ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଗୁରୁବାର ପ୍ରଶାସନ ପକ୍ଷରୁ ନିୟମାବଳୀ ଜାରି କରିଛନ୍ତି।ଏନେଇ ଦିଗପହଣ୍ଡି ସାହାଣୀ ସାହି ର ମା ‘ ରୁଦ୍ର କାଳୀ ନାଟ୍ୟ ସଂସଦ ଏବଂ ଭୋଇ ସାହି ର ମା ‘ ଗୌରୀ ଶଙ୍କର ନାଟ୍ୟ ସଂସଦ ର କର୍ମକର୍ତ୍ତା ମାନଙ୍କୁ ଏନଏସି କାର୍ଯ୍ୟାଳୟ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି। ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଳୀଳ, ଅପସଂସ୍କୃତି ସମ୍ପନ୍ନ ନୃତ୍ୟ ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ।  ଧାର୍ମିକ ଚିନ୍ତାଧାରା ଓ ବିଶ୍ବାସକୁ ନେଇ  ଅନୁଷ୍ଠିତ ହେଉଥିବା ଲୋକପରମ୍ପରା ସହିତ ଜଡିତ ଦଣ୍ଡନାଚର ଧୂଳିଦଣ୍ଡ ସମୟରେ ପାରମ୍ପରିକ ଢଗଢମାଳି ଏବଂ ଲୋକସଙ୍ଗୀତର ବ୍ୟବହାର ଅନୁମୋଦିତ। କୌଣସି ଅଶାଳୀନ ଏବଂ ଦ୍ବିଅର୍ଥ ବୋଧକ ଶବ୍ଦର ପ୍ରୟୋଗ କରାଯିବ ନାହିଁ । ରାତି ରେ ଅନୁଷ୍ଠିତ ନାଚ ମଞ୍ଚରେ କେବେଳ ପାରମ୍ପରିକ କଳା , ନୃତ୍ୟ,ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ।

ଦଣ୍ଡନାଚର ମୁଖ୍ୟ ପରିଚାଳକ ଦଣ୍ଡନାଚ ପୂର୍ବରୁ ଆବଶ୍ୟକୀୟ ସର୍ତ୍ତ ପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଅନୁମତି ଦରଖାସ୍ତରେ ଦଣ୍ଡନାଚର ସବିଶେଷ ତଥ୍ୟ ଯଥା ନାଟକ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ, କଳାକାରଙ୍କ ନାମ,ଠିକଣା, କେତେ ଦିନ ଓ କେଉଁ କେଉଁ ସ୍ଥାନରେ ଦଣ୍ଡନାଚ ପରିବେଷଣ କରିବେ ତାହାର ସବିଶେଷ ତଥ୍ୟ ପ୍ରଦାନ କରିବେ।

ଦଣ୍ଡନାଚ ପରିବେଷଣ ସମୟରେ ଉପରୋକ୍ତ ମାନକ ପରିଚାଳନ ପ୍ରଣାଳୀରେ ବ୍ୟତିକ୍ରମ ଘଟିଲେ ଉଲଂଘନକାରୀ ସଂସ୍ଥା  ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?