ଆଫଗାନିସ୍ତାନ ସହିତ ବ୍ୟବସାୟିକ କାରବାର କଲେ ମଧ୍ୟ ତାଲିବାନକୁ ମାନ୍ୟତା ଦେବାକୁ ଅମଙ୍ଗ ରୁଷିଆ…

ଓ୍ବାଶିଂଟନ,୫।୧୧ : ବିଶ୍ୱର ବିକାଶଶୀଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ପ୍ରତି ରୁଷିଆର ବ୍ୟବସାୟିକ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଏହି ଦୁଇ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଉଭୟ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ପରସ୍ପରକର ନିକଟତର ହେବାରେ ଲାଗିଛନ୍ତି। ଗତ ସେପ୍ଟେମ୍ବରରେ ରୁଷିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେବାପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରଠାରୁ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି। ଏହା ଅନ୍ତର୍ଗତ ଆଫଗାନିସ୍ତାନକୁ ପ୍ରାକୃତିକ ଗ୍ୟାସ, ଅଶୋଧିତ ତୈଳ ଏବଂ ଗହମ ଯୋଗାଇ ଦେବାକୁ ରୁଷିଆ ରାଜି ହୋଇଛି। ବିଶ୍ଳେଷକମାନେ କହିଛନ୍ତି ଯେ ଏହି ଚୁକ୍ତିରେ ଅଧିକ ଅର୍ଥନେତିକ ମହତ୍ତ୍ୱ ନ ଥାଇପାରେ, କିନ୍ତୁ ଏହା ଉଭୟ ରୁଷିଆ ଏବଂ ଆଫଗାନିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସଫଳତା।

ସିଙ୍ଗାପୁର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଏସିଆନ ଷ୍ଟଡିଜର ବିଶ୍ଳେଷକ କ୍ଲାଉଡିଆ ଚିଆ ୟି ଏକ ବିଶ୍ଳେଷଣରେ ଲେଖିଛନ୍ତି ତାଲିବାନ ଏହାର ବାଣିଜ୍ୟିକ ସମ୍ପର୍କ ବଢ଼ାଇବାକୁ ଚେଷ୍ଟା କରୁଛି। ଏହା ପଡୋଶୀ ଦେଶମାନଙ୍କ ସହିତ ଏପରି ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ ଆମେରିକା ଦ୍ୱାରା ଏହାର ସୁନା ଭଣ୍ଡାର ଜବରଦଖଲ ଯୋଗୁଁ ଆଫଗାନିସ୍ତାନର ବ୍ୟବସାୟ ପ୍ରଭାବିତ ହୋଇଛି। ଅଗଷ୍ଟ ୨୦୨୧ ଠାରୁ ଆଫଗାନିସ୍ତାନର ଅର୍ଥନୀତି ୨୦ରୁ ୩୦ପ୍ରତିଶତ ହ୍ରାସ ପାଇଛି।

ୱେବସାଇଟ ଏସିଆ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ଗଭୀର ମାନବିକ ସଙ୍କଟରେ ପଡିଛି। ଏହା ବ୍ୟତୀତ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସେଠାରେ କ୍ରମାଗତ ଭାବରେ ହିଂସା କରୁଛନ୍ତି। ଏହା ଲୋକଙ୍କ ଜୀବନଧାରଣ ମାନ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନବାସୀଙ୍କ ପାଇଁ ରୁଷିଆ ସହିତ ହୋଇଥିବା ଚୁକ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରି ବ୍ୟବସାୟିକ ସମ୍ପର୍କ ବଢ଼ାଇବାକୁ ରୁଷିଆ ରାଜି ହୋଇଥିବାବେଳେ ତାଲିବାନ ସରକାରଙ୍କୁ କିନ୍ତୁ ମାନ୍ୟତା ଦେବାକୁ ଅମଙ୍ଗ ହେଉଛି। ଫଳରେ ତାଲିବାନ ସରକାର ମାନ୍ୟତା ପାଇଁ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?