ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ହୋଇଥିବା ଜଣାପଡିଛି । ପ୍ରତିରକ୍ଷା ପାଇଁ ଯେଉଁ ଜିନିଷର ବ୍ୟବାହର କରାଯାଉଥିଲା ରୁଷିଆ ସେନା ସେସବୁକୁ ନଷ୍ଟ କରୁଥିବା ବେଳେ ଏହାର ଜବାବ ଦେଇଥିଲା ୟୁକ୍ରେନ୍ ସେନା । ଏହାକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯୁଦ୍ଧରେ ପ୍ରତିଦିନ ଆମର ୧୦୦ରୁ ଅଧିକ ସେନାଙ୍କର ମୃତ୍ୟୁ ହେଉଛି । ସେପଟେ ମୈରିଉପୋଲରେ ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ମୃତ ଦେହକୁ ଉଦ୍ଧାର କରାଯାଇଛି । ଜଣେ ଅଧିକାରୀ ଏହାକୁ ମୃତ୍ୟୁର ଅନ୍ତହୀନ କାର୍ଯ୍ୟ ବୋଲି କହିଛନ୍ତି ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେସ୍କି ରେଜ୍ନିକୋଭ କହିଛନ୍ତି, ଏହି ଯୁଦ୍ଧ ଆମଠାରୁ ବହୁତ କିଛି ଛଡାଇ ନେଇଛି । ପ୍ରତିଦିନ ପ୍ରାୟ ୧୦୦ ସେନାଙ୍କର ଏହି ଯୁଦ୍ଧରେ ମୃତ୍ୟୁ ହେଉଛି । ସେପଟେ ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ରୁଷିଆ ସେନା ତା’ର କବଜାକୁ ନେଇ ଯାଇଥିଲା ସେଥିମଧ୍ୟରୁ କିଛି ପୁଣିଥରେ ୟୁକ୍ରେନ ସେନା ଫେରାଇ ଆଣିଥିବା ଦାବି କରୁଛନ୍ତି । ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ଚେତାଇ ଦେଇଛି କି ଆଗକୁ ଅର୍ଥାତ୍ ୨୦୨୩ରେ ବିଶ୍ୱ ଘୋର ଖାଦ୍ୟ ସଙ୍କଟ ମଧ୍ୟକୁ ଚାଲିଯିବାର ସମ୍ଭାବନା ବଢିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri