ଖେରସନ୍‌ରୁ ପଛକୁ ଫେରିଲେ ରୁଷୀୟ ସୈନ୍ୟ

ମସ୍କୋ/କିଭ୍‌,୧୦ା୧୧: ଖେରସନ୍‌ ଅଞ୍ଚଳରେ ୟୁକ୍ରେନୀୟ ସୈନ୍ୟଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନ ଭୟରେ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ଅନ୍ୟତ୍ର ପଳାୟନ ପାଇଁ ପରାମର୍ଶ ଦେଇଥିଲା ରୁଷିଆ। ଏବେ ଖେରସନ୍‌ରୁ ମସ୍କୋ ନିଜ ସୈନ୍ୟ ପ୍ରତ୍ୟାହାର କରିଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋହିଗୁ ସୂଚନା ଦେଇଛନ୍ତି। ୟୁକ୍ରେନୀୟ ସେନା ଅଧିକାରୀମାନେ ରୁଷିଆର ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଗୁରୁବାର ସ୍ପଷ୍ଟ କରିଛନ୍ତି। ସମ୍ଭାବ୍ୟ ପରାଜୟ ଭୟରେ ରୁଷିଆ ଏପରି ପଦକ୍ଷେପ ନେଇଥିବା କିଭ୍‌ ପକ୍ଷରୁ କୁହାଯାଇଛି। ତେବେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସାମରିକ ବଳ କୌଣସି ମୁହୂର୍ତ୍ତରେ ଫେରି ଦକ୍ଷିଣାଞ୍ଚଳର ଏହି ସହରକୁ ପୁନଃ ଦଖଲ କରିବା ଆଶଙ୍କା ଥିବାରୁ କିଭ୍‌ ବିଜୟ ଘୋଷଣା କରିନାହିଁ। ଅନ୍ୟପଟେ ଗୁରୁବାର ୟୁକ୍ରେନ୍‌ ସଶସ୍ତ୍ର ବଳର କମାଣ୍ଡର-ଇନ୍‌-ଚିଫ୍‌ ଭଲେରି ଜାଲୁଝନି କହିଛନ୍ତି, କିଭ୍‌ର ସେନା ଶତ୍ରୁ ପକ୍ଷର ମିଲିଟାରି କମାଣ୍ଡ୍‌ର ସାମରିକ ପରିବହନ ଓ ଯୋଗାଣ ବ୍ୟବସ୍ଥାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବାରୁ ସେମାନଙ୍କ ପାଖରେ ପଳାୟନ କରିବା ବ୍ୟତୀତ ଆଉ କିଛି ବିକଳ୍ପ ନ ଥିଲା। ସେହିପରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପରାମର୍ଶଦାତା ମିଖାଲିଓ ପୋଡୋଲ୍‌ୟାକ୍‌ କହିଛନ୍ତି, ରୁଷୀୟ ସୈନ୍ୟ ଖେରସନ୍‌ ସହର ସାରା ଲ୍ୟାଣ୍ଡମାଇନ୍‌ ବିଛାଇ ଚାଲିଯାଇଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଏହି ପୋର୍ଟ ସିଟିକୁ ‘ମୃତ୍ୟୁର ଉପତ୍ୟକା’ରେ ପରିଣତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି।…

ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri