ଏକାଠି ହସିଲେ ଶାସକ, ବିରୋଧୀ

ଜୁନାଗଡ଼,୮।୩(ଡି.ଏନ.ଏ.): ନିର୍ବାଚନ ସମୟ ଆସିଲେ ଭାଜପା ଓ ବିଜେଡି ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ଲାଗିରହେ। ଏପରି କି ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୁଏ। କଳାହାଣ୍ଡି ଜିଲାରେ ମମିତା ମେହେର ହତ୍ୟା ଘଟଣାକୁ ନେଇ ଉଭୟ ଭାଜପା ଓ ବିଜେଡି ମଧ୍ୟରେ ଏଭଳି ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଭାଜପା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେରଙ୍କ ସମେତ ଅନେକ ଦଳୀୟ ନେତା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରିବା ସହ ତାଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ହେଲେ ସୋମବାର ଜୁନାଗଡ଼ ଏନ୍‌ଏସି କାର୍ଯ୍ୟାଳୟରେ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନରେ ଏକ ଦୃଶ୍ୟକୁ ଦେଖିଲେ ମନେହୁଉ ନାହିଁ ଭାଜପା ଓ ବିଜେଡି ନେତାଙ୍କୁ ବିରୋଧୀ ଭଳି। ଗୋଟିଏ ସ୍ଥାନରେ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ର, ଭାଜପା ପୂର୍ବତନ ମନ୍ତ୍ରୀ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମେହେର, ଜୁନାଗଡ ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀ ମୁକେଶ ଅଗ୍ରୱାଲ ପ୍ରମୁଖ ବସିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ମିଶ୍ର ବେଶ୍‌ ଉତ୍ସାହର ସହ ଭାଜପା ନେତାଙ୍କ ସହ ହସି ହସି କଥା ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ଶାସକ ଓ ବିରୋଧୀ ନେତାଙ୍କୁ ନେଇ ଜିଲାରେ ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି

ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ...

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ...

ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ପଠାଗଲା

ଖଣ୍ଡପଡ଼ା,୧୦ା୩(ସ୍ବ.ପ୍ର): ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରତିବର୍ଷ ପରି ଭୁବନେଶ୍ୱରରେ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ । ରୁକୁଣା ରଥ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା...

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ବିନିକା,୧୩ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂସାମୁରା ଗାଁରେ ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଦେଖାଦେଲାଣି। ୨ଟି ଓ୍ବାର୍ଡରେ ବିଶିଷ୍ଟ ଏହି...

ବୁଲାଗୋରୁଙ୍କୁ ମିନି ଷ୍ଟାଡିୟମରେ ଭର୍ତ୍ତିକରି ତାଲା ପକାଇଲା ପ୍ରଶାସନ, ୩ଦିନ ହେଲା ଉପାସରେ

ଗଞ୍ଜାମ, ୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ଜୀବଜନ୍ତୁ ମଧ୍ୟ ସଙ୍କଟରେ ପଡ଼ିଛନ୍ତି। ଏ ନେଇ ସରକାର ଏପ୍ରିଲ ୧୪ ପର୍ଯ୍ୟନ୍ତ ଅର୍ଥାତ୍‌...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ

କୋକସରା,୪ା୩(ଡି.ଏନ୍‌.ଏ.): ରବିବାର କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିଠାରେ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ...

ଭାଉଜଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଦିଅର ଗିରଫ

ପାଟଣା,୧୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ଭାଉଜଙ୍କ ତଣ୍ଟି କାଟି ଜଣେ ଯୁବକ ହତ୍ୟା ଉଦ୍ୟମ କରିଛନ୍ତି।...

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ,୮।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିଚାଲିଛି। କିଛିଦିନ ତଳେ ଭଣ୍ଡାରିପୋଖରୀ ବଜାରର ବିଭିନ୍ନ ଦୋକାନରୁ ଚୋରି ହୋଇଥିବାବେଳେ ଶନିବାର...

Advertisement
Archives

Model This Week