ଆମେରିକା ବିରୋଧରେ ଗୁପ୍ତଚରୀ ଅଭିଯୋଗ ଆଣିଲା ରୁଷିଆ…

ମସ୍କୋ,୧୬।୩ : ଆମେରିକାର ଡ୍ରୋନକୁ ରୁଷିଆର ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବାର୍ତ୍ତାଳାପ ସମୟରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମେରିକା ଦ୍ୱାରା ରୁଷିଆର ଗୁପ୍ତଚରୀ କରାଯାଉଛି। ଯେଉଁଥିପାଇଁ ଡ୍ରୋନ ଘଟଣା ଘଟିଛି। ଆମେରିକା ଅଭିଯୋଗ କରିଛି ଯେ ରୁଷିଆ କୃଷ୍ଣ ସାଗରରେ ଡ୍ରୋନ ଉପରେ ଗୁଳି ଚଳାଇଛି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗିଇ ସୋଏଗୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ ରୁଷୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯଦି ଭବିଷ୍ୟତରେ ଆମେରିକା ପକ୍ଷରୁ କୌଣସି ଉତ୍ତେଜନା ଦେଖାଯାଏ, ତେବେ ରୁଷିଆ ମଧ୍ୟ ଏହାର ଏକ ଉପଯୁକ୍ତ ଉତ୍ତର ଦେବ। ]

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କ୍ରିମିୟା ଉପକୂଳରେ ଉଡ଼ୁଥିବା ଆମେରିକାର ରଣନୈତିକ ଡ୍ରୋନ ଏକ ଉତ୍ତେଜନାମୂଳକ କାର୍ଯ୍ୟ। ଏହାଦ୍ୱାରା କୃଷ୍ଣ ସାଗର ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ। ରୁଷିଆ ବର୍ତ୍ତମାନ ଏଭଳି ଉତ୍ତେଜନାରେ ଲିପ୍ତ ରହିବାକୁ ଚାହୁଁନାହିଁ କିନ୍ତୁ ଯଦି ଏହା ଜାରି ରହେ ତେବେ ଏହାର ସମାନ ଅନୁପାତରେ ଉତ୍ତର ଦିଆଯିବ। ଏନେଇ ରୁଷିଆରର ସେନା ମୁଖ୍ୟ ଭାଲେରୀ ଜେରାସିମୋଭ ଏବଂ ଆମେରିକାର ସେନା ମୁଖ୍ୟ ମାର୍କ ମିଲିଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣାରେ ୩ ମୃତ

ବିମାନ ଦୁର୍ଘଟଣାରେ ୩ ମୃତ ଲିଉଟସ୍କ, ୨୦ା୭ : ଜର୍ମାନ ସୀମାରେ ଏକ ଛୋଟ ବିମାନ ଦୁର୍ଘଟଣା ହେବା ଫଳରେ ୩ଜଣ ପ୍ରାଣ ହରାଇଥିବା ଅଷ୍ଟ୍ରିଆର...

ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ

ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି।...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

କାନ୍ଦୁଛନ୍ତି ଆଫଗାନ୍‌ ଛାତ୍ରୀ

କାବୁଲ, ୨୩।୧୨:ଆଫଗାନିସ୍ତାନରେ ତାଲିବାନ ଶାସକ ଲୋକଙ୍କ ପାଇଁ ବୋଝ ସାଜିଛନ୍ତି। ବିଶେଷକରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଏହି କଠୋରପନ୍ଥୀ ସରକାର ଅଧିକ କଡ଼ା ନିୟମ...

ସମୁଦ୍ରରେ ଲାଗିଛି ପେଟ୍ରୋଲ ଭର୍ତ୍ତି ଜାହାଜ, ନେବା ପାଇଁ ଶ୍ରୀଲଙ୍କା ପାଖରେ ଅର୍ଥ ନାହିଁ

କଲମ୍ବୋ,୧୮ା୫: ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କାର ସାମୁଦ୍ରିକ ଜୋନ୍‌ରେ ପାର୍କିଂ ହୋଇଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ...

ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ନେବ ୩ ଲକ୍ଷ ଲୋକଙ୍କ ଜୀବନ

ଓ୍ବାଶିଂଟନ,୭।୮: ଆମେରିକାରେ କରୋନା ସଂକ୍ରମଣ ଏବେବି କମିବାର ନାଁ ନେଉନି। ଦିନକୁ ଦିନ ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ...

କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି...

ବାଇଡେନ୍‌ଙ୍କ ପାଇଁ ବଡ଼ ପରୀକ୍ଷା

ଓ୍ବାଶିଂଟନ୍‌, ୩୦ା୧୦: ଆମେରିକାରେ ମିଡ୍‌ଟର୍ମ ଇଲେକ୍ସନକୁ ଆଉ ମାତ୍ର ୧୧ ଦିନ ଥିବାବେଳେ ଉଚ୍ଚ ମୁଦ୍ରାସ୍ଫୀତି, ଗର୍ଭପାତ ଅଧିକାର ଆଦି ପ୍ରସଙ୍ଗ ଶାସକ ଡେମୋକ୍ରାଟିକ୍‌ ପାର୍ଟି...

Advertisement
Archives

Model This Week