Posted inଖେଳ

ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ

କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ ଏଠାରେ ପ୍ରଥମେ ୪X୪୦୦ ମିଟର ରିଲେରେ ରୌପ୍ୟ ପଦକ ଏବଂ ପରେ ମହିଳା ୪୦୦ ମିଟରରେ ଏକ ବ୍ରୋଞ୍ଜ ପାଇଛନ୍ତି। ଉତ୍ତର ପ୍ରଦେଶର ମିରଟ ଜିଲା ଅନ୍ତର୍ଗତ ଶାହପୁର ଜୈନପୁର ଗ୍ରାମର ଏକ ସାଧାରଣ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ୧୭ବର୍ଷୀୟା ରୂପାଲ ଗୁରୁବାର ରାତିରେ ଅନୁଷ୍ଠିତ ମହିଳା ୪୦୦ ମିଟର ରେସ୍‌ରେ ୫୧.୮୫ ସେକେଣ୍ଡ ଟାଇମିଂରେ ତୃତୀୟ ହୋଇଥିଲେ। ଗ୍ରେଟ୍‌ ବ୍ରିଟେନର ୟେମି ମେରୀ ଜନ୍‌ (୫୧.୫୦) ଓ କେନିୟାର ଡାମାରିସ୍‌ ମୁଟୁଙ୍ଗା (୫୧.୭୧) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ମଙ୍ଗଳବାର ମହିଳା ୪X୪୦୦ ମିଟର ରିଲେ ଫାଇନାଲରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟା ଥିଲେ। ଏହି ଦଳ ୩:୧୭.୭୬ ସେକେଣ୍ଡ ଟାଇମିଂରେ ଏସିଆନ ଜୁନିୟର ରେକର୍ଡ କରିଥିଲା। ସେହିଦିନ ସେ ବ୍ୟକ୍ତିଗତ ୪୦୦ମିଟର ଦୌଡ଼ ପ୍ରଥମ ରାଉଣ୍ଡ ହିଟ୍‌ରେ ଭାଗ ନେଇଥିଲେ। ପରେ ମଙ୍ଗଳବାର ସେମିଫାଇନାଲ ଏବଂ ଗୁରୁବାର ରାତିରେ ଫାଇନାଲରେ ଅଂଶଗ୍ରହଣ କରିଥିଲେ। ଚାମ୍ପିୟନଶିପ୍‌ରେ ସେ ଦୁଇଥର ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂକୁ ଅତିକ୍ରମ କରିଥିଲେ। ପ୍ରଥମତଃ ୫୨.୨୭ସେକେଣ୍ଡ ଟାଇମିଂରେ ସେମିଫାଇନାଲ
ଏବଂ ପରେ ଫାଇନାଲରେ। ସୂଚନାଯୋଗ୍ୟ, ହିମା ଦାସଙ୍କ ପରେ ରୂପାଲ ଦ୍ୱିତୀୟ ଭାରତୀୟ ଭାବେ ମହିଳା ୪୦୦ମିଟରରେ ଏକ ପଦକ ଜିତିଛନ୍ତି। ହିମା ଫିନ୍‌ଲାଣ୍ଡରେ ଅନୁଷ୍ଠିତ ୨୦୧୮ ସଂସ୍କରଣରେ ୫୧.୪୬ ସେକେଣ୍ଡ ଟାଇମିଂରେ ଐତିହାସିକ ସ୍ବର୍ଣ୍ଣ ହାସଲ କରିଥିଲେ। ଅଲିମ୍ପିକ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ୨୦୧୬ରେ ପୋଲାଣ୍ଡରେ ଅନୁଷ୍ଠିତ ଏହି ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ଜିତିଥିଲେ। ରୂପାଲଙ୍କ ବ୍ରୋଞ୍ଜ ଚାମ୍ପିୟନଶିପ୍‌ରେ ଓଭରାଲ ୯ମ ପଦକ, ଯାହାକି ପୂର୍ବରୁ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଭାବେ ପରିଚିତ ଥିଲା। ୨୦୨୧ରେ ନାଇରୋବିରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସହ ମୋଟ ୩ଟି ପଦକ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri