୧୨ ବର୍ଷର ଅପେକ୍ଷା, ହେଲେ ୧୫ ମିନିଟ୍‌ରେ ସରିଥିଲା ବିବାହ

ବମ୍ବେ: ୧୨ ବର୍ଷର ଅପେକ୍ଷା। ହେଲେ ୧୫ ମିନିଟରେ ସରିଥିଲା ବିବାହ। ଆମେ କଥା ହେଉଛୁ ଟେଲିପରଦାର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀଙ୍କ କଥା। ନିକଟରେ ସେ ‘ସ୍ବୟଂମ୍ବର: ମିକା ଦି ବୋଟି’ରେ ଅତିଥି ଭାବେ ପହଞ୍ଚିଥିଲେ। ସେଠାରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖାସ କାହାଣୀ ଉପରୁ ପରଦା ହଟାଇଛନ୍ତି। ଯେଉଁଥିରୁ ଗୋଟିଏ ଥିଲା ତାଙ୍କ ବିବାହ।

ରୁପାଲି ସ୍ବାମୀଙ୍କୁ ୧୨ ବର୍ଷ ଯାଏ ଅପେକ୍ଷା କରିଥିଲେ। କାରଣ ସେ ଆମେରିକାରେ ଥିଲେ। ରୁପାଲି ଭାରତରେ ରହିବାକୁ ଚାହୁଁଥିଲେ। ଫେବୃୟାରୀ ୪ରେ ସେ ଭାରତ ଆସି ତାଙ୍କୁ ହଠାତ ଗୋଟିଏ ଦିନ ପରେ ବିବାହ କରିବାକୁ କହିଥିଲେ। ସେତେବେଳେ ରୁପାଲି ଧାରାବାହିକରେ ଅଭିନୟ କରୁଥିଲେ। ସେ ଦୁଇଦିନ ଛୁଟି ମାଗିଥିଲେ। ପରେ ପରିବାରଲୋକଙ୍କୁ ରେଜିଷ୍ଟାର ବିବାହ କରୁଥିବା ଜଣାଇଥିଲେ। ଗୋଟିଏ ଦିନ ତାଙ୍କର ୪ଟା ବାଜିବା ଯାଏ ମେହେନ୍ଦୀ ହୋଇଥିଲା। ଏହାପରେ ହଳଦୀ ଉତ୍ସବ ହୋଇଥିଲା। ବିବାହ ଦିନ ସେ ଶାଢ଼ି କିଣିବାକୁ ଯାଇଥିଲେ। ତାଙ୍କ ସ୍ବାମୀଙ୍କ ପାଖରେ କିନ୍ତୁ ସମୟ ନ ଥିବାରୁ ଶାର୍ଟ ଏବଂ ଜିନ୍ସ ପିନ୍ଧିଥିଲେ। ଏହି ସମୟରେ ରୁପାଲିଙ୍କ ବାପା ସେ କନ୍ୟାଦାନ କରିବାକୁ ଚାହୁଁଥିବା କହିଥିଲେ। ସେଠାରେ କୌଣସି ପଣ୍ଡିତ ନ ଥିଲେ। ଯେମିତି ସେମିତି ଜଣେ ବ୍ରାହ୍ମଣଙ୍କୁ ଠିକ୍‌ କରାଯାଇଥିଲା। ମାତ୍ର ସେ ବ୍ୟସ୍ତ ଥିବାରୁ ମାତ୍ର ୧୫ ମିନିଟରେ ବିବାହ ମନ୍ତ୍ର ପଢ଼ିଥିଲେ। ଏମିତିରେ ତାଙ୍କ ବିବାହ ୧୫ ମିନିଟରେ ଶେଷ ହୋଇଥିଲା ବୋଲି ରୁପାଲି କହିଛନ୍ତି। ହେଲେ ସ୍ବାମୀ ରୂପରେ ତାଙ୍କୁ ହିରା ମିଳିଥିବା ସେ କହିଛନ୍ତି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ସେ ୨୦୧୩ ଫେବୃୟାରୀ ୬ରେ ବ୍ୟବସାୟୀ ଅଶ୍ୱିନ କେ. ବର୍ମାଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ରୁଦ୍ରାଂଶ ଅଛି। ଏବେ ସେ ଅନୁପମାରେ ପ୍ରମୁଖ ଚରିତ୍ରରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri