ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ, ପୁଟିନ୍‌ଙ୍କୁ ସତ କହିବାକୁ ଡରୁଛନ୍ତି ଅଧିକାରୀ…

ଓ୍ବାଶିଂଟନ, ୩୧।୩ : ଆମେରିକା କହିଛି ଯେ ୟୁକ୍ରେନ ଯୁଦ୍ଧର ପ୍ରକୃତ ସ୍ଥିତି ବିଷୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅବଗତ ନୁହଁନ୍ତି। ହ୍ବାଇଟ ହାଉସ ଗୁପ୍ତଚର ଏଜେନ୍ସି୍‌ ଅନୁସାରେ ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ ହେବାରେ ଲାଗିଛି। ମାତ୍ର ରୁଷିଆ ଅଧିକାରୀମାନେ ଯୁଦ୍ଧ ବିଷୟରେ ସଠିକ ସୂଚନା ପୁଟିନ୍‌ଙ୍କୁ ଦେବାକୁ ଡରୁଛନ୍ତି। ସେମାନେ ନିଜ ରାଷ୍ଟ୍ରପତିଙ୍କଠାରୁ ସତ୍ୟ ଲୁଚାଉଛନ୍ତି।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ କିଛି ତିକ୍ତତା ମଧ୍ୟ ରହିଛି। ଆମେରିକାର ଏହି ପର୍ଦ୍ଦାଫାଶ୍‌ ପରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆମେରିକା କହିଛି ଯେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ହଠାତ୍‌ ନିଖୋଜ ହେବା ଦର୍ଶାଉଛି ଯେ ପୁଟିନଙ୍କୁ ସମର୍ଥନ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି। ୟୁକ୍ରେନ ଦାବି କରିଛି ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସରଜେଇ ଶୋଏଗୁ ହୃଦଘାତରେ ପୀଡିତ। ପୁଟିନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ତେବେ କ୍ରେମଲିନ ଏହାକୁ ଅସ୍ବୀକାର କରିଛି।

ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ କେଟ ବେଡିଙ୍ଗଫିଲ୍ଡ କହିଛନ୍ତି ଯେ ୟୁକ୍ରେନରେ ରୁଷିଆର ସାମରିକ ଅବସ୍ଥା ଖରାପ ହେବାରେ ଲାଗିଛି। ପ୍ରତିବନ୍ଧକ ଯୋଗୁ ରୁଷିଆର ଅର୍ଥନୀତି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ପୁଟିନଙ୍କ ପରାମର୍ଶଦାତା ତାଙ୍କୁ ସତ୍ୟ କହୁ ନାହାଁନ୍ତି। କଥାଟି ହେଉଛି ବରିଷ୍ଠ ପରାମର୍ଶଦାତାମାନେ ତାଙ୍କୁ ସତ କହିବାକୁ ଭୟ କରୁଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବଲିଙ୍ଗେନ କହିଛନ୍ତି ଯେ ପୁଟିନ ତାଙ୍କ ଉପଦେଷ୍ଟାମାନଙ୍କଠାରୁ କେବେବି ସମସ୍ତ ସୂଚନା ପାଇନାହାଁନ୍ତି। ରାଷ୍ଟ୍ରପତି ଏକଛତ୍ରବାଦୀ ଶାସକ ଭାବରେ ଶାସନ କରୁଛନ୍ତି। ଏହାର ଅସୁବିଧା ହେଉଛି ଯେ ତାଙ୍କ ପାଖରେ ସତ କହିବାକୁ କେହି ନାହାଁନ୍ତି। ସମସ୍ତେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମିଥ୍ୟା ହିଁ କହୁଛନ୍ତି। ଏଥି ସହିତ, ନ୍ୟୁୟର୍କ ଟାଇମ୍ସ ସହିତ କଥାବାର୍ତ୍ତା ସମୟରେ କେତେକ ଅଧିକାରୀ କହିଛନ୍ତି ଯେ ପୁଟିନ ବର୍ତ୍ତମାନ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି।

ମହାମାରୀ ସମୟରେ ପୁଟିନ ନିଜ ଅଧିକାରୀଙ୍କଠାରୁ ଦୂରେଇ ରହିଥିଲେ ବୋଲି ସେ କହିଛନ୍ତି। ପୁଟିନ ସର୍ବସାଧାରଣରେ ତାଙ୍କ ଅଧିକାରୀମାନଙ୍କୁ ଅପମାନିତ କରନ୍ତି, ତେଣୁ ତାଙ୍କର ସାମରିକ ଅଧିକାରୀମାନେ ଆଉ ତାଙ୍କୁ ସତ କହିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଆମେରିକା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?