Advertisement

ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି…

ମସ୍କୋ,୨୩।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ପୁଟିନଙ୍କ ଏଭଳି ଘୋଷଣା ପରେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି। ଯୁଦ୍ଧ ଭିତରେ ପୁଟିନଙ୍କ ଜୀବନଶୈଳୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।
ଭ୍ଲାଦିମିର ପୁଟିନଙ୍କ ପାଖରେ କେତେ ଧନ ଅଛି ତାହାର କୌଣସି ସଠିକ ଆକଳନ ନାହିଁ, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରନ୍ତି। ପୁଟିନଙ୍କ ସମ୍ପତ୍ତି ବିଷୟରେ ଭିନ୍ନ କଥା ଅଛି। ଏହା ମଧ୍ୟ କୁହାଯାଇଛି ଯେ ସେ ସୁନାରେ ନିର୍ମିତ ଶୌଚାଳୟ ବ୍ୟବହାର କରନ୍ତି। ପୁଟିନ ୧୭ ବର୍ଷ ଧରି ରୁଷିଆରେ କ୍ଷମତାରେ ରହିଛନ୍ତି। ତାଙ୍କର ଅନେକ ଘର, ବିଳାସପୂର୍ଣ୍ଣ କାର ଏବଂ କୋଟି କୋଟି ପାଉଣ୍ଡ ମୂଲ୍ୟରେ ନିର୍ମିତ ଏକ ଗୁପ୍ତ ପ୍ରାସାଦ ଅଛି। ପୁଟିନଙ୍କୁ ପ୍ରତିବର୍ଷ ୧୦୦,୦୦୦ ପାଉଣ୍ଡ (ପ୍ରାୟ ୧,୦୧,୪୩,୪୪୩ ଟଙ୍କା) ଦରମା ମିଳେ।
କିଛି ରିପୋର୍ଟରେ କୁହାଯାଇଛି ଯେ ଟେସଲା ପ୍ରତିଷ୍ଠାତା ଏଲୋନ ମସ୍କ ଏବଂ ଆମାଜନର ଜେଫ ବେଜୋସଙ୍କୁ ଅତିକ୍ରମ କରି ଭ୍ଲାଡିମିର୍‌ ପୁଟିନ୍‌ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରନ୍ତି। ରୁଷିଆ ସରକାରଙ୍କ ପୂର୍ବତନ ପରାମର୍ଶଦାତା ଷ୍ଟାନିସ୍ଲାଭ ବେଲକୋଭସ୍କି ପୁଟିନଙ୍କ ସମ୍ପତ୍ତିର ମୂଲ୍ୟ ୫୧ ବିଲିୟନ ପାଉଣ୍ଡ ବୋଲି ଆକଳନ କରିଛନ୍ତି। ଆମେରିକୀୟ ହେଜ ଫଣ୍ଡ ମ୍ୟାନେଜର ବିଲ ବ୍ରାଉଡର୍‌ ‘ୱାଶିଂଟନ ପୋଷ୍ଟ’କୁ କହିଛନ୍ତି ଯେ ଏହି ସଂଖ୍ୟା ୧୪୭ ବିଲିୟନ ପାଉଣ୍ଡରୁ ଅଧିକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ...

ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍‌

ଢାକା,୨୮।୧୨: ସମସ୍ତଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ରହିଥାଏ। ତେବେ ବାଂଲାଦେଶରେ ବାସ କରୁଥିବା ଏକ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ନାହିଁ।...

କୋଭିଡ-୧୯ ସହ ଲଢିବାକୁ ଭାରତକୁ ସାହାଯ୍ୟ କରିବ ଚାଇନା

ବେଜିଂ,୨୦।୩: କୋଭିଡ-୧୯ ସହ ଲଢିବାକୁ ଶୁକ୍ରବାର ଚାଇନାଠାରୁ ପରାମର୍ଶ ନେଇଛନ୍ତି ୟୁରୋଏସିଆନ ଓ ସାଉଥ୍‌ ଏସିଆନର ପ୍ରାୟ ୧୦ ଦେଶ। ଭିଡିଓ କନଫରେନ୍‌ସିଂ ଜରିଆରେ ଏମାନେ...

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ...

ଆଇରନ୍‌ ଲେଡି

ନାରୀର ଶକ୍ତି ଅସୀମିତ । ସେ କୌଣସି ନିର୍ଦ୍ଦିଷ୍ଟତା ଭିତରେ ସୀମିତ ନୁହେଁ, ଯାହାକୁ ପ୍ରମାଣିତ କରିଛନ୍ତି ଏଇ ଆଇରନ୍‌ ଲେଡିମାନେ। ପୁରୁଷ ପ୍ରଧାନ ବଡି...

୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ...

ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା

ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ...

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ...

Advertisement
Archives

Model This Week