ଆମେରିକାକୁ ମହାବିନାଶକ ଶକ୍ତି ଦେଖାଇଲା ରୁଷିଆ…

ମସ୍କୋ,୧୨।୪ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ବିଶ୍ୱ ସାମ୍ନାରେ ନିଜର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ରୁଷିଆର ସୈନ୍ୟବାହିନୀ ଏକ ନୂତନ ଆନ୍ତଃଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ପଡୋଶୀ ଦେଶ କାଜାଖସ୍ତାନରେ ନିର୍ମିତ ଫାୟାରିଂ ରେଞ୍ଜରୁ ରୁଷିଆ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ନୂତନ କ୍ଷେପଣାସ୍ତ୍ର ମାରାତ୍ମକ ଟପୋଲ-ଏମଇ ସିଷ୍ଟମର ଏକ ଅଂଶ ବୋଲି କୁହାଯାଉଛି। ଏହି କ୍ଷେପଣାସ୍ତ୍ର ଆସ୍ତ୍ରାଖାନର କାପୁଷ୍ଟ୍ରେନ ୟାର୍‌ ପରୀକ୍ଷଣ ସ୍ଥାନରୁ ଉତକ୍ଷେପଣ କରାଯାଇଥିଲା। ଏହା ଶାଗନ ରେଞ୍ଜରେ ପଡିଥିଲା। ଏହି କ୍ଷେପଣାସ୍ତ୍ରର ଏକ ସମ୍ପୂର୍ଣ୍ଣ ସହରକୁ ଧ୍ୱଂସ କରିବାର ଶକ୍ତି ଅଛି।

କୁହାଯାଉଛି ଯେ ୟୁରି ଗାଗାରିନ ମହାକାଶକୁ ଯିବାର ୬୨ ବର୍ଷ ପୂରଣ ହେବା ଅବସରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏପରି କରି ରୁଷିଆ ଆମେରିକାକୁ ନିଜର ମହାବିନାଶକ ଶକ୍ତି ଦେଖାଇଛି।

ୟୁରି ଗାଗାରିନ ୧୯୬୧ ଏପ୍ରିଲ ୧୨ରେ ମହାକାଶ ଯାତ୍ରା କରିଥିଲେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଷ୍ଟ୍ରାଟେଜିକ ମିସାଇଲ ଫୋର୍ସର ଯବାନମାନେ ସଫଳତାର ସହ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ରୁଷିଆ ଏହି ନୂତନ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି ଯେଉଁ ସମୟରେ କିଛି ସପ୍ତାହ ପୂର୍ବରୁ ରୁଷିଆ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ନିଜକୁ ପୃଥକ କରିଥିଲା।
ପୁଟିନ ଫେବୃଆରୀରେ ଘୋଷଣା କରିଥିଲେ ଯେ ରୁଷ ନ୍ୟୁ ଷ୍ଟାର୍ଟ ଚୁକ୍ତିରୁ ଓହରିଯାଉଛି। ଏହି ଚୁକ୍ତି ଅନୁଯାୟୀ ରୁଷିଆ ଏବଂ ଆମେରିକା ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ସୀମିତ ରଖିବାକୁ ତଥା ପରସ୍ପରକୁ ଅନୁସନ୍ଧାନ କରିବାକୁ ଅନୁମତି ଦେବାକୁ ପ୍ରତିଶ୍ରୁତି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri