ୟୁକ୍ରେନ ଉପରେ ଡ୍ରୋନ୍‌ ମାଡ଼ କଲା ରୁଷିଆ, ୪ ଶିଶୁ ସମେତ ୧୫ ମୃତ

କ୍ୱିଭ୍‌,୨୮ା୮: ୟୁକ୍ରେନ ଉପରେ ରୁଷିଆ ଗୁରୁବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଯେଉଁଥିରେ ୪ ଶିଶୁ ସମେତ ମୋଟ୍‌ ୧୫ ଜଣ ପ୍ରାଣ ହରାଇଛନ୍ତି। ଏହାର ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା ପାଇଁ କୂଟନୈତିକ ପ୍ରୟାସ ମଧ୍ୟରେ ଏହା ରୁଷିଆର ଉତ୍ତର।

ୟୁରୋପୀୟ ୟୁନିଅନ ମିଶନ ଏବଂ ବ୍ରିଟିଶ କାଉନସିଲର ମୁଖ୍ୟାଳୟ ସମେତ ୭ଟି ଜିଲାର କୋଠା ଏହି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନୀୟ ସେନା କହିଛି, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦେଶବ୍ୟାପୀ ରୁଷିଆ ଦ୍ୱାରା ପ୍ରହାର କରାଯାଇଥିବା ପ୍ରାୟ ୬୦୦ ଡ୍ରୋନ ମଧ୍ୟରୁ ୫୬୩ ଏବଂ ୩୧ ଟି କ୍ଷେପଣାସ୍ତ୍ର ମଧ୍ୟରୁ ୨୬ ଟି ଖସାଇ ଦେଇଛି।

ରିପୋର୍ଟ ଅନୁଯାୟୀ, ଏକ ଉଦ୍ଧାରକାରୀ ଦଳ ଆକ୍ରମଣ ସ୍ଥଳରେ ପହଞ୍ଚିଥିଲା, ଯେଉଁଠାରେ ଏକ କୋଠା ଭଗ୍ନାବଶେଷରେ ପରିଣତ ହୋଇଥିଲା। ଭଗ୍ନାବଶେଷ ଖୋଳିବା ସମୟରେ ୨ ଜଣଙ୍କ ମୃତଦେହ ମିଳିଥିଲା। ଅଧିକାରୀମାନେ କହିଛନ୍ତି, ରୁଷିଆ ଦ୍ୱାରା ଏହି ଘଣ୍ଟା ଘଣ୍ଟା ଧରି ଚାଲିଥିବା ଆକ୍ରମଣରେ ୟୁକ୍ରେନର ଅତି କମରେ ୩୮ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ୟୁକ୍ରେନୀୟ ସେନା କହିଛି ଯେ, ରୁଷିଆ ମୋଟ ୧୩ଟି ସ୍ଥାନରେ ଆକ୍ରମଣ କରିଛି। ଏହି ସମୟରେ, ଜାତୀୟ ଗ୍ରୀଡ୍‌ ଅପରେଟର ଉକ୍ରେନର୍ଗୋ କହିଛନ୍ତି ଶକ୍ତି ସୁବିଧାଗୁଡ଼ିକ ବ୍ୟାପକ କ୍ଷତି ସହିଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷିଆର ଆକ୍ରମଣ ସମ୍ପର୍କରେ ‘X’ରେ ପୋଷ୍ଟ କରି ଲେଖିଛନ୍ତି, ରୁଷିଆ ଆଲୋଚନା ଟେବୁଲରେ ବସିବା ପରିବର୍ତ୍ତେ ବାଲିଷ୍ଟିକ କ୍ଷେପଣାସ୍ତ୍ର ବାଛିଛି। ଏହା ଯୁଦ୍ଧ ଶେଷ କରିବା ପରିବର୍ତ୍ତେ ହତ୍ୟା ଜାରି ରଖିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri