷ୍ଟ କରାଯାଇଥିବା ଦାବି କରାଯାଇଛି । ଭିଡିଓରେ ବି କିଛି ଜଳିଯାଇଥିବା ପୋଡା ଅଂଶ ଦେଖାଯାଉଛି । ୟୁକ୍ରେନ ସେନାର ଫେସବୁକ ପୋଷ୍ଟରେ ଦାବି କରାଯାଇଛି କି ଏହା ଆକାଶ ପଥରେ ଆକ୍ରମଣ କରିବା ମିଶାଇଲ ପ୍ରଣାଳୀର ବ୍ୟାଟେରି ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ନ ଭିଡିଓ ଲାଇକ୍‌ କରି ଫସିଲେ ଚାଇନା ରାଷ୍ଟ୍ରଦୂତ

ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରୁ...

ପୁଟିନଙ୍କଠାରୁ ଗାଳି ଶୁଣି ରୁଷିଆ ରକ୍ଷା ମନ୍ତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ

କ୍ୱିଭ,୨୬।୩: ଯୁଦ୍ଧକୁ ଅନେକ ଦିନ ବିତି ଥିଲେ ହେଁ ୟୁକ୍ରେନକୁ ଦଖଲ କରିବାରେ ସଫଳ ହୋଇପାରିନି ରୁଷିଆ। ଏସବୁ ମଧ୍ୟରେ ରୁଷିଆ ରକ୍ଷା ମନ୍ତ୍ରୀ ସର୍ଗେଇ...

ଚାଇନାର ବଡ ଦାବି: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଅଧିକାର ଆମର

ବେଜିଂ,୪ ।୯: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଇନା ବଡ ଦାବି କରିଛି । ଚାଇନା ଦାବି କରିଛି କି ବେଜିଂ ନିକଟରେ ୧୪ତମ...

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ...

ରୁଷିଆ ସହ ଶାନ୍ତି ବୁଝାମଣା କରିବାକୁ ମନା କଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୧୯।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ରୁଷିଆ ସହିତ କୌଣସି ଶାନ୍ତି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଜେଲେନସ୍କି ରୁଷିଆ...

ମାକ୍ରୋନ୍‌ ସଂଖ୍ୟା ଗରିଷ୍ଠତା ହରାଇବା ଆଶଙ୍କା…

ନୂଆଦିଲ୍ଲୀ, ୨୦।୬ : ଦେଶର ସଂସଦ ନିର୍ବାଚନର ଅନ୍ତିମ ରାଉଣ୍ଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମିଳିତ ମଞ୍ଚ ସର୍ବାଧିକ ଆସନ ଜିଣିଛି, କିନ୍ତୁ ସଂସଦୀୟ...

ଶ୍ରୀଲଙ୍କାରେ ମୁହଁ ଘୋଡ଼ାଇବା ହେଲା ନିଷେଧ

କଲମ୍ବୋ,୨୯।୪: ଇଷ୍ଟର ସଣ୍ଡେ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ସମସ୍ତ ପ୍ରକାର ମୁହଁ ଘୋଡ଼ାଇବାକୁ ନିଷେଧ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ...

ଇଟାଲିରେ ଥମୁନି କରୋନା: ଇରାନରେ ସୁଧାରର ଆଶା

ରୋମ/ତେହେରାନ,୧୯।୩: ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୩୫,୭୧୩ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨,୯୭୮ ରହିଛି। ସରକାର କରୋନା...

Advertisement
Archives

Model This Week