କାହିଁକି ଭାରତରେ କରୋନା ସଂକ୍ରମଣ ବଢୁଛି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଲା ଉତ୍ତର

ନୂଆଦିଲ୍ଲୀ/ନ୍ୟୁୟର୍କ,୨୮।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ତେବେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ବେଶୀ ମାରାତ୍ମକ ଜଣାପଡୁଛି। ଏଥିରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ତେବେ ଭାରତରେ କାହିଁକି ମହାମାରୀ ଉଗ୍ର ରୂପ ଧାରଣ କରିଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦେଶରେ ଅନିୟନ୍ତ୍ରିତ କରୋନା ସଂକ୍ରମଣ କାରଣ ଖୋଜି ବାହାର କରିଛି। ଡବ୍ଲୁଏଚ୍‌ଓ କହିଛି ଯେ ଜନଗହଳିପୂର୍ଣ୍ଣ ସମାବେଶ, ଡାକ୍ତରଖାନାକୁ ରୋଗୀ ବାରମ୍ବାର ଦୌଡିବା ଏବଂ କମ ବେଗରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଯୋଗୁ ଭାରତରେ କରୋନା ସଂକ୍ରମଣ ବଢୁଛି। ଏହାସହ ସବୁଠୁ ଅଧିକ ମାରାତ୍ମକ କରୋନା ରୂପ ମଧ୍ୟ ଏଥିପାଇଁ ଦାୟୀ ବୋଲି ଡବ୍ଲୁଏଚ୍‌ଓ ପ୍ରବକ୍ତା ତାରିକ ଜସାରେଭିକ୍‌ କହିଛନ୍ତି। ଜସାରେଭିକ କହିଛନ୍ତି, ଏ ସମୟରେ ସମସ୍ୟା ହେଉଛି ଯେ ଲୋକମାନେ ନିଜ ପ୍ରିୟଜନଙ୍କ ପାଇଁ ବାରମ୍ବାର ଡାକ୍ତରଖାନାକୁ ଦୌଡୁଛନ୍ତି, କାରଣ ସେମାନେ ସଠିକ ସୂଚନା ପାଇ ନାହାଁନ୍ତି। ଘରେ କରୋନା ସଂକ୍ରମଣ ସଫଳତାର ସହ ଚିକିତ୍ସା ହୋଇପାରିବ। ସେ କହିଛନ୍ତି ଯେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀଙ୍କୁ ସ୍କ୍ରିନ କରିବା ଉଚିତ ଏବଂ ନିରାପଦ ଘରର ଯତ୍ନ ବିଷୟରେ ସୂଚନା ଦେବା ଉଚିତ। ଏହା ସହିତ ଲୋକଙ୍କୁ ସଠିକ ସୂଚନା ଦିଆଯାଇପାରିବ। ଭାରତରେ ଯେପରି ଘଟୁଛି, ଏହା ଯେକୌଣସି ଦେଶରେ ହୋଇପାରେ। ଏଥିପାଇଁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।
ବୁଧବାର ପ୍ରଥମ ଥର ପାଇଁ ଦେଶରେ ମୃତକଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଏହାସହ କ୍ରମାଗତ ସପ୍ତମ ଦିନ ଭାରତରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୨୮୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ସମୁଦାୟ ମୃତକଙ୍କ ସଂଖ୍ୟା ୨,୦୧,୧୮୦କୁ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ଏବଂ ମୃକ୍ର୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାମାରୀ ଆରମ୍ଭରୁ ପ୍ରଥମ ଥର ପାଇଁ ଭାରତରେ ଗୋଟିଏ ଦିନରେ ୩୦୦୦ରୁ ଅଧିକ ମୃତ୍ୟୁ ଘଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri