ଛୋଟ ସହର ଦଖଲ କରୁଛି ରୁଷିଆ

 

କିଭ୍‌, ୨୯ା୫: ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ତୀବ୍ର କରିଥିବା ରୁଷିଆ ଏବେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ଛୋଟ ଛୋଟ ସହର ଦଖଲ ଉଦ୍ୟମ ଜାରି ରଖିଛି। ଶନିବାର ରୁଷିଆ ଲିମ୍ୟାନ ସହରକୁ କବ୍‌ଜା କରିଥିବା ଦାବି କରିଛି। ଡୋନ୍‌ବାସ ଅଞ୍ଚଳରେ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ ବିଦ୍ରୋହୀ ଏବଂ ରୁଷୀୟ ସୈନ୍ୟ ମିଳିତ ଭାବେ କ୍ରାସନି ଲିମ୍ୟାନ୍‌କୁ ନିୟନ୍ତ୍ରଣକୁ ନେଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଇଗୋର କୋନାଶେନ୍‌କୋଭ୍‌ କହିଛନ୍ତି। ଏଥିସହ ପୂର୍ବ ୟୁକ୍ରେନ୍‌ର ଏକ ପ୍ରମୁଖ ରେଲଓ୍ବେ ଜଙ୍କସନ୍‌ ମଧ୍ୟ ରୁଷିଆ ସୈନ୍ୟଙ୍କ ନିୟନ୍ତ୍ରଣକୁ ଯାଇଛି। ଡୋନ୍‌ବାସରେ ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ୍‌ ସୁରକ୍ଷାବାହିନୀ ପ୍ରତିରୋଧ ଜାରି ରଖିଥିବାରୁ ଏବେ ମସ୍କୋ ଛୋଟ ଛୋଟ ସହରକୁ କବ୍‌ଜା କରି ସେଠାରୁ ଅନ୍ୟ ଅଞ୍ଚଳରେ ସହଜରେ ଆକ୍ରମଣ କରିବାର ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।
ରୁଷିଆ ଆକ୍ରମଣ କରିବା ପୂର୍ବରୁ ଲିମ୍ୟାନ୍‌ରେ ପ୍ରାୟ ୨୦ ହଜାର ଲୋକ ବାସ କରୁଥିଲେ। ଲିମ୍ୟାନରେ ଥିବା ଆଞ୍ଚଳିକ ରେଳ ହବ୍‌ ଯୋଗେ ୟୁକ୍ରେନ୍‌ର ମୁଖ୍ୟ ଭାଗରୁ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନ୍‌ବାସ୍‌କୁ ଅସ୍ତ୍ରଶସ୍ତ୍ର ପଠାଯାଇଥାଏ। ଏଥିସହ ରୁଷିଆ ଆକ୍ରମଣବେଳେ ଏହି ରେଳଷ୍ଟେଶନ ଦେଇ ବହୁ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲିମ୍ୟାନ୍‌ ଦଖଲ ଦ୍ୱାରା ରୁଷିଆକୁ ଏହାର ଫାଇଦା ମିଳିବ। ବିଚ୍ଛିନ୍ନତାବାଦୀଙ୍କ ଅକ୍ତିଆରରେ ଥିବା ଡୋନେସ୍କ ଓ ଲୁହାନ୍‌ସ୍କ ସହ ୟୁକ୍ରେନ୍‌ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଡୋନ୍‌ବାସର ଅନ୍ୟ ବଡ଼ ସହରକୁ ମଧ୍ୟ ଦଖଲ କରିବ ପାଇଁ ଲିମ୍ୟାନ୍‌ ଭଳି ଅଞ୍ଚଳ ରୁଷିଆ ପାଇଁ ସହାୟକ ହେବ। ରାଜଧାନୀ କିଭ୍‌କୁ ଦଖଲରେ ବିଫଳ ହେବା ପରେ ମସ୍କୋ ଏବେ ପୂର୍ବ ୟୁକ୍ରେନ୍‌ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ୟୁକ୍ରେନ୍‌ ସରକାରଙ୍କ ନିୟନ୍ତ୍ରଣରେ ଥିବା ଲୁହାନ୍‌ସ୍କର ପ୍ରମୁଖ ଟ୍ବିନ ସିଟି ସିଭିଏରୋଡୋନେସ୍କ ଓ ଲିସିଚାନ୍‌ସ୍କକୁ ଦଖଲ ପାଇଁ ରୁଷିଆ ଶନିବାର ଜୋର୍‌ଦାର ଆକ୍ରମଣ କରିଛି। ଡୋନ୍‌ବାସରେ ସ୍ଥିତି ଗମ୍ଭୀର ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ତେବେ ସବୁପ୍ରକାର ପରିସ୍ଥିତିରେ ଡୋନ୍‌ବାସ ୟୁକ୍ରେନ୍‌ର ହୋଇ ରହିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ମଙ୍ଗଳବାର ରୁଷୀୟ ସୈନ୍ୟ ସିଭିଏରୋଡୋନେସ୍କର ଦକ୍ଷିଣରେ ଥିବା ଏକ ଛୋଟ ମ୍ୟୁନିସିପାଲିଟି ଭିତ୍‌ଲୋଡାର୍ସ୍କକୁ ଅକ୍ତିଆର କରିଛି। ରୁଷିଆ ଆକ୍ରମଣ ସହ ଚିକିତ୍ସା ସୁବିଧା ନ ପାଇ ସେଠାରେ ପ୍ରାୟ ୧୫ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସିଭିଏରୋଡୋନେସ୍କର ମେୟର ଆଲେକଜାଣ୍ଡର ଷ୍ଟ୍ରିଉକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri