ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହାସହ ଅମିତ ଖାରେ ଏବଂ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ପୁନଃ ନିଯୁକ୍ତ କରାଯାଇଛି। ୨୦୧୭ ପରଠାରୁ ଆୟୁଷ ମନ୍ତ୍ରଣାଳୟର ସଚିବ ରାଜେଶ କୋଟେଚାଙ୍କ ନିଯୁକ୍ତି ପରେ ତୃତୀୟଥର ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଲୋକ ସଭା(ସଚିବାଳୟ)ରେ କାର୍ଯ୍ୟରତ ସେକ୍ରେଟାରି ଜେନେରାଲ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଉପତ୍ଳ କୁମାର ସିଂଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକସନ ବୋର୍ଡ (ପିଇଏସ୍‌ବି )ର ଅଧ୍ୟକ୍ଷା ମଲ୍ଲିକା ଶ୍ରୀନିବାସନ ଅବସର ଗ୍ରହଣ କରିବାର ଦିନ କେଇଟା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିଲା ଏବଂ ସେ ଏହି ପଦବୀରେ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରହିବେ। ଏହାସହ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ୬ବର୍ଷର କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଛି। ଏବେ ତାଙ୍କ କାର୍ଯ୍ୟକାଳର ପୁନଃ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କ୍ୟାବିନେଟ୍‌ର ନିଯୁକ୍ତି କମିଟି ଏ ବିଷୟରେ ଆଲୋଚନା କରିଛି । ଆଉ ଏକ କୌତୂହଳର ବିଷୟ ହେଉଛି, ଆର୍‌ବିଆଇ ଡେପୁଟି ଗଭର୍ନର ମାଇକେଲ ପାତ୍ରଙ୍କ କାର୍ଯ୍ୟକାଳ ଜାନୁଆରୀରେ ଶେଷ ହେବ। ଦାସ ହୁଅନ୍ତୁ କିମ୍ବା ପାତ୍ର ,ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ସହମତ। ବିଶେଷକରି ମୁଦ୍ରାସ୍ଫୀତିକୁ ଲଗାତର ନିୟନ୍ତ୍ରଣରେ ରଖିଥିବା ଦାସଙ୍କ ଭୂମିକାକୁ ଦେଖିଲେ ନେତୃତ୍ୱ ପରିବର୍ତ୍ତନ ସୁଧ ହାରରେ ଆର୍‌ବିଆଇର ଆଭିମୁଖ୍ୟକୁ ପ୍ରଭାବିତ କରିପାରେ।
ନାରାୟଣ ମୂର୍ତ୍ତିଙ୍କ ଅମଲାତନ୍ତ୍ର ଚିନ୍ତା
ଭାରତର ଯୁବକମାନଙ୍କୁ ସପ୍ତାହକୁ ୭୦ଘଣ୍ଟା କାର୍ଯ୍ୟ କରିବାକୁ ପରାମର୍ଶ ଦେବା ପରେ ଇନ୍‌ଫୋସିସ୍‌ ସହ-ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି ବର୍ତ୍ତମାନ ଭାରତୀୟ ଅମଲାତନ୍ତ୍ର ଜଗତ ଆଡ଼କୁ ନଜର ପକାଇଛନ୍ତି। ତାଙ୍କ ବିଚାର ହେଉଛି, କେବଳ ୟୁପିଏସ୍‌ସି ପରୀକ୍ଷା ଉପରେ ନିର୍ଭରକରିବା ପରିବର୍ତ୍ତେ ଟପ୍‌ ବିଜ୍‌ନେସ୍‌ ସ୍କୁଲରୁ ଚୟନ କରି ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ନିଯୁକ୍ତ କରାଯାଉ। କାରଣ ଆମକୁ ୨୦୪୭ ସୁଦ୍ଧା ୫୦ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପହଞ୍ଚିବାକୁ ହେଲେ ଭାରତର ସିଭିଲ ସର୍ଭାଣ୍ଟମାନଙ୍କୁ ମ୍ୟାନେଜମେଣ୍ଟରେ କମ୍‌ ସମୟରେ ଅଧିକ ଶିଖିବା ଆବଶ୍ୟକ। ମୂର୍ତ୍ତିଙ୍କ ଏଭଳି ମନ୍ତବ୍ୟ କୌତୂହଳପ୍ରଦ। ଯଦି କର୍ପୋରେଟଗୁଡ଼ିକର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ବିଲିୟନ ଡଲାରର ଉଦ୍ୟୋଗଗୁଡ଼ିକୁ ପରିଚାଳନା କରିପାରୁଛନ୍ତି, ତେବେ ଶାସନ ବ୍ୟବସ୍ଥାରେ କର୍ପୋରେଟ ଚମକ ସେମାନେ ଦେଇପାରିବେ ନାହିଁ କାହିଁକି? ମୂର୍ତ୍ତି ଯୁକ୍ତି ବାଢ଼ିିଛନ୍ତି ଯେ ଆମ ସରକାରୀ ବ୍ୟବସ୍ଥା ଅମଲାତାନ୍ତ୍ରିକ କେନ୍ଦ୍ରକୁ ସମର୍ଥନ କରୁଥିବାବେଳେ ବ୍ୟବସାୟିକ ନେତାମାନେ ମଧ୍ୟ ଏହା ହାସଲ କରିବା ପାଇଁ ଦୃଢ଼ ଆଶାୟୀ। ବିଜ୍‌ନେସ୍‌ ସହ ଜଡ଼ିତ ବାବୁମାନଙ୍କ ବିଷୟରେ ବିଚାରକରାଯିବା ଦରକାର। ମୋଦି ସରକାର ଅର୍ଥନୈତିକ ସଂସ୍କାର ଏବଂ ଆଧୁନିକୀକରଣକୁ ଗୁରୁତ୍ୱ ଦେଇଆସୁଥିବାରୁ ମୂର୍ତ୍ତି ବିଶ୍ୱାସ କରନ୍ତି ଯେ ପରିଚାଳନାଗତ ଯାଦୁକରୀ ଶକ୍ତିର ଏକ ପଦକ୍ଷେପ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରେ। ଏପରିକି କୃଷି, ପ୍ରତିରକ୍ଷା କିମ୍ବା ଉତ୍ପାଦନ ପରି କ୍ଷେତ୍ରଗୁଡିକର ଦାୟିତ୍ୱ ସଞ୍ଚାଳନ କରିବା ପୂର୍ବରୁ ସିଭିଲ ସର୍ଭାଣ୍ଟମାନେ ବ୍ୟବସାୟିକ ତାଲିମ ପାଇବା ଉଚିତ ବୋଲି ସେ ମତ ଦେଇଛନ୍ତି। କିନ୍ତୁ ପୂର୍ବରୁ ୟୁପିଏସ୍‌ସିର କଠିନ ପର୍ଯ୍ୟାୟକୁ ସହ୍ୟ କରିଥିବା ଆମ ପରମ୍ପରାବାଦୀ ବାବୁମାନେ ଏଥିରେ ସହମତ ହେବେ ତ?
ସିଙ୍ଗଡ଼ା ଓ ସୋସିଆଲ ମିଡିଆ ବିବାଦ
ଶାସନ କୌଶଳ କଥା ଆସିଲେ ହିମାଚଳ ପ୍ରଦେଶ ଏବଂ କେରଳ ଘଟଣା ହାସ୍ୟାସ୍ପଦ ମନେହୁଏ। ହିମାଚଳ ପ୍ରଦେଶରେ ଜାତିସଂଘର ଏକ ସମ୍ମାନଜନକ ପଦବୀ ଛାଡ଼ିଥିବା ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ବାଦି ଏସ୍‌ପି ଇଲମା ଆଫ୍ରୋଜ୍‌ଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବେଆଇନ ଖଣି କାରବାର ଅଭିଯୋଗରେ ବିଧାୟକ ରାମ କୁମାର ଚୌଧୁରୀଙ୍କ ପରିବାର ସହ ଜଡ଼ିତ ଯାନଗୁଡ଼ିକ ଉପରେ ଜରିମାନା ଲଗାଇବାର ସାହସ କରିଛନ୍ତି। ତୁରନ୍ତ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଲା। ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସଙ୍ଗ ଉଠିଲା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଧ୍ୟତାମୂଳକ ଛୁଟିରେ ତାଙ୍କୁ ପଠଗଲା। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପାଇଁ ରଖାଯାଇଥିବା ସିଙ୍ଗଡ଼ା କେହି ନେଇଯାଇଥିବାରୁ ତାହା ଉପରେ ଗୁରୁତ୍ୱ ଦିଆଯାଇଛି, ହେଲେ କଠିନ ପରିଶ୍ରମୀ ଅଧିକାରୀଙ୍କୁ ଡ୍ୟୁଟିରେ ରଖିବା ଜରୁରୀ ହେଉନାହିଁ। ଅନ୍ୟପଟେ କେରଳରେ ଅନ୍‌ଲାଇନ ବିବାଦକୁ ନେଇ ୨ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କେ. ଗୋପାଳକୃଷ୍ଣନ୍‌ ‘ମଲ୍ଲୁ ହିନ୍ଦୁ ଅଧିକାରୀ ’ ନାମକ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନକରି ବରିଷ୍ଠ ହିନ୍ଦୁ ଆଇଏଏସ୍‌ ଅଧିକାରୀଙ୍କୁ ସାମିଲ କରିଥିବାରୁ ଏହି ନାଟକ ଆରମ୍ଭ ହୋଇଥିଲା। ଉକ୍ତ ଗ୍ରୁପ୍‌କୁ ତୁରନ୍ତ ହଟାଇ ଦିଆଯାଇଥିଲେ ମଧ୍ୟ ବିବାଦ ଥମି ନ ଥିଲା। ଅନ୍ୟ ଜଣେ ଅଧିକାରୀ ଏନ୍‌. ପ୍ରଶାନ୍ତ ବରିଷ୍ଠ ଅଧିକାରୀ ଏ. ଜୟତିଳକଙ୍କ ବିରୋଧରେ ଅନେକ ଅଭିଯୋଗ ପୋଷ୍ଟକରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ମୁଖ୍ୟ ସଚିବ ସାରଦା ମୁରଲୀଧରନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଗୋଟିଏ ରାଜ୍ୟ ସଚ୍ଚୋଟ ଅଧିକାରୀଙ୍କୁ ଛୁଟି ଦେବାରେ ବ୍ୟସ୍ତ ଏବଂ ଅନ୍ୟଟି ବାବୁଙ୍କ ମଧ୍ୟରେ ସୋସିଆଲ ମିଡିଆ ବିବାଦ ବନ୍ଦ କରିିବାରେ ଲାଗିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?