କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣା: ୮ ଗିରଫ

ମସ୍କୋ,୧୨ା୧୦: କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ରୁଷିଆର ସଂଘୀୟ ସୁରକ୍ଷା ସେବା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍‌ଏସ୍‌ବି) ୮ ଜଣଙ୍କୁ ଗିରଫ କରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁପ୍ତଚର ବିଭାଗ ଏହି ଆକ୍ରମଣ କରିଛି। ରୁଷିଆର ସରକାରୀ ଏଜେନ୍ସି ଆରଆଇ ନୋଭୋଷ୍ଟିଙ୍କ ଉଦ୍ଦେଶ୍ୟରେ ସିଏନ୍‌ଏନ ଏହି ସୂଚନା ଦେଇଛି।

ଏହି ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ରୁଷିଆର ୫ ନାଗରିକ, ୟୁକ୍ରେନ ଏବଂ ଆର୍ମେନିଆର ୩ ନାଗରିକଙ୍କୁ ଗିରଫ କରାଯାଇଛି ବୋଲି ଏଜେନ୍ସି କହିଛି। ଏଫ୍‌ଏସ୍‌ବି ରିପୋର୍ଟରେ କୁହାଯାଇଛି, ପ୍ରାୟ ୨୩ ମେଟ୍ରିକ ଟନ୍‌ ଓଜନର ଏକ ବିସ୍ଫୋରକ ଉପକରଣ ଲୁକ୍କାୟିତ ରହିଥିଲା। ଏହି ରିପୋର୍ଟରେ କୁହାଯାଇଛି, ବିସ୍ଫୋରକ ଉପକରଣଗୁଡ଼ିକ ଅଗଷ୍ଟ ଆରମ୍ଭରେ ବୁଲଗେରିଆ, ଜର୍ଜିଆ ଏବଂ ଆର୍ମେନିଆ ସମେତ ୟୁକ୍ରେନର ଓଡେସା ବନ୍ଦରରୁ ପଠାଯାଇଥିଲା। ରୁଷିଆର ଅଧିକାରୀମାନେ ପୂର୍ବରୁ କହିଥିଲେ, ବ୍ରିଜ୍‌ ଉପରେ ଏକ ଟ୍ରକରେ ବିସ୍ଫୋରଣ ଘଟିଥିଲା।

 

ଶନିବାର ରୁଷିଆ କ୍ରିମିଆ ପ୍ରାୟଦ୍ୱୀପକୁ ସଂଯୋଗ କରୁଥିବା ୧୯ କିଲୋମିଟର ଲମ୍ବର କେର୍ଚ ରୋଡ ଏବଂ ରେଳ ବ୍ରିଜ୍‌ ବିସ୍ଫୋରଣ ହୋଇଥିଲା। କ୍ରାଇମବ୍ରାଞ୍ଚ ଅଭିମୁଖେ ଯାଉଥିବା ଟ୍ରେନର ୭ଟି ଇନ୍ଧନ ଟାଙ୍କି ବିସ୍ଫୋରଣ ପରେ ନିଆଁକୁ ଆୟତ୍ତ କରିଥିଲା। ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏପରିକି ବ୍ରିଜ୍‌ର ଦୁଇଟି ଅଂଶ ମଧ୍ୟ ଆଂଶିକ ଭୁଶୁଡ଼ି ପଡ଼ିଥିଲା।

୨୦୧୮ରେ କ୍ରିମିଆ ବ୍ରିଜ୍‌ ଖୋଲାଯାଇଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏହି ବ୍ରିଜ୍‌ ଉଦ୍‌ଘାଟନ କରିଥିଲେ। ୨୦୨୦ରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା।

ବ୍ରିଜ୍‌ ବିସ୍ଫୋରଣ ପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହରକୁ ଟାର୍ଗେଟ କରାଯାଇଥିଲା। କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?