Posted inଜାତୀୟ

ଶାସକ ଏଲ୍‌ଡିଏଫ୍‌ ବିଜୟୀ

ଥିରୁଭାନନ୍ଥପୁରମ୍‌, ୧୭।୧୨: କେରଳ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ବହୁ ଆଗରେ ରହି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଆସନ୍ତା ବର୍ଷ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସବୁ ଦଳ ବଡ଼ ପରୀକ୍ଷା ଭାବେ ଧରିନେଇଥିଲେ। ଶାସକ ଦଳ ବିରୋଧରେ ଦୁର୍ନୀତି ଅଭିଯୋଗ ସତ୍ତ୍ୱେ ଏହା ଅଧିକାଂଶ ଗ୍ରାମ ପଞ୍ଚାୟତ ଓ ଜିଲା ପରିଷଦ ହାତେଇବାରେ ସଫଳ ହୋଇଛି। ୯୪୫ ଗ୍ରାମ ପଞ୍ଚାୟତ ମଧ୍ୟରୁ ଏଲ୍‌ଡିଏଫ୍‌ ୫୨୦ଟିରେ ଆଗୁଆ ରହିଥିବାବେଳେ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ୩୭୧ଟିରେ ଆଗରେ ରହିଛି। ସେହିପରି ୧୪ ଜିଲା ପରିଷଦରୁ ଏଲ୍‌ଡିଏଫ୍‌ ୧୦ଟି ଜିତିଥିବାବେଳେ ୧୫୨ ବ୍ଲକ ପଞ୍ଚାୟତ ମଧ୍ୟରୁ ୧୦୮ଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ୟୁଡିଏଫ୍‌ ୪ଟି ଜିଲା ପରିଷଦରେ ଆଗରେ ଥିବାବେଳେ ୮୬ ମ୍ୟୁନିସିପାଲିଟି ମଧ୍ୟରୁ ୪୫ଟିରେ ଆଗରେ ରହିଛି। ଶାସକ ଏଲ୍‌ଡିଏଫ ୩୫ଟିରେ ଆଗରେ ଥିବା ଜଣାପଡିଛି। ଥିରୁଭାନନ୍ଥପୁରମ୍‌ ଦଖଲ କରିବାକୁ ଆଶା ରଖିଥିବା ଭାଜପା ଏଥିରେ ବିଫଳ ହୋଇଛି। ଏଠାରେ ତ୍ରିମୁଖୀ ପ୍ରତିଯୋଗିତା ହୋଇଥିବାବେଳେ ଭାଜପା କଂଗ୍ରେସକୁ ତୃତୀୟ ସ୍ଥାନକୁ ପଠାଇଦେଇଛି। ୧୦୦ ଓ୍ବାର୍ଡ ବିଶିଷ୍ଟ ଥିରୁଭାନନ୍ତପୁରମ୍‌ କର୍ପୋରେଶନରେ ଏଲ୍‌ଡିଏଫ୍‌କୁ ୫୧ ମିଳିଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ୩୪ ଓ୍ବାର୍ଡ ମିଳିଛି। ୟୁଡିଏଫ୍‌ ତୃତୀୟ ସ୍ଥାନରେ ରହିଛି। କେରଳରେ ୯୪୧ ଗ୍ରାମ ପଞ୍ଚାୟତ, ୧୫୨ ବ୍ଲକ୍‌ ପଞ୍ଚାୟତ, ୧୪ ଜିଲା ପରିଷଦ , ୮୬ ପୌରପରିଷଦ ଏବଂ ୬ କର୍ପୋରେଶନ ପାଇଁ ତିନି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଗୋଟିଏ ଭୋଟରେ ହାରିଲେ କଂଗ୍ରେସ ପ୍ରାର୍ଥୀ

କେରଳ ପୌର ନିର୍ବାଚନରେ କଂଗ୍ରେସର ମେୟର ପ୍ରାର୍ଥୀ ଏନ୍‌. ବେଣୁଗୋପାଳ ଭାଜପା ପ୍ରାର୍ଥୀଙ୍କଠାରୁ ଗୋଟିଏ ଭୋଟରେ ହାରିଯାଇଛନ୍ତି। ଏଥିପାଇଁ ସେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌କୁ ଦାୟୀ କରିଛନ୍ତି। ସେ କୋଚି ପୌର ନିଗମର ନର୍ଥ ଆଇଲାଣ୍ଡରୁ ପ୍ରାର୍ଥୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri