ଛିଣ୍ଡିଯାଇଛି ଖାଦ୍ୟନଳୀ, ଯନ୍ତ୍ରଣାରେ ଛଟପଟ

ଖପ୍ରାଖୋଲ,୨୩ା୬(ଅଭୟ ତ୍ରିପାଠୀ): ମନରେ ଅସୁମାରୀ ଆଶା, ଆଖିରେ ଆଖିଏ ସ୍ବପ୍ନ। ପୁଅ ବଡ ହେବ, ଭଲ ମଣିଷ ହେବ ଆଉ ଗରିବ ପରିବାରର ଦୁଃଖ ଯିବ। ହେଲେ କିଏ ଜାଣିଥିଲା ସାଇକେଲ ଚଳାଉ ଚଳାଉ ପଡ଼ି ଯିବା ଏତେବଡ ଅଘଟଣାକୁ ଡାକି ଆଣିବ। ଖାଦ୍ୟନଳୀ ଛିଣ୍ଡି ଯିବା ପରେ ଏବେ ୯ବର୍ଷର ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗଁାରେ ଏହିଭଳି ଏକ ଘଟଣା ଘଟିଛି।
ମା’ବାପା, ସ୍ତ୍ରୀ ଅନିତା ବେହେରା(୩୦) ଓ ପୁଅ ଅନିକେଶ ଏବଂ ଝିଅ ରୋଶନି(୫)ଙ୍କୁ ନେଇ ଦୁର୍ଯ୍ୟୋଧନ ବେହେରା(୩୫)ଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା। ପର ଘରେ ମୂଲଲାଗି ସେ ପରିବାର ପ୍ରତିପୋଷଣ କରୁଥିଲେ। ଏହି ସୁଖର ସଂସାର ଉପରେ କାହାର ନଜର ଲାଗିଲା ଯେମିତି। ପୁଅ ଆନିକେଶ ଗତ ମେ ମାସ ୧୦ ତାରିଖରେ ଏକ ସାଇକେଲରେ ରାସ୍ତାରେ ଖେଳୁଥିବା ବେଳେ ପଡ଼ି ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ରାତିର ପୁଅର ପେଟ ଦରଜ ହେବା ସହ ବାନ୍ତି ହୋଇଥିଲା। ପରିବାର ଲୋକେ ଅନିକେଶଙ୍କୁ ପ୍ରଥମେ ଖପ୍ରାଖୋଲ ଓ ପରେ ପାଟଣାଗଡ ଡାକ୍ତରଖାନା ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବୁର୍ଲା ରେଫର୍‌ କରିଥିଲେ। ଧାରକରଜ କରି ଗତ ମେ ୧୨ରେ ବୁର୍ଲା ଡ଼ାକ୍ତରଖାନାରେ ଅନିକେଶଙ୍କୁ ଭର୍ତ୍ତି କରିଥିଲେ ଦୁର୍ଯ୍ୟୋଧନ। ପରୀକ୍ଷା ନିରୀକ୍ଷା ପରେ ପୁଅ ପେଟରେ ଖାଦ୍ୟନଳୀ ଛିଣ୍ଡି ଯାଇଥିବା କହିବା ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପରେ ଟିକିଏ ସୁସ୍ଥ ହେବାରୁ ପୁଅ ଘରକୁ ଆସିଲା। ହେଲେ କିଛିଦିନ ପରେ ପୁଣି ପେଟ ଦରଦ ହେବାସହ ସ୍ବାସ୍ଥ୍ୟ ବିଗିଡି ଗଲା। ଜୁନ ୧୪ ତାରିଖରେ ପୁଣି ଥରେ ପୁଅକୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କଲେ ଦୁର୍ଯ୍ୟୋଧନ। ସପ୍ତାହେ ଚିକତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ କଟକ ଶିଶୁ ଭବନକୁ ରେଫର କଲେ ଡାକ୍ତର। ଏଣୁ ବୁଧବାର ଘରକୁ ପୁଅକୁ ଫେରାଇ ଆଣିଛନ୍ତି ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନଙ୍କର ବିଜୁ ସ୍ବାସ୍ଥ୍ୟକାର୍ଡ (ବିଏସ୍‌କଓ୍ବୋଇ)ଅଛି। ହେଲେ କଟକ ନେବାକୁ ପାଖରେ ଅର୍ଥନାହିଁ। ଇତ୍ୟବସରରେ ଘରେ ବୃଦ୍ଧ ମା’ବାପାଙ୍କ ଦେଖାରଖା କରିବା ସମାସ୍ୟା ହୋଇଛି। ଏପରିସ୍ଥଳେ ପୁଅର ଚିକିତ୍ସା ପାଇଁ ସହଯୋଗ କରିବାକୁ ମା’ବାପା ଆକୁଳ ନିବେଦନ କରିଛନ୍ତି। ଏନେଇ ପାଟଣାଗଡ ଉପଜିଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରେଡକ୍ରସ ପାଣ୍ଠି କିମ୍ବା ସିଏମଆର୍‌ଏଫରୁ ଅର୍ଥ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?