କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣା: ୮ ଗିରଫ

ମସ୍କୋ,୧୨ା୧୦: କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ରୁଷିଆର ସଂଘୀୟ ସୁରକ୍ଷା ସେବା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍‌ଏସ୍‌ବି) ୮ ଜଣଙ୍କୁ ଗିରଫ କରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁପ୍ତଚର ବିଭାଗ ଏହି ଆକ୍ରମଣ କରିଛି। ରୁଷିଆର ସରକାରୀ ଏଜେନ୍ସି ଆରଆଇ ନୋଭୋଷ୍ଟିଙ୍କ ଉଦ୍ଦେଶ୍ୟରେ ସିଏନ୍‌ଏନ ଏହି ସୂଚନା ଦେଇଛି।

ଏହି ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ରୁଷିଆର ୫ ନାଗରିକ, ୟୁକ୍ରେନ ଏବଂ ଆର୍ମେନିଆର ୩ ନାଗରିକଙ୍କୁ ଗିରଫ କରାଯାଇଛି ବୋଲି ଏଜେନ୍ସି କହିଛି। ଏଫ୍‌ଏସ୍‌ବି ରିପୋର୍ଟରେ କୁହାଯାଇଛି, ପ୍ରାୟ ୨୩ ମେଟ୍ରିକ ଟନ୍‌ ଓଜନର ଏକ ବିସ୍ଫୋରକ ଉପକରଣ ଲୁକ୍କାୟିତ ରହିଥିଲା। ଏହି ରିପୋର୍ଟରେ କୁହାଯାଇଛି, ବିସ୍ଫୋରକ ଉପକରଣଗୁଡ଼ିକ ଅଗଷ୍ଟ ଆରମ୍ଭରେ ବୁଲଗେରିଆ, ଜର୍ଜିଆ ଏବଂ ଆର୍ମେନିଆ ସମେତ ୟୁକ୍ରେନର ଓଡେସା ବନ୍ଦରରୁ ପଠାଯାଇଥିଲା। ରୁଷିଆର ଅଧିକାରୀମାନେ ପୂର୍ବରୁ କହିଥିଲେ, ବ୍ରିଜ୍‌ ଉପରେ ଏକ ଟ୍ରକରେ ବିସ୍ଫୋରଣ ଘଟିଥିଲା।

 

ଶନିବାର ରୁଷିଆ କ୍ରିମିଆ ପ୍ରାୟଦ୍ୱୀପକୁ ସଂଯୋଗ କରୁଥିବା ୧୯ କିଲୋମିଟର ଲମ୍ବର କେର୍ଚ ରୋଡ ଏବଂ ରେଳ ବ୍ରିଜ୍‌ ବିସ୍ଫୋରଣ ହୋଇଥିଲା। କ୍ରାଇମବ୍ରାଞ୍ଚ ଅଭିମୁଖେ ଯାଉଥିବା ଟ୍ରେନର ୭ଟି ଇନ୍ଧନ ଟାଙ୍କି ବିସ୍ଫୋରଣ ପରେ ନିଆଁକୁ ଆୟତ୍ତ କରିଥିଲା। ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏପରିକି ବ୍ରିଜ୍‌ର ଦୁଇଟି ଅଂଶ ମଧ୍ୟ ଆଂଶିକ ଭୁଶୁଡ଼ି ପଡ଼ିଥିଲା।

୨୦୧୮ରେ କ୍ରିମିଆ ବ୍ରିଜ୍‌ ଖୋଲାଯାଇଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏହି ବ୍ରିଜ୍‌ ଉଦ୍‌ଘାଟନ କରିଥିଲେ। ୨୦୨୦ରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା।

ବ୍ରିଜ୍‌ ବିସ୍ଫୋରଣ ପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହରକୁ ଟାର୍ଗେଟ କରାଯାଇଥିଲା। କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri